ଓଡିଶା

odisha

ଚୀନ ସମେତ ଅନ୍ୟ କିଛି ଦେଶରୁ ଫେରନ୍ତାଙ୍କ ପାଇଁ ବାଧ୍ୟତାମୂଳକ ହେଲା RT-PCR ଟେଷ୍ଟ

By

Published : Dec 29, 2022, 4:27 PM IST

ଚୀନ, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଥାଇଲ୍ୟାଣ୍ଡରୁ ଭାରତ ଫେରିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ (RT PCR test mandatory for china return)। ଯାତ୍ରା ପୂର୍ବରୁ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବାକୁ ହେବ ଟେଷ୍ଟ ରିପୋର୍ଟ । ଅଧିକ ପଢନ୍ତୁ

ଚୀନ ସମେତ ଅନ୍ୟ କିଛି ଦେଶର ଫେରନ୍ତାଙ୍କ ପାଇଁ ବାଧ୍ୟତାମୂଳକ ହେଲା RT-PCR ଟେଷ୍ଟ
ଚୀନ ସମେତ ଅନ୍ୟ କିଛି ଦେଶର ଫେରନ୍ତାଙ୍କ ପାଇଁ ବାଧ୍ୟତାମୂଳକ ହେଲା RT-PCR ଟେଷ୍ଟ

ହାଇଦ୍ରାବାଦ: ଚୀନରେ ଦେଖାଯାଇଥିବା ନୂତନ କୋଭିଡ ଭାରିଏଣ୍ଟର ସଂକ୍ରମଣକୁ ନେଇ ସାରା ବିଶ୍ବର ଚିନ୍ତା ବଢିଛି । ଭାରତ ମଧ୍ୟ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି । ଚୀନ ସମେତ କିଛି ଆଖପାଖ ଦେଶରୁ ଫେରନ୍ତାଙ୍କ ପାଇଁ କଟକଣା ଜାରି କରାଯାଇଛି । ଚୀନ, ହଂକଂ , ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ପ୍ରମୁଖ ଦେଶରୁ ଭାରତକୁ ଫେରୁଥିବା ନାଗରିକଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି (RT PCR test mandatory for china return)। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ କରି ସୂଚନା ଦେଇଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏହି ଗାଇଡଲାଇନ ଅନୁସାରେ, ଏହି ସବୁ ଦେଶରେ ନୂତନ ପ୍ରଜାତିର ସଂକ୍ରମଣ ଆଶଙ୍କା ଅଧିକ ରହିଛି । ଏହିସବୁ ଦେଶରୁ ଭାରତକୁ ଫେରିବାକୁ ଚାହୁଁଥିବା ଯାତ୍ରୀଙ୍କୁ ଯାତ୍ରା ପୂର୍ବରୁ RT-PCR ଟେଷ୍ଟ କରିବାକୁ ପଡିବ । ଟେଷ୍ଟ ରିପୋର୍ଟ ବା ସାର୍ଟିଫିକେଟକୁ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ ମଧ୍ୟ କରିବାକୁ ପଡିବ । ଚୀନରେ ପ୍ରଥମେ ଚିହ୍ନଟ ହୋଇଥିବା ନୂତନ ଭ୍ୟାରିଏଣ୍ଟ BF.7 ଏବେ ଅନ୍ୟ କିଛି ଦେଶରେ ମଧ୍ୟ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ବଢିବାରେ ଲାଗିଛି । ତେଣୁ ସମୟ ପୂର୍ବରୁ ପ୍ରସ୍ତୁତି ମୁତାବକ ବିଦେଶ ଫେରନ୍ତାଙ୍କ ଉପରେ ଏହି କଟକଣା ଜାରି କରିଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details