ଓଡିଶା

odisha

ସୁନା ଝିଅ ଅବନୀଙ୍କ ପାଇଁ ଛୁଟୁଛି ଶୁଭେଚ୍ଛା ସୁଅ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଲେ ଅଭିନନ୍ଦନ

By

Published : Aug 30, 2021, 9:12 AM IST

Updated : Aug 30, 2021, 12:53 PM IST

ସୁଟିଂରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ଅବନୀ ଲେଖାରା । ତାଙ୍କ ସଫଳତା ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ...

ସୁନା ଝିଅ ଅବନୀଙ୍କୁ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ସୁନା ଝିଅ ଅବନୀଙ୍କୁ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ବର୍ଷା । ମହିଳା ସୁଟିଂରେ ସ୍ବର୍ଣ୍ଣ ପଦକ ଜିତି ସ୍ବଣ୍ଣିମ ସଫଳତା ହାସଲ କରିଛନ୍ତି ଅବନୀ । ଏ ନେଇ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି ।

ଭାରତର ଆଉ ଜଣେ ଝିଅ ଦେଶକୁ ଗର୍ବିତ କରିଛନ୍ତି । ପାରାଅଲିମ୍ପିକ୍ସ ସୁଟିଂରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଅବନୀ । ତୁମର ପ୍ରଦର୍ଶନ ପାଇଁ ଆମ ତ୍ରିରଙ୍ଗା ଉଚ୍ଚରେ ଉଡିଛି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଟ୍ବିଟ କରି ମୋଦି କହିଛନ୍କତି ଅବନୀଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ଦେଶ ଗର୍ବିତ । କଠିନ ପରିଶ୍ରମୀ ଅବନୀ ସ୍ବର୍ଣ୍ଣ ଜିତିବା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି । ଆପଣଙ୍କ କଠିନ ପରିଶ୍ରମ ସୁଟିଂ ପ୍ରତି ଆଗ୍ରହ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଭାରତୀୟ କ୍ରୀଡା ପାଇଁ ଏହା ବାସ୍ତବରେ ଏକ ବିଶେଷ ମୁହୂର୍ତ୍ତ । ତୁମର ଭବିଷ୍ୟତ ପ୍ରୟାସ ପାଇଁ ଶୁଭେଚ୍ଛା ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହା ସହିତ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଅବନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହିଳା 10 ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ SH1 ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅବନୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ଉପରାଷ୍ଟ୍ରପତି ।

ପାରାଅଲିମ୍ପିକ୍ସରେ ଅବନୀଙ୍କ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର । ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସରେ ସେ ଏକମାତ୍ର ମହିଳା ସ୍ବର୍ଣ୍ଣ ପଦକ ବିଜେତା ଅବନୀଙ୍କର ଏହା ଐତିହାସିକ ସଫଳତା ବୋଲି କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଅବନୀଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଭାରତ ପାଇଁ ସର୍ବପ୍ରଥମ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି ଅବନୀ । ସମଗ୍ର ଦେଶ ତାଙ୍କ ପାଇଁ ଗର୍ବିତ । ଭାରତୀୟ କ୍ରୀଡା ପାଇଁ ଏହା ଏକ ଭଲ ଦିନ ବୋଲି କହିଛନ୍ତି ରାଜସ୍ଥାନ ସିଏମ ।

ଅବନୀଙ୍କ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୋକିଓ ପାରାଅଲିମ୍ପିକ୍ସରେ ମହିଳା 10 ମିଟର ଏୟାର ରାଇଫଲରେ ଷ୍ଟାଣ୍ଡିଂରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିବା ନେଇ ଅବନୀଙ୍କୁ ଅଭିନନ୍ଦନ । ତୁମର ଅବିଶ୍ବସନୀୟ ପ୍ରଦର୍ଶନ ସହିତ ଭାରତୀୟଙ୍କ ହୃଦୟ ଜିତିଛ । ଭବିଷ୍ୟତ ସଫଳତା ପାଇଁ ପାଇଁ ଶୁଭେଚ୍ଛା ଦେଇଛନ୍ତି ନବୀନ ପଟ୍ଟନାୟକ ।

ଅବନୀଙ୍କ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜ୍ଜିଜୁ । ପାରାଲିମ୍ପିକ୍ସରେ ଭାରତ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛି ଏ ନେଇ ମୁଁ ହୃଦୟରୁ ଅବନୀଙ୍କୁ ଶୁଭେଚ୍ଛା ଜଣାଉଛି । ସମଗ୍ର ଦେଶ ଅବନୀଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି କେନ୍ଦ୍ର ଆଇନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 30, 2021, 12:53 PM IST

ABOUT THE AUTHOR

...view details