ଓଡିଶା

odisha

Maha Politcal Crisis: ଖୁବଶୀଘ୍ର ମୁମ୍ବାଇ ଫେରିବେ କହିଲେ ଏକନାଥ ସିନ୍ଧେ

By

Published : Jun 28, 2022, 3:55 PM IST

ଖୁବଶୀଘ୍ର ମହାରାଷ୍ଟ୍ର ଫେରିବେ ବୋଲି କହିଛନ୍ତି ଏକନାଥ ସିନ୍ଧେ । ବିଦ୍ରୋହୀ ବିଧାୟକଙ୍କ ଆଗାମୀ ସମୟ କଣ ହେବ ତାହାକୁ ନେଇ ବିଧାୟକ ଦୀପକ କେସରକର ଦେବେ ବୋଲି କହିଛନ୍ତି ଏକନାଥ ସିନ୍ଧେ । ଅଧିକ ପଢ଼ନ୍ତୁ

Maha Politcal Crisis: ଖୁବଶୀଘ୍ର ମୁମ୍ବାଇ ଫେରିବେ କହିଲେ ଏକନାଥ ସିନ୍ଦେ
Maha Politcal Crisis: ଖୁବଶୀଘ୍ର ମୁମ୍ବାଇ ଫେରିବେ କହିଲେ ଏକନାଥ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ର ସରକାର ଉପରେ ରାଜନୈତିକ ସଙ୍କଟ ଲାଗି ରହିଛି । ବାଗୀ ବିଧାୟକ ଗୌହାଟୀରେ କ୍ୟାମ୍ପ କରିଛନ୍ତି । ତୁଙ୍ଗନେତା ଏକନାଥ ସିନ୍ଧେଙ୍କ ନେତୃତ୍ବରେ ଶିବସେନା ବିଧାୟକ, ଉଦ୍ଧବଙ୍କ ହାତ ଛାଡ଼ିଛନ୍ତି । ଏହାରି ମଧ୍ୟ ଖୁବଶୀଘ୍ର ମହାରାଷ୍ଟ୍ର ଫେରିବେ ବୋଲି କହିଛନ୍ତି ଏକନାଥ ସିନ୍ଧେ ।

ତାଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହାକୁ ନେଇ ପ୍ରଶ୍ନର ଉତ୍ତର ଦେଇ ଏକନାଥ ସିନ୍ଧେ କହିଛନ୍ତି ଯେ, "ମୋ ସହ ୫୦ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଖୁବଶୀଘ୍ର ମୁଁ ମୁମ୍ବାଇ ଫେରିବି । ଆମେ ଏବେ ବି ଶିବସେନାରେ ଅଛୁ । ଆମେ ଶିବସେନାକୁ ଆଗକୁ ନେଇ ଯାଉଛୁ । ଏହାକୁ ନେଇ କେହି ସନ୍ଦେହ କରିବା ଯଥାର୍ଥ ନୁହେଁ । ଆମର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ଆମେ ଜଣାଇବୁ । ଏଥିପାଇଁ ଆମେ ଖୁବଶୀଘ୍ର ମୁମ୍ବାଇ ଫେରିବୁ ।"

ମଙ୍ଗଳବାର ଶିବସେନା ନେତା ଆଦିତ୍ୟ ଠାକ୍‌ରେ ଅଭିଯୋଗ କରିଥିଲେ ଯେ, 'ଏକନାଥ ସିନ୍ଧେ ୨୦ରୁ ଅଧିକ ବିଧାୟକଙ୍କୁ ଅପହରଣ କରି ଜୋରଜବରଦସ୍ତ ନିଜ ପାଖରେ ରଖିଛନ୍ତି ।' ଏହାକୁ ନେଇ ଜବାବ ରଖିଛନ୍ତି ଏକନାଥ ସିନ୍ଧେ । ସେ କହିଛନ୍ତି ଯେ, "ଯଦି ମୁଁ କାହାକୁ ଜବରଦସ୍ତ ଏଠାକୁ ନେଇ ଆସିଛି, ତେବେ ଆଦିତ୍ୟ ଠାକ୍‌ରେ ସେମାନଙ୍କ ନାମ କୁହନ୍ତୁ । ଏଠାରେ ପ୍ରତ୍ୟେକ ବିଧାୟକ ସ୍ବଇଚ୍ଛାରେ ଅଛନ୍ତି ଓ ଖୁସିରେ ଅଛନ୍ତି ।"

ବାଗୀ ବିଧାୟକ କ୍ୟାମ୍ପର ମୁଖପାତ୍ର ହୋଇଛନ୍ତି ବିଧାୟକ ଦୀପକ କେସରକର । ଆଗାମୀ ପଦକ୍ଷେପ କଣ ହେବ ? ତାହାକୁ ନେଇ ସମସ୍ତ ସୂଚନା ବିଧାୟକ ଦୀପକ କେସରକର ଦେବେ ବୋଲି କହିଛନ୍ତି ଏକନାଥ ସିନ୍ଧେ ।

ABOUT THE AUTHOR

...view details