ଓଡିଶା

odisha

ଥାନାରେ ମାନବ ଅଧିକାର ଓ ଅଖଣ୍ଡତା ପ୍ରତି ସର୍ବାଧିକ ବିପଦ: CJI

By

Published : Aug 9, 2021, 11:56 AM IST

ପୋଲିସ୍ ଷ୍ଟେସନରେ ମାନବିକ ଅଧିକାର ତଥା ଅଖଣ୍ଡତା ପ୍ରତି ସର୍ବାଧିକ ବିପଦ ସୃଷ୍ଟି ହୋଇଛି ବୋଲି କହିଛନ୍ତି ଭାରତର ମୁଖ୍ୟ ବିଚାରପତି ଏନଭି ରମଣା । ଅଧିକ ପଢନ୍ତ...

ସୁପ୍ରିମକୋର୍ଟ ବିରାରପତି ଏନଭି ରମଣା
ସୁପ୍ରିମକୋର୍ଟ ବିରାରପତି ଏନଭି ରମଣା

ନୂଆଦିଲ୍ଲୀ: ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ପୋଲିସର ପ୍ରଧାନ କାର୍ଯ୍ୟ । କିନ୍ତୁ ଅନେକ ପୋଲିସ ଅଧିକାରୀ ଅଛନ୍ତି ଯେଉଁମାନଙ୍କ ଦାୟିତ୍ବରେ ଖାମ ଖିଆଲି ପାଇଁ ମାନବିକ ଅଧିକାର କ୍ଷୂର୍ଣ୍ଣ ହେଉଛି । ପୋଲିସ୍ ଷ୍ଟେସନରେ ମାନବିକ ଅଧିକାର ତଥା ଅଖଣ୍ଡତା ପ୍ରତି ସର୍ବାଧିକ ବିପଦ ସୃଷ୍ଟି ହୋଇଛି ବୋଲି କହିଛନ୍ତି ଭାରତର ମୁଖ୍ୟ ବିଚାରପତି ଏନଭି ରମଣା ।

ବିଚାରପତି ଏନଭି ରମଣା ଆହୁରି କହିଛନ୍ତି ବିଚାର ବିଭାଗୀୟ ନିର୍ଯାତନା ଏବଂ ପୋଲିସର ଅତ୍ୟାଚାର ବଳବତ୍ତର ରହିଛି। ଯାହା ମାନବିକ ଅଧିକାର ପ୍ରତି ବିପଦ। ସମ୍ବିଧାନ ଅନୁଯାୟୀ ଜେଲରେ ଥିବା ନାଗରିକଙ୍କୁ ବଞ୍ଚିବା ପାଇଁ ଯେଉଁ ଅଧିକାର ଦିଆଯାଇଛି ତାର ଦହନ କରାଯାଉଛି । ଏପରି ଘଟଣା ଥାନାରେ ଅଧିକ ରହିଛି ବୋଲି ନ୍ୟାସନାଲ ଲିଗାଲ ସର୍ଭିସେସ ଅଥରିଟିର (NLSA) କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ସୁପ୍ରିମକୋର୍ଟ ବିରାରପତି ।

ମାନବିକ ଅଧିକାର ତଥା ଅଖଣ୍ଡତା ପ୍ରତି ବିପଦ ପୋଲିସ୍ ଷ୍ଟେସନରେ ସର୍ବାଧିକ। ଯାହାକି ଜେଲରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଗୋଟିଏ ବଡ଼ କ୍ଷତି। ତେଣୁ ପୋଲିସ ଯେଉଁଭଳି ଭାବରେ କାମ କରୁଛି ଏହାକୁ ରୋକିବା ପାଇଁ ଆମକୁ ସାମ୍ବିଧାନିକ ଆଇନ ସହାୟତା ମାଗଣାରେ ଯୋଗାଇବାକୁ ପଡିବ । ଯେଉଁସବୁ ଆଇନଗତ ସୁବିଧା ରହିଛି ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ। ସମସ୍ତ ଥାନା ଏହି ସୁବିଧା ସାର୍ବଜନୀନ ହେବା ଦରକାର। ଏ ଦିଗରେ ଆଗକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସିଜେଆଇ ।

ଆମକୁ ମନେ ରଖିବାକୁ ହେବ ଯେ ସାମାଜିକ-ଅର୍ଥନୈତିକ ବିବିଧତାର ବାସ୍ତବତା ଯାହା ଆମ ଦେଶରେ ବିସ୍ତାର କରିଛି ତାହା ଅଧିକାର ପ୍ରତ୍ୟାଖ୍ୟାନ କରିବାର କାରଣ ହୋଇପାରିବ ନାହିଁ। ଆମର ଅତୀତ ଆମର ଭବିଷ୍ୟତ ନିର୍ଣ୍ଣୟ କରୁନାହିଁ। ଭବିଷ୍ୟତ ସେଇଠି ଅଛି ଯେଉଁଠି ସମାନତା ବାସ୍ତବ । ଆଇନଗତ ଗତିଶୀଳତାକୁ ନେଇ ଭବିଷ୍ୟତ ପାଇଁ ସ୍ବପ୍ନ ଦେଖିବା ବୋଲି କହିଛନ୍ତି ସିଜେଆଇ ।

ସେ ଆହୁରି କହିଛନ୍ତି, ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଯୋଗାଯୋଗର ସମସ୍ୟା ନ୍ୟାୟ ପ୍ରଦାନ ଉପରେ ପ୍ରଭାବ ପକାଇଥାଏ। ଏହି ସମସ୍ତ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରାଥମିକତା ଭିତ୍ତିରେ ଡିଜିଟାଲ ବିଭାଜନକୁ ଦୂର କରିବାର ଆବଶ୍ୟକତା ଉପରେ ସେ ସରକାରଙ୍କୁ ଚିଠି ଲେଖିଛନ୍ତି ।

@ANI

ABOUT THE AUTHOR

...view details