ଓଡିଶା

odisha

Morbi bridge collapse: ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

By

Published : Oct 31, 2022, 9:22 PM IST

ମୋର୍ବି ବ୍ରିଜ ଟ୍ରାଜେଡିରେ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି । ରାଜଭବନରେ ହେଲା ସମୀକ୍ଷା ବୈଠକ (PM Modi chaired meeting to review Morbi situation )। ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ଅଧିକାରୀ । ଜାରି ରହିଥିବା ଅପରେସନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ କରାଗଲା ଅବଗତ । ଅଧିକ ପଢନ୍ତୁ

Morbi bridge collapse: ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
Morbi bridge collapse: ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର:ଗୁଜୁରାଟ ମୋର୍ବିରେ ଘଟିଥିବା ଝୁଲା ପୋଲ ଦୁର୍ଘଟଣା ସମ୍ପର୍କିତ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାଜଭବନରେ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା (PM Modi chaired meeting to review Morbi situation )। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ଅନ୍ୟ କିଛି ମନ୍ତ୍ରୀଙ୍କ ସମେତ ରାଜ୍ୟର ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ । ଘଟଣା ସମ୍ପର୍କରେ ଓ ପରବର୍ତ୍ତୀ ଅପରେସନ ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ।

ସେହିପରି ଉଦ୍ଧାର ହୋଇଥିବା ବା ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବ୍ୟକ୍ତିଙ୍କୁ ଚିକିତ୍ସା ସହାୟତା ସହ ଅନ୍ୟ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ରାଷ୍ଟ୍ରୀୟ ଏକତା ଦିବସରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟ ଅଫ ୟୁନିଟିରେ ଆୟୋଜିତ କାର୍ଯ୍ୟକ୍ରମ ସମତେ ଅନ୍ୟ କିଛି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଗୃହରାଜ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସକାଳେ ସର୍ଦ୍ଦାର ପଟେଲ ଜୟନ୍ତୀ ଅବସରରେ ସେ ଷ୍ଟାଚ୍ୟୁ ଅଫ ୟୁନିଟିରେ ହୋଇଥିବା କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିଥିଲେ ସୁଦ୍ଧା ସମ୍ବୋଧନରେ ଏହି ଅଘଟଣ ନେଇ ଶୋକ ପ୍ରକାଶ କରିଥିଲେ । ସେହପରି ପ୍ରଧାନମନ୍ତ୍ରୀ ସମ୍ବୋଧନରେ ଏହି ଘଟଣାକୁ ବର୍ଣ୍ଣନା କରିବା ସମୟରେ ବେଶ ଭାବପ୍ରବଣ ହୋଇଥିଲେ ।

ତେବେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଘଟଣା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଦୁର୍ଘଟଣା ଓ ପରବର୍ତ୍ତୀ ଘଟଣାକ୍ରମ ନେଇ ଅବଗତ କରିଛନ୍ତି । ପୂର୍ବରୁ ଗୁଜୁରାଟ ସରକାର ଓ କେନ୍ଦ୍ର ସରକାର ମଧ୍ୟ ମୃତାହତଙ୍କୁ ଅନୁକମ୍ପା ଓ ସହାୟତା ରାଶି ଘୋଷଣା କରି ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା 134 ଜଣଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିବା ବେଳେ ବହୁ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି । ପୋଲର ରକ୍ଷଣାବେକ୍ଷଣା ଦାୟିତ୍ବରେ ଥିବା ସଂସ୍ଥାର 9 ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ ମଧ୍ୟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details