ଓଡିଶା

odisha

9th international Yoga day In UN: ‘ଯୋଗ ଜୀବନର ମାର୍ଗ’, ବିଶ୍ବକୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

By

Published : Jun 21, 2023, 7:49 PM IST

ଜାତିସଂଘ ମୁଖ୍ୟାଳୟର ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । କହିଲେ ଯୋଗ ଜୀବନର ମାର୍ଗ । ଗୋଟିଏ ବିଶ୍ବ ,ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତର ଦେଲେ ମନ୍ତ୍ର । ଅଧିକ ପଢନ୍ତୁ

9th international Yoga day In UN: ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ, ପିଏମ କହିଲେ ଯୋଗ ଜୀବନର ମାର୍ଗ
9th international Yoga day In UN: ଜାତିସଂଘ ମୁଖ୍ୟାଳୟରେ ଯୋଗ ଦିବସ, ପିଏମ କହିଲେ ଯୋଗ ଜୀବନର ମାର୍ଗ

ହାଇଦ୍ରାବାଦ:‘‘ଯୋଗ ଭାରତୀୟ ପରମ୍ପରାରୁ ଆସିଛି । ହେଲେ ଏହା କିନ୍ତୁ ଏହା ଏକ ପ୍ରାଚୀନ ପରମ୍ପରା । ଏହା ବାସ୍ତବରେ ବୈଶ୍ବିକ ପରମ୍ପରା । ଏହି ଯୋଗ ମାନବତାକୁ ଯୋଡେ, ଏହା କେବଳ ଏକ ପରମ୍ପରା ନୁହେଁ ବରଂ ଏହା ଜୀବନର ଏକ ମାର୍ଗ । ଏହା ବୟସ, ଲିଙ୍ଗ ନିର୍ବିଶେଷରେ ସମସ୍ତ ବର୍ଗର ଲୋକଙ୍କ ପାଇଁ ଗ୍ରହଣୀୟ । ଏହା ସମସ୍ତ କପିରାଇଟଠାରୁ ମଧ୍ୟ ମୁକ୍ତ । ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।

କର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଗତ ବର୍ଷ ସମଗ୍ର ବିଶ୍ବ ବର୍ଷ 2023କୁ ‘ଅନ୍ତର୍ଜାତୀୟ ମିଲେଟ ବର୍ଷ’ ଭାବେ ପାଳନ କରିବା ନେଇ ଭାରତର ପ୍ରସ୍ତାବକୁ ସମର୍ଥନ କରିଥିଲା । ଏହା ଦେଖି ଖୁସି ଲାଗୁଛି, ପୁଣି ଥରେ ସମଗ୍ର ବିଶ୍ବ ଆଜି ଯୋଗ ପାଇଁ ଏକାଠି ହୋଇଛି । ମତେ ଏହା ସୂଚୀତ କରାଯାଇଛି, ଆଜିର ଏହି କାର୍ଯ୍ୟକ୍ରମରେ ସମଗ୍ର ଦେଶର ପ୍ରତିନିିଧି ଏକାଠି ହୋଇଛନ୍ତି । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ।" ସମ୍ବୋଧନ ଶେଷ ଭାଗରେ ପ୍ରଧାନମନ୍ତ୍ରୀ ବସୁଧୈବ କୁଟୁମ୍ବକଂ ମନ୍ତ୍ରର ଉଦାହରଣ ଦେଇଥିଲେ । ସମସ୍ତେ ଖୁସି ଓ ନିରାମୟ ରହୁନ୍ତୁ । ଗୋଟିଏ ବିଶ୍ବ ,ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତର ମନ୍ତ୍ର ନେଇ ଆଗକୁ ବଢନ୍ତୁ ବୋଲି କହିଥିଲେ ।

ସମ୍ବୋଧନ କାର୍ଯ୍ୟକ୍ରମ ପରେ ଜାତିସଂଘ ମୁଖ୍ଯାଳୟରେ ଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନିଜେ ଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ 180 ଦେଶର ନାଗିରକ ଅଂଶଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଜାତିସଂଘ ମୁଖ୍ୟାଳୟରେ ଥିବା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଆଜି ସାରା ବିଶ୍ବର କୋଣ ଅନୁକୋଣରେ ଯୋଗ ଦିବସ ପାଳିତ ହୋଇଛି ।

ଗତକାଲିଠାରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ବହୁଚର୍ଚ୍ଚିତ 4 ଦିନିଆ ଆମେରିକା ଗସ୍ତର ଏହା ପ୍ରଥମ ଔପଚାରିକ କାର୍ଯ୍ୟକ୍ରମ ଥିଲା । ଆଜି ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ପ୍ରତିଷ୍ଠିତ ଆମେରିକୀୟ ଉଦ୍ୟୋଗପତି ଏଲନ ମସ୍କଙ୍କ ସମେତ ଏକାଧିକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି । ପରେ ସେ ରାଷ୍ଟ୍ରପତି ବାଇଡେନଙ୍କ ଦ୍ବାରା ହ୍ବାଇଟ ହାଉସରେ ଆୟୋଜିତ ନୈଶ୍ୟଭୋଜିରେ ଅଂଶଗ୍ରହଣ କରିବେ । ସେ ଆମରିକା କଂଗ୍ରେସ(ସଂସଦ)ର ମିଳିତ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବେ ।

ରାଷ୍ଟ୍ରପତି ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କର ଦ୍ବିପାକ୍ଷିକ ଆଲୋଚନ ମଧ୍ୟ ହେବ । ଗସ୍ତର ଶେଷ ଭାଗରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଆମେରିକା ଗସ୍ତକୁ ଐତିହାସିକ ଦର୍ଶାଇବା ସହ ଏହି ଗସ୍ତ ଭାରତ ଆମେରିକା ରଣନୈତିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ନେଇ ବିଦେଶ ମନ୍ତ୍ରଣାଳୟ ଆଶାବ୍ୟକ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details