ଓଡିଶା

odisha

Maharashtra Political Crisis: ଉଦ୍ଧବ ସରକାରଙ୍କୁ ବଡ ଝଟକା ! କାଲି ହେବ ଫ୍ଲୋର ଟେଷ୍ଟ

By

Published : Jun 29, 2022, 9:19 PM IST

ମହାରାଷ୍ଟ୍ର ସରକାର(Maharashtra Political Crisis)କୁ ନେଇ ଜାରି ରହିଥିବା ରାଜନୀତି ସଂକଟ ମଧ୍ୟରେ ମହାବିକାଶ ଅଘାଡି ସରକାରକୁ ଲାଗିଛି ଶକ୍ତ ଝଟକା । ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ( Bhagat Singh Koshyari) ଙ୍କ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

Maharashtra Political Crisis
Maharashtra Political Crisis

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର(Maharashtra Political Crisis)କୁ ନେଇ ଜାରି ରହିଥିବା ରାଜନୀତି ସଂକଟ ମଧ୍ୟରେ ମହାବିକାଶ ଅଘାଡି ସରକାରକୁ ଲାଗିଛି ଶକ୍ତ ଝଟକା । ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ( Bhagat Singh Koshyari) ଙ୍କ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ ଆସନ୍ତାକାଲି(ଗୁରୁବାର) ଉଦ୍ଧବ ସରକାରଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ପଡିବ ।

ଗତକାଲି ରାଜ୍ୟର ରାଜନୀତି ସଂକଟ ନେଇ ମୁଖ୍ୟ ବିରୋଧୀ ବିଜେପି ଓ କିଛି ସ୍ବାଧୀନ ବିଧାୟକ ସରକାର ବହୁମତ ହରାଇଥିବା ଦାବି କରିଥିଲେ । ଏହାକୁ ନେଇ ସେମାନେ ରାଜ୍ୟପାଳଙ୍କ ନିକଟରେ ସରକାରଙ୍କୁ ବହୁମତ ସାବ୍ୟସ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ । ରାଜ୍ୟପାଳ (Governor of Maharashtra) ବିରୋଧୀ ଓ ସ୍ବାଧୀନ ବିଧାୟକଙ୍କ ଦାବିକୁ ଅନୁଭବ କରି ସରକାରଙ୍କୁ ଆସନ୍ତା 30 ତାରିଖ 5 ଟା ସୁଦ୍ଧା ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଯାହାର ବିରୋଧ କରି ମହାବିକାଶ ଅଘାଡି (Maha Vikas Aghadi) ସରକାର ସୁପ୍ରିମକୋର୍ଟ(Supreme Court ) ଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟରେ ସରକାରଙ୍କୁ ପକ୍ଷରୁ ବରିଷ୍ଠ ଆଇନଜୀବି ଅଭିଷେକ ମନୁ ସିଂଘଭୀ(Abhishek Singhvi) ଯୁକ୍ତି ଉପସ୍ଥାପନା କରି କହିଥିଲେ, ରାଜ୍ୟପାଳ ସମ୍ବିଧାନର ଅନୁପାଳ କରିନାହାଁନ୍ତି । କହିଥିଲେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିନାହାଁନ୍ତି। ମନ୍ତ୍ରୀ ମଣ୍ଡଳର ସ୍ଥିତି ଅବଗତ ହୋଇନାହାଁନ୍ତି । ସରକାରରେ ସାମିଲ ଥିବା କଂଗ୍ରେସର ଦୁଇ ବିଧାୟକ ବର୍ତ୍ତମାନ ବିଦେଶରେ ଅଛନ୍ତି । ଏନସିପିର 2 ବିଧାୟକ କୋରନା ସଂକ୍ରମିତ ଅଛନ୍ତି ।

ଏହାସହ ଯୁକ୍ତି ବାଢି ସିଂଘଭୀ କହିଥିଲେ ପୁରା ମାମଲା 12 ଜୁଲାଇରେ ସୁପ୍ରିମକୋର୍ଟ ଶୁଣାଣି କରିବେ । 16 ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଉପବାଚସ୍ପତି ନିଷ୍ପତି ନେଇଥିଲେ । ଯାହାର ଶୁଣାଣି ହେବ । ଏପରି ସ୍ଥଳେ ଆସନ୍ତାକାଲି ଫ୍ଲୋର ଟେଷ୍ଟ(ବହୁମତ) ସାବ୍ୟସ୍ତ ପାଇଁ ନିର୍ଦ୍ଦେଶ ଦେବା ଆଇନସମତଃ ନୁହେଁ ବୋଲି କହିଥିଲେ ।

ଅନ୍ୟପଟେ ବିରୋଧୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବି ନୀରଜ କିଶାନ କୌଲ ଯୁକ୍ତି ଉପସ୍ଥାପନା କରିଥିବା ବେଳେ, ରାଜ୍ୟପାଳଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ରଖିଥିଲେ ।

ABOUT THE AUTHOR

...view details