ଓଡିଶା

odisha

Maharashtra crisis: ଉପବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ ବିରୋଧରେ ସୁପ୍ରିମକୋର୍ଟ ଗଲେ ସିନ୍ଧେ

By

Published : Jun 26, 2022, 9:02 PM IST

ସୁପ୍ରିମକୋର୍ଟକୁ ଗଲା ମହାରାଷ୍ଟ୍ର ରାଜନୀତି । ଉପବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ ବିରୋଧରେ ସୁପ୍ରିମ କୋର୍ଟ ଗଲେ ବିଦ୍ରୋହୀ ବିଧାୟକ ନେତା ଏକନାଥ ସିନ୍ଧେ । ଅଧିକ ପଢନ୍ତୁ

Maharashtra crisis: ଉପ ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ ବିରୋଧରେ ସୁପ୍ରିମ କୋର୍ଟରେ ସିନ୍ଧେ
Maharashtra crisis: ଉପ ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସ ବିରୋଧରେ ସୁପ୍ରିମ କୋର୍ଟରେ ସିନ୍ଧେ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଗୋଟିଏ ପଟେ କ୍ଷମତାର ସନ୍ତୁଳନ ଟଳମଳ ହେଉଥିବାବେଳେ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ସଙ୍କଟ ସମାଧାନ କିମ୍ବା ଅନ୍ତ ହେବା ପରିବର୍ତ୍ତେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି । ବିଦ୍ରୋହୀ ବିଧାୟକଙ୍କୁ ମହାରାଷ୍ଟ୍ର ଉପ ବାଚସ୍ପତି ଜାରି କରିଥିବା ଅଯୋଗ୍ୟ ଘୋଷଣା ନୋଟିସକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ବିଦ୍ରୋହୀ ବିଧାୟକ ଗୋଷ୍ଠୀର ନେତୃତ୍ବ ନେଉଥିବା ତଥା ଏହି ମହାଡ୍ରାମାର କେନ୍ଦ୍ର ଚରିତ୍ର ଏକନାଥ ସିନ୍ଧେ । ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ହସ୍ତକ୍ଷେପ ନେଇ ପିଟିସନ ଦାଏର କରିଛନ୍ତି ସିନ୍ଧେ ।

ଗତକାଲି ସିନ୍ଧେଙ୍କ ଗୋଷ୍ଠୀରେ ତଥା ଗୌହାଟୀରେ ଥିବା 16 ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ନୋଟିସ ଜାରି କରିଥିଲେ ମହାରାଷ୍ଟ୍ର ଉପ ବାଚସ୍ପତି । ସେମାନଙ୍କ ସଭ୍ୟପଦ କାହିଁକି ରଦ୍ଦ କରାଯିବ ନାହିଁ, ସେ ନେଇ ଉତ୍ତର ରଖିବାକୁ ବାଚସ୍ପତି ସମୟ ମଧ୍ୟ ଦେଇଥିଲେ । ଯାହାକୁ ନେଇ ମାମଲା ଏବେ କୋର୍ଟରେ ପହଞ୍ଚିଛି । ଏବେବି ବିଦ୍ରୋହୀ ବିଧାୟକମାନେ ଗୌହାଟୀର ଏକ ପଞ୍ଚ ତାରାକା ହୋଟେଲରେ ରହିଛନ୍ତି । ସେମାନେ ନୂଆ ଦଳ ଗଠନ କରିବା ନେଇ ମଧ୍ୟ ଚେତାବନୀ ଦେଇ ସାରିଛନ୍ତି । ଦଳର ନାମ ‘ଶିବସେନା ବାଲାସାହେବ’ ରଖାଯିବା ନେଇ ମଧ୍ୟ ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରୁ ସଙ୍କେତ ମିଳିଛି ।

ଅନ୍ୟପଟେ ଆଜି ସୁସ୍ଥ ହୋଇ ହସ୍ପିଟାଲରୁ ରାଜଭବନ ଫେରିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିୟାରୀ । ସିନ୍ଧେ ଗୋଷ୍ଠୀରେ ଥିବା ବିଧାୟକ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସୁରକ୍ଷା ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟପାଳ। ତୁରନ୍ତ ସେମାନଙ୍କୁ ପରିବାର ବର୍ଗଙ୍କୁ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ପାଇଁ ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ମଧ୍ୟ ଲେଖିଛନ୍ତି । ସିନ୍ଧେ ତାଙ୍କ ସମର୍ଥନରେ ଥିବା ବିଧାୟକଙ୍କ ସୁରକ୍ଷା ହଟାଇ ନିଆଯାଇଥିବା ଅଭିଯୋଗ ମଧ୍ୟ କରିଥିଲେ । ଏପରି ଅଭିଯୋଗକୁ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ପକ୍ଷରୁ ଖଣ୍ଡନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details