ଓଡିଶା

odisha

ନୂଆ ସଂସଦ ସୌଧକୁ କଫିନ ସହ ତୁଳନା କଲା RJD, ଏମିତି ଜବାବ ଦେଲା ବିଜେପି

By

Published : May 28, 2023, 1:39 PM IST

ନୂଆ ସଂସଦ ସୌଧକୁ କଫିନ ସହ ତୁଳନା କରି ଟ୍ବିଟ୍ କଲା ଆରଜେଡି । କଡା ଜବାବ ଦେଲା ବିଜେପି । ଅଧିକ ପଢନ୍ତୁ

ନୂଆ ସଂସଦ ସୌଧକୁ କଫିନ ସହ ତୁଳନା କଲା RJD
ନୂଆ ସଂସଦ ସୌଧକୁ କଫିନ ସହ ତୁଳନା କଲା RJD

ପାଟନା:ବିରୋଧି ଦଳ ଗୁଡିକର ତୀବ୍ର ବିରୋଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂତନ ସଂସଦ ଭବନର ଲୋକାର୍ପଣ କରିଛନ୍ତି । ନୂଆ ସଂସଦର ଲୋକାର୍ପଣ ହେଉ ହେଉ ପୁଣିଥରେ ନୂଆ ବିବାଦ ସାମ୍ନାକୁ ଆସିଛି । ଲାଲୁ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳର (RJD) ଏକ ଟ୍ବିଟ୍ ବିବାଦ ବଢାଇଛି । ନୂତନ ସଂସଦ ଭବନର ଡିଜାଇନକୁ କଫିନ ସହିତ ତୁଳନା କରିଛି ଆରଜେଡି । ଏନେଇ ଦଳ ଟ୍ବିଟର ହ୍ୟାଣ୍ଡେଲରେ ସଂସଦ ଭବନ ଓ କଫିନ ଏକ ଫଟୋ ପୋଷ୍ଟ କରି ଏହା କ'ଣ ବୋଲି ପ୍ରଶ୍ନ କରିଛି । ଯାହାକୁ ନେଇ ଏବେ ବିଜେପି ଓ ଆରଜେଡି ମୁହାଁମୁହିଁ ହୋଇଛନ୍ତି ।

ଆରଜେଡି ନେତା ଶକ୍ତି ସିଂ ଯାଦବ କହିଛନ୍ତି, ''ଆମ ପକ୍ଷରୁ କଫିନର ଯେଉଁ ଚିତ୍ର ଟ୍ବିଟ୍ କରାଯାଇଛି, ତାହା ଦେଶର ଗଣତନ୍ତ୍ରକୁ କବର ଦିଆଯାଇଛି ବୋଲି ଦର୍ଶାଉଛି । ଦେଶବାସୀ ଏହାକୁ କେବେ ଗ୍ରହଣ କରିବେ ନାହିଁ । ସଂସଦ ଗଣତନ୍ତ୍ରର ମନ୍ଦିର, ଯେଉଁଠି ଆଲୋଚନା ହୁଏ ।'' ଆରଜେଡିର ଏପରି ଟ୍ବିଟରେ କଡା ଜବାବ ଦେଇ ବିଜେପି ନେତା ସୁଶୀଲ ମୋଦି କହିଛନ୍ତି, ନୂତନ ସଂସଦ ଭବନକୁ କଫିନ ସହ ତୁଳନା କରିଥିବା ଲୋକ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ଉଚିତ୍ ।

ଏହାମଧ୍ୟ ପଢନ୍ତୁ: ଭାରତର ଆତ୍ମା ନୂଆ ସଂସଦ ଭବନ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ପ୍ରକାଶଥାଉ କି, ଆଜି ନୂଆ ସଂସଦ ଭବନର ଉଦଘାଟନ ହୋଇଥିବା ବେଳେ ୨୦ରୁ ଅଧିକ ବିରୋଧ ଦଳ ଲୋକାର୍ପଣ କାର୍ଯ୍ୟକ୍ରମକୁ ବୟକଟ କରିଥିଲେ । ସେମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ସଂସଦର ଲୋକାର୍ପଣକୁ ବିରୋଧି କରିଥିଲେ । ଏହା କେବଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନ ନୁହେଁ, ବରଂ ଦେଶର ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ବିରୋଧି ନେତାଏ କହିଥିଲେ । ଉଦଘାଟନୀ ସମାରୋହ ବର୍ଜନ କରିଥିବା ଦଳଗୁଡିକ ହେଲେ, କଂଗ୍ରେସ, ଆମ୍ ଆଦମୀ ପାର୍ଟି, ତୃଣମୂଳ କଂଗ୍ରେସ, ଡିଏମକେ, ରାଷ୍ଟ୍ରୀୟ ଜନତା ଦଳ, ଜେଡିୟୁ, ଏନସିପି, ସମାଜବାଦୀ ପାର୍ଟି, ଉଦ୍ଧବ ଠାକରେଙ୍କ ଶିବସେନା ।

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ସଂସଦ ଭବନ ଉଦଘାଟନକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ମଧ୍ୟ ଦାଖଲ ହୋଇଥିଲା । ମାତ୍ର ସର୍ବୋଚ୍ଚ ଅଦାଲତ ଏହାକୁ ଖାରଜ କରିଦେଇଥିଲେ । ଶେଷରେ ଆଜି ବହୁ ପ୍ରତୀକ୍ଷିତ ଗଣତନ୍ତ୍ରର ମନ୍ଦିର ନୂଆ ସଂସଦ ସୌଧ ଲୋକାର୍ପଣ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details