ଓଡିଶା

odisha

ସ୍ବାଧୀନତା ଦିବସ ପ୍ରସ୍ତୁତି ଚାଲିଥିବା ସମୟରେ ଭାଙ୍ଗିଲା କ୍ରେନ୍, ୩ ମୃତ

By

Published : Aug 14, 2021, 2:48 PM IST

ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଅଘଟଣ । ଫାୟାର ବ୍ରିଗେଡର ହାଇଡ୍ରୋଲିକ ମେସିନର କ୍ରେନ ଭାଙ୍ଗିବାରୁ ୩ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ସ୍ବାଧୀନତା ଦିବସ ପ୍ରସ୍ତୁତି ଚାଲିଥିବା ସମୟରେ କ୍ରେନ ଭାଙ୍ଗି  ୩ଜଣଙ୍କର ମୃତ୍ୟୁ
ସ୍ବାଧୀନତା ଦିବସ ପ୍ରସ୍ତୁତି ଚାଲିଥିବା ସମୟରେ କ୍ରେନ ଭାଙ୍ଗି ୩ଜଣଙ୍କର ମୃତ୍ୟୁସ୍ବାଧୀନତା ଦିବସ ପ୍ରସ୍ତୁତି ଚାଲିଥିବା ସମୟରେ କ୍ରେନ ଭାଙ୍ଗି ୩ଜଣଙ୍କର ମୃତ୍ୟୁ

ଭୋପାଳ: ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ଚାଲିଥିବା ସମୟରେ ଅଘଟଣ । ଫାୟାର ବ୍ରିଗେଡର ହାଇଡ୍ରୋଲିକ ମେସିନର କ୍ରେନ ଭାଙ୍ଗିବାରୁ ୩ଜଣଙ୍କର ମୃତ୍ୟୁ ହୋଇଛି । ସ୍ବାଧୀନତା ଦିବସ ପାଇଁ ଗ୍ବାଲିଅର ସହରର ରିୟାସତ କଲୋନୀରେ ଥିବା ପୋଷ୍ଟ ଅଫିସରେ ପ୍ରସ୍ତୁତି ଚାଲିଥିବା ସମୟରେ ହଠାତ୍ କ୍ରେନ ଭାଙ୍ଗିଯାଇ କାମରେ ନିୟୋଜିତ ଥିବା ଶ୍ରମିକଙ୍କ ଉପରେ ପଡିଥିଲା । ଫଳରେ କ୍ରେନ ତଳେ ୩ଜଣ କର୍ମଚାରୀ ଚାପି ହୋଇ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ ରାଜ୍ୟରେ ଥିବା ମହାରାଜାଙ୍କ ଏନକ୍ଲୋଜରରେ ବିଭିନ୍ନ ଦେଶର ଐତିହାସିକ ଅଟ୍ଟାଳିକା ରହିଛି । ପ୍ରତିବର୍ଷ ସ୍ବାଧୀନତା ଦିବସ ଓ ଗଣତନ୍ତ୍ର ଦିବସରେ ଏହାକୁ ସ୍ବତନ୍ତ୍ର ଭାବେ ସଜାଯାଇଥାଏ । ତେବେ ଏହି ବିଲଡିଂକୁ ସଜାଇବା ସମୟରେ ଏହି ଦୁଃଖଦ ଘଟଣା ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details