ଓଡିଶା

odisha

ବିଦ୍ୟା ମନ୍ଦିରରେ ଲଜ୍ଜା, ପାସ କରିବା ପାଇଁ ଶାରୀରିକ ସମ୍ବନ୍ଧ ରଖିବାକୁ କହିଲେ ପ୍ରଫେସର

By

Published : Dec 21, 2022, 10:56 PM IST

ସେମିଷ୍ଟାରରେ ପାସ କରାଇବେ ନେଇ ପ୍ରଫେସର ଛାତ୍ରୀଙ୍କ ଶାରୀରିକ ସମ୍ବନ୍ଧ ରଖିବାକୁ କହିଥିବା ଅଭିଯୋଗ କରିଛନ୍ତି ରାଜସ୍ଥାନ ବୈଷୟିକ ବିଶ୍ବବିଦ୍ୟାଳୟର ଛାତ୍ରୀ । ଅଧିକ ପଢନ୍ତୁ

ବିଦ୍ୟା ମନ୍ଦିରରେ ଲଜ୍ଜା, ପାସ କରିବା ନେଇ ଶାରୀରିକ ସମ୍ବନ୍ଧ ରଖିବାକୁ କହିଲେ ପ୍ରଫେସରବିଦ୍ୟା ମନ୍ଦିରରେ ଲଜ୍ଜା, ପାସ କରିବା ନେଇ ଶାରୀରିକ ସମ୍ବନ୍ଧ ରଖିବାକୁ କହିଲେ ପ୍ରଫେସର
ବିଦ୍ୟା ମନ୍ଦିରରେ ଲଜ୍ଜା, ପାସ କରିବା ନେଇ ଶାରୀରିକ ସମ୍ବନ୍ଧ ରଖିବାକୁ କହିଲେ ପ୍ରଫେସର

ରାଜସ୍ଥାନ: ରାଜସ୍ଥାନ ବିଶ୍ବବିଦ୍ୟାଳୟରେ ଲଜ୍ଜା । ପ୍ରଫେସରଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ଛାତ୍ରୀ । ସେମିଷ୍ଟାରରେ ପାସ କରାଇବା ନେଇ ପ୍ରଫେସର ଛାତ୍ରୀଙ୍କ ଶାରୀରିକ ସମ୍ବନ୍ଧ ରଖିବାକୁ କହିଥିବା ଅଭିଯୋଗ କରିଛନ୍ତି ରାଜସ୍ଥାନ ବୈଷୟିକ ବିଶ୍ବବିଦ୍ୟାଳୟର ଛାତ୍ରୀ । ଏହି ଘଟଣା ବାବଦରେ ଛାତ୍ରୀ ଜଣକ ଦାଦାବାଡି ଥାନା ପୋଲିସରେ ଆସୋସିଏଟ ପ୍ରଫେସର ଗିରିଶ ପରମାରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି । ଏହି ଏତଲାରେ ଅନ୍ୟ ଛାତ୍ର ଅର୍ପିତ ନାମ ମଧ୍ୟ ସାମିଲ ରହିଛି । ଯାହା ଦ୍ବାରା ଆସୋସିଏଟ ପ୍ରଫେସର କିଛି ଛାତ୍ରୀଙ୍କ ସେମିଷ୍ଟାରରେ ମାର୍କ ବଢାଇବା ଏବଂ ତାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବାକୁ କହିଥିଲେ ।

ସୂଚନା ଅନୁସାରେ, ରାଜସ୍ଥାନ ବୈଷୟିକ ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅଭିଯୋଗ କରିଛନ୍ତି କି ଆସୋସିଏଟ ପ୍ରଫେସର ଗିରିଶ ପରମାର ଛାତ୍ରୀମାନଙ୍କୁ ଟାର୍ଗେଟ କରିଥିଲେ । ଏହା ପରେ ଅନ୍ୟ ଛାତ୍ର ଅର୍ପିତ ମାଧ୍ୟମରେ ଆସୋସିଏଟ ପ୍ରଫେସର ଜଣଙ୍କ ଶାରୀରିକ ସମ୍ବନ୍ଧ ରଖିବାକୁ କହିଥିଲେ । ଅଭିଯୋଗ କରିଥିବା ଛାତ୍ରୀ କହିଛନ୍ତି ଯେ ତାଙ୍କୁ ପରୀକ୍ଷାରେ ଫେଲ କରିଦିଆଯାଇଥିଲା । ଏହା ମଧ୍ୟ କୁହାଯାଇଥିଲା କି ସେ କେବେବି ଇଞ୍ଜିନିୟରିଂ ପାସ କରି ପାରିବେ ନାହିଁ । ତାଙ୍କର ବ୍ୟାକ କ୍ଲିୟର କରାଯିବ ନାହିଁ । ଏହି ଘଟଣା ପରେ ସେ ଡିପ୍ରେସନକୁ ଚାଲିଯାଇଥିଲେ । ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରିଥିଲେ । ଏହା ପରେ ସେ ଏହି ଘଟଣା ବାବଦରେ ତାଙ୍କ ସାଙ୍ଗକୁ କହିଥିଲେ । ସେ ତାଙ୍କର ସାହସ ବଢାଇ ଏହି ଘଟଣା ବାବଦରେ ପରିବାର ଲୋକଙ୍କୁ ଜଣାଇବାକୁ କହିଥିଲେ ।

ସେପଟେ ଏହି ଘଟଣାର ଦାଦାବଡି ଥାନାଧିକାରୀ କହିଛନ୍ତି ଯେ ରାଜସ୍ଥାନ ବୈଷୟିକ ବିଶ୍ବବିଦ୍ୟାଳୟର ଆସୋସିଏଟ ପ୍ରଫେସର ଗିରିଶ ପରମାରଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଏନେଇ ତଦନ୍ତ ଜାରି ରହିଛି । ଏହି ଘଟଣାରେ ସମ୍ପୃକ୍ତ ଅର୍ପିତ ନାମକ ଏକ ଛାତ୍ର ନାମରେ ମଧ୍ୟ ଏତଲା ଦିଆଯାଇଛି ।

ABOUT THE AUTHOR

...view details