ଓଡିଶା

odisha

ନବରାତ୍ରୀର ଦ୍ବିତୀୟ ଦିନ, ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା'

By

Published : Sep 27, 2022, 7:12 AM IST

ନବରାତ୍ରୀର ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା' ଦୁର୍ଗା । ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ ସହ ପୂଜା ମଣ୍ଡପ । ଅଧିକ ପଢନ୍ତୁ

ନବରାତ୍ରୀର ଦ୍ବିତୀୟ ଦିନ, ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା'
ନବରାତ୍ରୀର ଦ୍ବିତୀୟ ଦିନ, ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ ମା'

ହାଇଦ୍ରାବାଦ:ଆରମ୍ଭ ହୋଇଯାଇଛି ମା' ଦୁର୍ଗାଙ୍କ ନବରାତ୍ରୀ ପୂଜା, ଆଉ ଦିନ କେଇଟା ପରେ ଦଶହରା, ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ ସହ ପୂଜା ମଣ୍ଡପ । ନବରାତ୍ରୀରେ ମା’ ଦୁର୍ଗା ନଅଟି ରୂପରେ ପୂଜା ପାଇଥାନ୍ତି । ଏହି ନଅଦିନ ମା' ଦୁର୍ଗା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ରୂପରେ ମଣ୍ଡପରେ ପୂଜା କରାଯାଏ ।

ଆଜି ମା'ଙ୍କ ବ୍ରହ୍ମଚାରିଣୀ ରୂପ

ପ୍ରଥମ ଦିନରେ ମା' ଶୈଳପୁତ୍ରୀ ରୂପରେ ପୂଜା ପାଇବା ପରେ ଆଜି(ମଙ୍ଗଳବାର) ବ୍ରହ୍ମଚାରିଣୀ ରୂପରେ ପୂଜା ପାଇବେ । ନବରାତ୍ରର ଦ୍ବିତୀୟ ଦିନରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ବ୍ରହ୍ମଚାରିଣୀ ରୂପରେ ଉପାସନା କରିଥାନ୍ତି । ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ମା’ ଭଗବାନ ଶିବଙ୍କୁ ପତି ରୂପେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ । ଏହି କଠିନ ତପସ୍ୟା ପାଇଁ ଦେବୀଙ୍କ ନାମ ତପଶ୍ଚାରିଣୀ ଅର୍ଥାତ୍‌ ବ୍ରହ୍ମଚାରିଣୀ ହୋଇଛି । ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି । ମା'ଙ୍କ ଏହି ସ୍ବରୂପକୁ ପୂଜା କଲେ ସର୍ବତ୍ର ସିଦ୍ଧି ଓ ବିଜୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ମା'ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା ।

ଏହା ମଧ୍ୟ ପଢନ୍ତୁ-Navratri 2022: ଆଜି ଶୈଳପୁତ୍ରୀ ରୂପରେ ପୂଜା ପାଇବେ ମା’

ଜ୍ଞାନ ଓ ବୁଦ୍ଧିର ଦେବୀ

ନବରାତ୍ରୀର ଦ୍ବିତୀୟ ଦିନରେ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପୂଜା ପେଣ୍ଡାଲ ଗୁଡିକରେ ମା'ଙ୍କୁ ଆଜି ବ୍ରହ୍ମଚାରିଣୀ ସୂରୂପରେ ପୂଜା କରିବେ ଭକ୍ତ । ଆଜିର ଦିନରେ ମା'ଙ୍କୁ ସ୍ମରଣ କଲେ ତପ, ତ୍ୟାଗ, ବୈରାଗ୍ୟ, ସଦାଚାରରେ ବୃଦ୍ଧିହୁଏ । ମା' ବ୍ରହ୍ମଚାରିଣୀଙ୍କୁ ଜ୍ଞାନ ଓ ବୁଦ୍ଧିର ଦେବୀ ବୋଲି ମଧ୍ୟ କୁହାଯାଏ । ତାଙ୍କ କୃପା ଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଥାଏ । ମା'ଙ୍କ ପୂଜା କଲେ ଛାତ୍ରଛାତ୍ରୀଙ୍କୁ ବିଶେଷ ଲାଭପ୍ରାପ୍ତ ହୋଇଥାଏ ।

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନବରାତ୍ରୀର ଦ୍ବିତୀୟ ଦିନରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟରରେ ମା' ବ୍ରହ୍ମଚାରିଣୀଙ୍କ ଏକ ଭିଡିଓ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ, ଯେଉଁଥିରେ ସେ ଲେଖିଛନ୍ତି, ''ଆଜି ହେଉଛି ମା' ଙ୍କର ଦ୍ୱିତୀୟ ରୂପ ମାତା ବ୍ରହ୍ମଚରିଣୀଙ୍କ ବିଶେଷ ଉପାସନାର ଦିନ । ମୁଁ କାମନା କରୁଛି ମା' ତାଙ୍କର ସମସ୍ତ ଭକ୍ତଙ୍କୁ ଆଶୀର୍ବାଦ କରନ୍ତୁ ।''

ABOUT THE AUTHOR

...view details