ଓଡିଶା

odisha

ତାମିଲନାଡ଼ୁ ଓ ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ NIAର ରେଡ

By

Published : May 9, 2023, 12:04 PM IST

Updated : May 9, 2023, 12:29 PM IST

ଆତଙ୍କବାଦୀ ପାଣ୍ଠି ସଂଗ୍ରହ ସନ୍ଦେହରେ ଜମ୍ମୁ କାଶ୍ମୀରରେ ଏନଆଇଏର ରେଡ। ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଷଡଯନ୍ତ୍ର ବିରୋଧରେ ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ ଚଢାଉ। ଅଧିକ ପଢନ୍ତୁ

Terror funding case
Terror funding case

ହାଇଦ୍ରାବାଦ : ଆକ୍ସନ ମୋଡରେ ଏନଆଇଏ । ଆତଙ୍କବାଦୀ ପାଣ୍ଠି ସଂଗ୍ରହ ସନ୍ଦେହରେ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଚଢାଉ କରିଛି । 12ରୁ ଉର୍ଦ୍ଧ୍ବ ସ୍ଥାନରେ ଚଢାଉ କରାଯାଇଥିବା ବେଳେ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ଏନ୍‌ଆଇଏ ।

ଆଜି ସକାଳ ସମୟରେ ଜାମ୍ମୁ କାଶ୍ମୀରର ଶ୍ରୀନଗର, କୁଲଗାମ, ସୋପିଆନା, ଅନନ୍ତନାଗ, କୁପୱାରା, ପୁଞ୍ଚ୍‌, କିସ୍ତିଓ୍ବାର ଏବଂ ରଜୌରୀ ଜିଲ୍ଲାରେ ଏନଆଇଏ ଚଢାଉ କରିଥିବା ବେଳେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ଜଣେ ଅଧିକାରୀ କହିଛନ୍ତି, "ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲାରେ ଅନନ୍ତନାଗରେ ଜଣେ ପୋଲିସ କର୍ମଚାରୀଙ୍କ ଘର, ଶୋପିଆନରେ ଜଣେ ବ୍ୟବସାୟୀଙ୍କ ଦୋକାନ, ପୂର୍ବରୁ କୁଲଗାମରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି। ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।"

ଏହା ମଧ୍ୟ ପଢନ୍ତୁ-ଆଜି ନୀତିଶ-ନବୀନ ଭେଟଘାଟ; ବିରୋଧୀ ମେଣ୍ଟରେ ସାମିଲ ହେବାକୁ ଦେବେ ପ୍ରସ୍ତାବ !

ଅନ୍ୟପଟେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଷଡ଼ଯନ୍ତ୍ର ବିରୋଧରେ ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ ରେଡ୍‌ କରିଛି ଏନଆଇଏ । 6ଜଣ ଏନଆଇଏ ଅଧିକାରୀ ଥିରୁଭୋଟିୟୁର ଥାଙ୍ଗଲ ନ୍ୟୁ କଲୋନୀ ଅଞ୍ଚଳରେ ଅବଦୁଲ ରଜାକଙ୍କ ଘରେ ଛାପା ମାରିଛନ୍ତି । ସେହିପରି ଥେନି, ମଦୁରାଇ ଏବଂ ଦିଣ୍ଡିଗୁଲ ସମେତ ଆଠରୁ ଅଧିକ ସ୍ଥାନରେ ଚଢାଉ କରିଛି ଏନଆଇଏ । ଆତଙ୍କବାଦକୁ ସମର୍ଥନ କରିଥିବାରୁ କେନ୍ଦ୍ର ସରକାର ଗତ ବର୍ଷ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ଗତ ମେ 4ତାରିଖ ଦିନ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନଆଇଏ ଚଢାଉ କରିଥିଲା । ଜମାତ-ଏ-ଇସଲାମି(ଜେଇଆଇ) ସହିତ ଜଡିତ ଏକ ଆତଙ୍କବାଦୀ ପାଣ୍ଠି ମାମଲାରେ ଗୁରୁବାର ମୋଟ 16ଟି ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଚଢାଉ କରିଥିଲା । କିସ୍ତିଓ୍ବାରର 6ଟି ସ୍ଥାନ ଓ ବାରମୁଲ୍ଲାର 11ଟି ସ୍ଥାନରେ ସର୍ଚ୍ଚ ଅପରେସନ କରିଥିଲା ଏନଆଇଏ । ସେହିପରି ଗତ 2 ତାରିଖରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜମ୍ମୁ କାଶ୍ମୀରର 12ଟି ସ୍ଥାନରେ ଚଢାଉ କରିଥିଲା ଜାତୀୟ ଅନୁସନ୍ଧାନ ଏଜେନ୍ସି । ଏହା ପୂର୍ବରୁ ମାର୍ଚ୍ଚ 14 ତାରିଖରେ କୁଲଗାମ, ପୁଲୱାମା, ଅନନ୍ତନାଗ ଓ ସୋପିଆନ ଅଞ୍ଚଳରେ ଆତଙ୍କବାଦୀ ପାଣ୍ଠି ସଂଗ୍ରହ ମାମଲାରେ ସନ୍ଦେହ ଘେରରେ ଥିବା ବ୍ୟକ୍ତିଙ୍କ ଘରେ ସର୍ଚ୍ଚ ଅପରେସନ କରାଯାଇଥିଲା । ହୁରିୟାତ ନେତା କ୍ବାଜି ୟାସିର ଏବଂ ଜାମ୍ମୁ କାଶ୍ମୀର ମୁକ୍ତି ଆନ୍ଦୋଳନ ଅଧ୍ୟକ୍ଷ ଜାଫର ଭଟ୍ଟଙ୍କ ଘରେ ରେଡ କରିଥିଲା ଏନଆଇଏ ।

Last Updated : May 9, 2023, 12:29 PM IST

ABOUT THE AUTHOR

...view details