ଓଡିଶା

odisha

Punjab Poll 2022 : 5ଦିନ ତଳେ BJPରେ ସାମିଲ ହୋଇଥିଲେ, ପୁଣି କଂଗ୍ରେସକୁ ଫେରିଲେ ବିଧାୟକ

By

Published : Jan 3, 2022, 5:35 PM IST

ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ପରିମାଣରେ ବଢିବାରେ ଲାଗିଛି ନେତାଙ୍କ ଦଳବଦଳ ରାଜନୀତି । ଗତ ଡିସେମ୍ବର ୨୮ରେ ବିଜେପି ସାମିଲ ହୋଇଥିବା କଂଗ୍ରେସ ବିଧାୟକ ବଲବିନ୍ଦର ସିଂହ ଲାଡ୍ଡି (MLA Balwinder Singh Laddi) ରବିବାର ପୁଣି କଂଗ୍ରେସକୁ ଫେରିଛନ୍ତି । ଅଧିକ ପଢନ୍ତୁ

Punjab Poll 2022 : ବିଜେପିର ସାମିଲ ହୋଇ ପାଞ୍ଚ ଦିନ ମଧ୍ୟରେ କଂଗ୍ରେସକୁ ଫେରିଲେ ବିଧାୟକ
Punjab Poll 2022 : ବିଜେପିର ସାମିଲ ହୋଇ ପାଞ୍ଚ ଦିନ ମଧ୍ୟରେ କଂଗ୍ରେସକୁ ଫେରିଲେ ବିଧାୟକ

ଚଣ୍ଡିଗଡ: ବିଜେପିରେ ସାମିଲ ହୋଇ ପୁଣି ଫେରିଲେ କଂଗ୍ରେସକୁ । ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କିଏ କେତେବେଳେ ଦଳ ପରିବର୍ତ୍ତନ କରୁଛି ତାହାର କୌଣସି ନିଶ୍ଚିତତା ରହୁନାହିଁ । ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ପରିମାଣରେ ବଢିବାରେ ଲାଗିଛି ନେତାଙ୍କ ଦଳବଦଳ ରାଜନୀତି । ଯେଉଁଆଡେ ଦଳୀୟ ଟିକେଟ ମିଳିବାର ନିର୍ଭର ପ୍ରତିଶୃତି ମିଳୁଛି ସେପଟେ ଢଳୁଛନ୍ତି ନେତାଏ । ଏଭଳି ଏକ ନାଟକୀୟ ଘଟଣା ଦେଖିବାକୁ ମିଳିଛି ପଞ୍ଜାବରେ । କିଛିଦିନ ମଧ୍ୟରେ ଦଳ ପରିବର୍ତ୍ତନ କରିଥିବା ନେତା ପୁଣି ପୁରୁଣା ଦଳକୁ ଫେରିଛନ୍ତି।

ଚଳିତ ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ବର୍ତ୍ତମାନ ପଞ୍ଜାବରେ ରାଜନୈତିକ ମାହୋଲ ସରଗରମ ହୋଇଛି। ଗତ ଡିସେମ୍ବର ୨୮ ତାରିଖରେ ବିଜେପି ସାମିଲ ହୋଇଥିବା ପଞ୍ଜାବ ହରଗୋଇନ୍ଦପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ବଲବିନ୍ଦର ସିଂହ ଲାଡ୍ଡି (MLA Balwinder Singh Laddi Back to congress) ପୁଣି ରବିବାର କଂଗ୍ରେସକୁ ଫେରିଛନ୍ତି ।

ବିଜେପିରେ ସାମିଲ ହୋଇ ପାଞ୍ଚଦିନ ମଧ୍ୟରେ କଂଗ୍ରେସକୁ ଫେରିଛନ୍ତି ବିଧାୟକ । ଗତ ଡିସେମ୍ବର ୨୮ ତାରିଖରେ ଦିଲ୍ଲୀ ବିଜେପିର କେନ୍ଦ୍ରୀୟ ମୁଖ୍ୟାଳୟରେ ଦଳରେ ସାମିଲ ହୋଇଥିଲେ ପଞ୍ଜାବ କଂଗ୍ରେସ ବିଧାୟକ ବଲବିନ୍ଦର ସିଂହ ଲାଡ୍ଡି। ତେବେ ରବିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନିଙ୍କ ଉପସ୍ଥିତିରେ ପୁଣି କଂଗ୍ରେସକୁ ଫେରିଛନ୍ତି ବିଧାୟକ ବଲବିନ୍ଦର ସିଂହ ଲାଡ୍ଡି । କଂଗ୍ରେସର ଦଳୀୟ ଟିକଟ ପ୍ରତିଶୃତି ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ସେ ଫେରିଥିବା ଜଣାପଡିଛି।

ସୂଚନାଥାଉକି କଂଗ୍ରେସ ବିଧାୟକ ବଲବିନ୍ଦର ସିଂହ ଲାଡ୍ଡି ଙ୍କୁ ଟିକଟ ମିଳିବା ନେଇ ସଂଶୟ ସୃଷ୍ଟି ହେବା ପରେ ସେ ବିଜେପିରେ ସାମିଲ ହୋଇଥିଲେ । ତେବେ ତାଙ୍କୁ ପୁଣି କଂଗ୍ରେସ ନିଜ ନିର୍ବାଚନମଣ୍ଡଳୀରେ ଲଢିବାର ପ୍ରତିଶୃତି ଦେବାପରେ ଫେରିଥିବା ଜଣାପଡିଛି । ତେବେ କଂଗ୍ରେସକୁ ଛାଡି ବିଜେପି ସାମିଲ ହୋଇଥିବା ନେତାଙ୍କୁ ଫେରାଇ ଆଣିଥିବାରୁ ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନିଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି ଦଳୀୟ ନେତା ।

ସୂଚନାଥାଉକି ଚଳିତ ବର୍ଷ ପଞ୍ଜାବରେ ୧୧୭ ବିଶିଷ୍ଟ ବିଧାନସଭା ଆସନ ରହିଛି । ଏଠାରେ କଂଗ୍ରେସ, ବିଜେପି, ଆମ ଆଦମୀ ପାର୍ଟୀ, ଅକାଳୀ ଦଳ, ପଞ୍ଜାବ ଲୋକ କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳ ନିର୍ବାଚନରେ ଅବତୀର୍ଣ୍ଣ ହେବେ । ନିର୍ବାଚନ କମିଶନ ତାରିଖ ଘୋଷଣା ପରେ ରାଜନୀତି ବାତାବରଣ ପ୍ରକମ୍ପିତ ହେବାର ସମ୍ଭାବନା ରହିଛି । ବିଶେଷ କରି ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପଥ ପ୍ରସ୍ତୁତ କରିବ ।

@ANI

ABOUT THE AUTHOR

...view details