ଓଡିଶା

odisha

REPUBLIC DAY 2023, ଜାଣନ୍ତୁ ଗଣତନ୍ତ୍ର ଦିବସରେ କେଉଁ ପୁରସ୍କାର ପ୍ରଦାନ କରାଯାଏ

By

Published : Jan 23, 2023, 8:52 PM IST

ଗଣତନ୍ତ୍ର ଦିବସ ସମସ୍ତ ଦେଶବାସୀଙ୍କ ପାଇଁ ଏକ ଜାତୀୟ ପର୍ବ । ଏହି ଅବସରରେ ଭାରତୀୟ ସମ୍ବିଧାନ ସମ୍ମାନରେ ଆୟୋଜିତ ଗଣତନ୍ତ୍ର ଦିବସ ପାଳନ ଅବସରରେ ସାଧାରଣ ନାଗରିକ, ସାମରିକ କର୍ମଚାରୀ, ପୋଲିସ୍ ଏବଂ ଦେଶର ପିଲାମାନେ ସେମାନଙ୍କ ଶ୍ରେଣୀରେ ବିଶେଷ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ କରାଯାଇଥାଏ । ଅଧିକ ପଢନ୍ତୁ

REPUBLIC DAY 2023
REPUBLIC DAY 2023

ନୂଆଦିଲ୍ଲୀ:ଚଳିତ ବର୍ଷ ଭାରତ 74 ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଜାନୁଆରୀ 26ରେ ରାଷ୍ଟ୍ରପତି ଭବନ ନିକଟ ରାଜପଥରେ ଆୟୋଜିତ ହେବାକୁ ଥିବା ବାର୍ଷିକ ପରେଡ ଆକର୍ଷଣର ମୁଖ୍ୟ କେନ୍ଦ୍ର ହେବ। ତେବେ ଭାରତର ସମ୍ବିଧାନ 26 ଜାନୁଆରୀ 1950 ରେ ଲାଗୁ ହୋଇଥିଲା। ପ୍ରତିବର୍ଷ ଏହି ଅବସରରେ ଗଣତନ୍ତ୍ର ଦିବସ ପାଳନ କରାଯାଏ | ଏଥିସହ ଅନୁଷ୍ଠିତ ସମାରୋହରେ ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିମଧ୍ୟରେ ନାଗରିକ ସମ୍ମାନ, ସାମରିକ ସମ୍ମାନ, ପୋଲିସ୍ ଫୋର୍ସ ପାଇଁ ସମ୍ମାନ ଏବଂ ଶିଶୁ ପୁରସ୍କାର ଅନ୍ତର୍ଭୁକ୍ତ ।

REPUBLIC DAY 2023

ନାଗରିକ ସମ୍ମାନର ସବୁଠାରୁ ଉପରେ ରହିଛି ଭାରତରତ୍ନ ସ୍ଥାନ :- ଭାରତରତ୍ନ ହେଉଛି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ। ଏହି ସମ୍ମାନ ଦେଶର ସେବା ପାଇଁ ଦିଆଯାଇଥାଏ। ଏହି ସେବାଗୁଡ଼ିକରେ କଳା, ସାହିତ୍ୟ, ବିଜ୍ଞାନ, ଜନସେବା ଏବଂ କ୍ରୀଡା ଆଦି ଅନ୍ତର୍ଭୁକ୍ତ । ଜାନୁଆରୀ 2, 1954 ରେ ପ୍ରଥମ ଥର ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଥିଲା | ତେବେ ଏହି ପୁରସ୍କାର ପ୍ରତିବର୍ଷ ଘୋଷଣା କରାଯାଇ ନ ଥାଏ।

REPUBLIC DAY 2023

ଭାରତ ରତ୍ନ ପରେ ପଦ୍ମ ପୁରସ୍କାର ହେଉଛି ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର:-ଏହି ପୁରସ୍କାର 3 ଶ୍ରେଣୀରେ ଅନ୍ତର୍ଭୁକ୍ତ। ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ। ଏହି ପୁରସ୍କାର ଗଣତନ୍ତ୍ର ଦିବସ ପୂର୍ବ ସଂନ୍ଧ୍ୟାରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥାଏ। ପରେ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ କରାଯାଏ । ପଦ୍ମ ପୁରସ୍କାର ପାଇଁ ସମସ୍ତ ନାମାଙ୍କନ ପ୍ରତିବର୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର କମିଟି ଦ୍ବାରା ଉପସ୍ଥାପିତ ହୁଏ । ଏଥିସହ ଏହି ପୁରସ୍କାର ପାଇଁ ନାମ କମିଟି ଦ୍ୱାରା ହିଁ ମନୋନୀତ ହୋଇଥାଏ। ଏହି ସମିତିର ଅଧକ୍ଷତା କ୍ୟାବିନେଟ ସଚିବ କରିଥାନ୍ତି। ପଦ୍ମ ପୁରସ୍କାର କମିଟିରେ ଗୃହ ସଚିବ, ରାଷ୍ଟ୍ରପତିଙ୍କ ସଚିବ ଏବଂ ଚାରି କିମ୍ବା 6 ଜଣ ବିଶିଷ୍ଟ ବ୍ୟକ୍ତି ରହିଥାନ୍ତି। କିନ୍ତୁ ଏହାର ଚୂଡ଼ାନ୍ତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସ୍ତରରେ ନିଆଯାଇଛି। ପ୍ରତିବର୍ଷ ଏହି ପୁରସ୍କାର ଘୋଷଣା କରାଯାଏ ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରିୟ ବାଲ ପୁରସ୍କାର:- ଏହି ପୁରସ୍କାର 18ବର୍ଷରୁ କମ୍ ଭାରତୀୟ ନାଗରିକଙ୍କୁ ପ୍ରଦାନ କରାଯାଇଥାଏ । ଯେଉଁମାନେ ଅସାଧାରଣ ରଚନା , ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଠତା,ସମାଜ ସେବା, ମାନବିକତା, ସାହସିକତା ଏବଂ କ୍ରୀଡା କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ଚଳିତ ବର୍ଷ 11 ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରିୟ ବାଲ ପୁରସ୍କାର ରେ ସମ୍ମାନିତ କରାଯିବ । ଏଥି ମଧ୍ୟରେ 6ଜଣ ପୁଅ ଏବଂ 5ଜଣ ଝିଅ ଅଛନ୍ତି। କଳା-ସଂସ୍କୃତି, ସାହସିକତା, ଶିକ୍ଷାଗତ, ସାମାଜିକ ସେବା ଏବଂ କ୍ରୀଡା କ୍ଷେତ୍ରରେ ସେମାନଙ୍କର ବିଶେଷ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଜୀବନ ରକ୍ଷା ପଦକ :- 1961 ମସିହାରେ ସ୍ଥାପିତ ହୋଇଛି ଜୀବନ ରକ୍ଷା ପଦକ। ଏହି ବିଶେଷ ପୁରସ୍କାର ଅନ୍ୟ କୌଣସି ବ୍ୟକ୍ତିର ଜୀବନ ବଞ୍ଚାଇବା ପାଇଁ ଦିଆଯାଏ । ଏହା ତିନୋଟି ଶ୍ରେଣୀରେ ଅନ୍ତର୍ଭୁକ୍ତ । ସର୍ବୋତ୍ତମ ଜୀବନ ରକ୍ଷା ପଦକ, ଉତ୍ତମ ଜୀବନ ରକ୍ଷା ପଦକ ଏବଂ ଜୀବନ ରକ୍ଷା ପଦକ । ଏହି ପୁରସ୍କାର ସେହି ନାଗରିକମାନଙ୍କୁ ଦିଆଯାଏ ଯେଉଁମାନେ ନିଆଁ, ପାଣିରେ ବୁଡ଼ିଯିବା କିମ୍ବା ଅନ୍ୟାନ୍ୟ ଦୁର୍ଘଟଣାରୁ ଲୋକଙ୍କ ଜୀବନ ରକ୍ଷା କରନ୍ତି । ଭାରତର ରାଷ୍ଟ୍ରପତି ସେମାନଙ୍କ କାର୍ଯ୍ୟକୁ ସ୍ୱୀକୃତି ଦେଇ ବିଶିଷ୍ଟ ସେବା, ମେଧାବୀ ସେବା ଏବଂ ବୀରତ୍ବ ପଦକ ସମେତ ତିନୋଟି ବର୍ଗର କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥାଏ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details