ଓଡିଶା

odisha

Christmas 2022: ଦିଲ୍ଲୀ କ୍ୟାଥେଡ୍ରାଲ ଚର୍ଚ୍ଚରେ ରାଷ୍ଟ୍ରପତି ମୁର୍ମୁ, ମାନବିକତାର ବିକାଶ ଲାଗି କଲେ ପ୍ରାର୍ଥନା

By

Published : Dec 24, 2022, 4:41 PM IST

Updated : Dec 24, 2022, 5:11 PM IST

ଖ୍ରୀଷ୍ଟମାସର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ କ୍ୟାଥେଡ୍ରାଲ ଚର୍ଚ୍ଚ ପରିଭ୍ରମଣ କଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ (President Murmu offers prayer at Delhi Church) । ଦେଶବାସୀଙ୍କ କଲ୍ୟାଣ ନେଇ ଭଗବାନ ଯୀଶୁଙ୍କୁ କଲେ ପ୍ରାର୍ଥନା (Delhi Sacred Heart Cathedral)। ଅଧିକ ପଢନ୍ତୁ

President Murmu
President Murmu

ଦିଲ୍ଲୀ କ୍ୟାଥେଡ୍ରାଲ ଚର୍ଚ୍ଚରେ ରାଷ୍ଟ୍ରପତି ମୁର୍ମୁ

ଦିଲ୍ଲୀ:ଆଉ କିଛି ଘଣ୍ଟା ପରେ ବିଶ୍ବରେ ପାଳିତ ହେବ ଖ୍ରୀଷ୍ଟମାସ ବା ବଡ଼ଦିନ (Christmas 2022) । ଏନେଇ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କଠାରୁ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ଅବସରରେ ଦିଲ୍ଲୀ ସାକ୍ରେଡ ହାର୍ଟ କ୍ୟାଥେଡ୍ରାଲ ଚର୍ଚ୍ଚ (Delhi Sacred Heart Cathedral)ପରିଭ୍ରମଣ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ( President Droupadi Murmu )। ସେଠାରେ ସେ ଲର୍ଡ ଯୀଶୁଙ୍କୁ ପ୍ରାର୍ଥନା କରିବା ସହିତ କୁନି ପିଲାଙ୍କ ସହିତ ସମୟ ଅତିବାହିତ କରିଛନ୍ତି । ମାନବିକତାର ବିକାଶ ଓ କଲ୍ୟାଣ ଲାଗି ସେ ଭଗବାନ ଯୀଶୁ (Lord Jesus)ଙ୍କୁ ପ୍ରାର୍ଥନା କରିଛନ୍ତି ।

ଚର୍ଚ୍ଚକୁ ପରିଭ୍ରମଣ ସମୟରେ ସେଠାରେ ଉପସ୍ଥିତ ପିଲାଙ୍କ ସହିତ ମ୍ୟାଡାମ ପ୍ରେସିଡେଣ୍ଟ ସମୟ ଅତିବାହିତ କରିବା ସହ ସେଲିବ୍ରେସନରେ ମଧ୍ୟ ଯୋଗଦେଇଛନ୍ତି । ରିପୋର୍ଟ ଅନୁସାରେ ଖ୍ରୀଷ୍ଟମାସର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ଚର୍ଚ୍ଚକୁ ଯାଇ ପ୍ରାର୍ଥନା କରିଛନ୍ତି । ଆସନ୍ତାକାଲି ଚର୍ଚ୍ଚରେ ପ୍ରବଳ ଭିଡ଼ ରହିବ । ତେବେ ସୁରକ୍ଷା ଓ ପ୍ରୋଟକଲ ଦୃଷ୍ଟିରୁ ସେ ଆଜି ଚର୍ଚ୍ଚ ଯାଇ ଭଗବାନଙ୍କ ଯୀଶୁଙ୍କ ନିକଟରେ ଦେଶର କଲ୍ୟାଣ ଲାଗି ପ୍ରାର୍ଥନା କରିଛନ୍ତି ।

ଏହା ବି ପଢନ୍ତୁ- ୨୦୨୪ରେ ଦେଶର ପ୍ରଧାନମନ୍ତ୍ରୀ ହେବେ ରାହୁଲ ଗାନ୍ଧୀ: ପୱନ ଖେରା

ତେବେ ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଏଥିସହିତ ଚର୍ଚ୍ଚ ମଧ୍ୟରେ କୁନି କୁନି ପିଲାଙ୍କ ସହିତ ରାଷ୍ଟ୍ରପତିଙ୍କ କିଛି ଫଟୋ ଦେଖିବାକୁ ମିଳିଛି । ସୂଚନା ଥାଉ କି ଖ୍ରୀଷ୍ଟମାସକୁ ନେଇ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ବଜାର ଓ ରାସ୍ତାଘାଟ ମଧ୍ୟ ସଜେଇ ହୋଇଛି । ବିଶେଷ କରି କୁନି କୁନି ପିଲାମାନେ ବଡ଼ଦିନକୁ ସେଲିବ୍ରେଟ କରିବା ଲାଗି ବଜାରରୁ ଖ୍ରୀଷ୍ଟମାସ ସାମଗ୍ରୀ ମଧ୍ୟ କିଣୁଥିବା ଦେଖିବାକୁ ମିଳିଛି ।

Last Updated : Dec 24, 2022, 5:11 PM IST

ABOUT THE AUTHOR

...view details