ଓଡିଶା

odisha

ସୁପ୍ରିମକୋର୍ଟକୁ ମିଳିଲା 2 ନୂଆ ବିଚାରପତି, ଶପଥ ନେଲେ କେଭି ବିଶ୍ବନାଥନ ଓ ପ୍ରଶାନ୍ତ ମିଶ୍ର

By

Published : May 19, 2023, 9:49 AM IST

Updated : May 19, 2023, 11:13 AM IST

ପୂରଣ ହେଲା ସୁପ୍ରିମକୋର୍ଟର ସମସ୍ତ ବିଚାରପତି ପଦବୀ । ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଆଇନଜୀବୀ କେଭି ବିଶ୍ବନାଥନ ।

Supreme Court new judge
Supreme Court new judge

ନୂଆଦିଲ୍ଲୀ: ପୂରଣ ହେଲା ସୁପ୍ରିମକୋର୍ଟର 34 ବିଚାରପତି ପଦବୀ । ସୁପ୍ରିମକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଆଇନଜୀବୀ କେଭି ବିଶ୍ବନାଥନ । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ ନୂଆ ବିଚାରପତିଙ୍କୁ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସର୍ବୋଚ୍ଚ ଅଦାଲତର ବିଚାରପତି ପାଇଁ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମରେ ଏହି ଦୁଇ ଜଣଙ୍କ ନାମ ସୁପାରିଶ କରିବା ପରେ କେନ୍ଦ୍ର ସରକାର ମଞ୍ଜୁରି ଦେଇଥିଲେ । ଏନେଇ ଟ୍ବିଟ କରି ସୂଚନା ଦେଇଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁଲ ମେଘଓ୍ବାଲ ।

ଏହା ମଧ୍ୟ ପଢନ୍ତୁ-ଚୀନ ମାଛଧରା ଡଙ୍ଗା ବୁଡିବା ଘଟଣା, ଉଦ୍ଧାରରେ ନିୟୋଜିତ ହେଲା P8I ଏୟାରକ୍ରାଫ୍ଟ

ଆଇନମନ୍ତ୍ରୀ ଟ୍ବିଟ କରି କହିଥିଲେ ,''ଭାରତ ସମ୍ବିଧାନ ଦ୍ବାରା ପ୍ରଦାନ କରାଯାଇଥିବା କ୍ଷମତାକୁ ବ୍ୟବହାର କରି ଭାରତର ରାଷ୍ଟ୍ରପତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସହ ଆଲୋଚନା ପରେ ପ୍ରଶାନ୍ତ କୁମାର ମିଶ୍ର ଏବଂ କେଭି ବିଶ୍ବନାଥନଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି ।''

ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ସୁପ୍ରିମକୋର୍ଟରେ ଆଜି ବିଚାରପତି ଭାବେ ଶପଥ ଗ୍ରହଣ ପରେ ଅଗଷ୍ଟ 11, 2030 ରେ ଜଷ୍ଟିସ୍ ଜେ.ବି ପାରଦୀୱାଲାଙ୍କ ଅବସର ପରେ ବିଶ୍ୱନାଥନ୍ ଭାରତର ପ୍ରଧାନ ବିଚାରପତି ହେବେ । ମେ’ 25, 2031 ପର୍ଯ୍ୟନ୍ତ ଏହି ପଦରେ ରହିବେ ବୋଲି ଜାତୀୟ ଗଣମାଧ୍ୟମ ତରଫରୁ ସୂଚନା ମିଳିଛି।

ଏହା ମଧ୍ୟ ପଢନ୍ତୁ-Karnataka CM tussle: କାହିଁକି ଶିବକୁମାରଙ୍କ ଉପରେ ଭାରି ପଡିଲେ ସିଦ୍ଧରମୈୟା

ବିଚାରପତିଙ୍କ ସଂଖ୍ୟା 34 ରହିଥିବା ବେଳେ 32 ବିଚାରପତି ଥିଲେ । ଖାଲି ପଡିଥିବା ଦୁଇ ପଦବୀ ଆଜି ପୂରଣ ହେବା ପରେ ଏହି ସଂଖ୍ୟା 34ରେ ପହଞ୍ଚିଛି । ପୂର୍ବରୁ ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି- ଦୀନେଶ ମାହେଶ୍ୱରୀ ଏବଂ ଏମଆର ଶାହା ନିକଟରେ ଅବସର ନେଇଥିଲେ । ଆଗକୁ ଜୁଲାଇ ଦ୍ବିତୀୟ ସପ୍ତାହ ପୂର୍ବରୁ ଆଉ ଚାରି ଜଣ ବିଚାରପତି ଅବସର ନେଇପାରନ୍ତି ।

ତେଣୁ ମଙ୍ଗଳବାର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମରେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ କେଭି ବିଶ୍ବନାଥନଙ୍କ ନାମକୁ ସୁପାରିଶ କରାଯାଇଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତ କରିବାକୁ ମଞ୍ଜୁରୀ ମିଳିଥିଲା । ଗଠିତ କଲେଜିୟମରେ ପ୍ରଧାନ ବିଚାରପତିଙ୍କ ସମେତ ଜଷ୍ଟିସ କେଏମ ଜୋସେଫ, ଜଷ୍ଟିସ ଅଜୟ ରସ୍ତୋଗୀ, ବିଚାରପତି ସଞ୍ଜୟ କିଶାନ କୌଲ ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନା ସାମିଲ ଥିଲେ।

Last Updated :May 19, 2023, 11:13 AM IST

ABOUT THE AUTHOR

...view details