ଓଡିଶା

odisha

Covishield price revised: 600 ନୁହେଁ 225ରେ ପାଇବେ ଘରୋଇ ହସ୍ପିଟାଲ

By

Published : Apr 9, 2022, 5:25 PM IST

କୋଭିସିଲ୍ଡ ମୂଲ୍ୟରେ ବଡ ପରିବର୍ତ୍ତନ କଲା ସେରମ ଇଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ଏବେ 600 ନୁହେଁ 225 ଟଙ୍କାରେ ଘରୋଇ ହସ୍ପିଟାଲକୁ ଯୋଗାଇବା ନେଇ ନିଷ୍ପତ୍ତି । ସୂଚନା ଦେଲେ CEO ଆଦର ପୁନାଓ୍ବାଲା । ଅଧିକ ପଢନ୍ତୁ

କୋଭିସିଲ୍ଡ ମୂଲ୍ୟରେ ପରିବର୍ତ୍ତନ କଲା ସେରମ: ଏଣିକି 6ଶହ ନୁହେଁ 225ରେ ପାଇବେ ଘରୋଇ ହସ୍ପିଟାଲ
କୋଭିସିଲ୍ଡ ମୂଲ୍ୟରେ ପରିବର୍ତ୍ତନ କଲା ସେରମ: ଏଣିକି 6ଶହ ନୁହେଁ 225ରେ ପାଇବେ ଘରୋଇ ହସ୍ପିଟାଲ

ନୂଆଦିଲ୍ଲୀ: କୋଭିଡ ଟିକା ‘କୋଭିସିଲ୍ଡ’ ଉତ୍ପାଦନକାରୀ ସଂସ୍ଥା ସେରମ ଇଷ୍ଟିଚ୍ୟୁଟ (SII) ଟିକା ମୂଲ୍ୟରେ ପରିବର୍ତ୍ତନ ନେଇ ବଡ ଘୋଷଣା କରିଛି । ଘରୋଇ ହସ୍ପିଟାଲ ପାଇଁ ପୂର୍ବ ମୂଲ୍ୟରେ ହ୍ରାସ କରିଛି ସଂସ୍ଥା । ପୂର୍ବରୁ ଘରୋଇ ହସ୍ପିଟାଲ ପାଇଁ ପ୍ରତି ଡୋଜ 600 ଟଙ୍କା ଥିବା ବେଳେ ଏବେ ମାତ୍ର 225ରେ ଯୋଗାଇ ଦେବାନେଇ ନିଷ୍ପତ୍ତି ହୋଇଥିବା ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାଓ୍ବାଲା ଟ୍ବିଟ କରି ସୂଚନା ଦେଇଛନ୍ତି ।

ପୁନଓ୍ୱାଲା ଟ୍ବିଟରେ ଲେଖିଛନ୍ତି, କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ସଂସ୍ଥା ପକ୍ଷରୁ ମୂଲ୍ୟ ହ୍ରାସ ନେଇ ନିଷ୍ପତ୍ତି ହେବା ସହ ଘୋରଇ ହସ୍ପିଟାଲକୁ ଯୋଗାଣ ନେଇ ପରିବର୍ତ୍ତିତ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଏଣିକି ଘରୋଇ ହସ୍ପିଟାଲମାନେ ମାତ୍ର 225 ଟଙ୍କା ମୂଲ୍ୟରେ କୋଭିସିଲ୍ଡ ଡୋଜ କିଣିପାରିବେ । ପୂର୍ବରୁ ଏହି ରାଶି 6ଶହ ଟଙ୍କା ସ୍ଥିର କରିଥିଲା କମ୍ପାନୀ । କେନ୍ଦ୍ର ସରକାର ସମସ୍ତ ପ୍ରାପ୍ତ ବୟସ୍କ ତଥା 18 ବର୍ଷରୁ ଉର୍ଦ୍ଧ୍ବ ନାଗରିକ ବୁଷ୍ଟର ଡୋଜ ନେଇପାରିବା ନେଇ ମଧ୍ୟ ଘୋଷଣା କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details