ଓଡିଶା

odisha

Congress President election: ନାମାଙ୍କନ ଫର୍ମ ନେଲେ ପୂର୍ବତନ ରେଳମନ୍ତ୍ରୀ ପଓ୍ବନ ବଂଶଲ

By

Published : Sep 28, 2022, 1:28 PM IST

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବ୍ବୀତା କରିପାରନ୍ତି ଦଳର ବରିଷ୍ଠ ନେତା ପଓ୍ବନ ବଂଶଲ (senior congress leader pawan bansal)। ନାମାଙ୍କନ ପତ୍ର ଆଣି ସାରିଥିବା ଚର୍ଚ୍ଚା । ଅନ୍ୟପଟେ ନିର୍ବାଚନୀ ଲଢେଇରୁ ଓହରି ପାରନ୍ତି ଅଶୋକ ଗେହଲଟ । ଅଧିକ ପଢନ୍ତୁ

Etv Bharatcongress president election: ନାମାଙ୍କନ ପତ୍ର ନେଲେ ବରିଷ୍ଠ ନେତା ପଓ୍ବନ ବଂଶଲ
Etv Bharatcongress president election: ନାମାଙ୍କନ ପତ୍ର ନେଲେ ବରିଷ୍ଠ ନେତା ପଓ୍ବନ ବଂଶଲ

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ଦେଖା ଦେଇଥିବା ସଙ୍କଟ ସ୍ଥିତି ଏବେ ଦଳର ଅଧ୍ୟକ୍ଷ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବା ପରି ସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଏହାରି ମଧ୍ୟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ଅଧ୍ୟକ୍ଷ ମଧୁସୁଧନ ମିସ୍ତ୍ରୀ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ହିଁ ଏହି ହାଇକମାଣ୍ଡ ନିର୍ବାଚନ ଶେଷ ହେବା ନେଇ ସୂଚନା ଦେଇଛନ୍ତି । ମିସ୍ତ୍ରୀ ବର୍ତ୍ତମାନ ଜାରି ରହିଥିବା ସଙ୍କଟ ମଧ୍ୟରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । ଅନ୍ୟପଟେ ମିସ୍ତ୍ରୀଙ୍କ ନିକଟରୁ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ମଧ୍ୟ ସାମ୍ନାକୁ ଆସିଛି ।

ମିସ୍ତ୍ରୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଦଳର ଦୁଇ ବରିଷ୍ଠ ନେତା ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ନେଇ ସାରିଛନ୍ତି (Pawan Bansal took congress president form)। ଜଣେ ଶଶୀ ଥରୁର ହୋଇଥିବାବେଳେ ଅନ୍ୟ ଜଣେ ବରିଷ୍ଠ ନେତା ତଥା ପୂର୍ବତନ ରେଳମନ୍ତ୍ରୀ ପଓ୍ବନ ବଂଶଲ ବୋଲି ଜଣାପଡିଛି । ତେବେ ଏପରି ସୂଚନା ମିଳିବା ପରେ ପ୍ରତିଦ୍ବନ୍ଦ୍ବୀତାକୁ ବଂଶଲଙ୍କ ଏଣ୍ଟ୍ରିଂ ନେଇ ଚର୍ଚ୍ଚା ଆରମ୍ଭ ହୋଇ ସାରିଥିବାବେଳେ, ବଂଶଲଙ୍କ ପକ୍ଷରୁ କିନ୍ତୁ କିଛି ପ୍ରତିକ୍ରିୟା ଆସିନି ।

କଂଗ୍ରେସର ପୁରୁଖା ନେତା ବଂଶଲ (senior congress leader pawan bansal) 2009 ରୁ 2014 ପର୍ଯ୍ୟନ୍ତ 15ତମ ଲୋକସଭାରେ ଚଣ୍ଡିଗଡରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ଗାନ୍ଧୀ ପରିବାର ଓ ସୋନିଆ ଗାନ୍ଧୀଙ୍କ ବେଶ୍‌ ଅନୁଗତ ଭାବେ ମଧ୍ୟ ଜଣାଶୁଣା । 2020ରେ ତାଙ୍କୁ ଦଳର ଅନ୍ତରୀଣ କୋଷାଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ବ ଦେଇଥିଲା । କେବଳ ସାଙ୍ଗଠନିକ ଦାୟିତ୍ବ ନୁହେଁ ବରଂ ସେ 2012ରୁ 2013 ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ବାଧୀନ ଉପା ସରକାରରେ ରେଳ ମନ୍ତ୍ରାଣାଳୟ ମଧ୍ୟ ସମ୍ଭାଳିଥିଲେ ।

ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ଚର୍ଚ୍ଚାର ଶୀର୍ଷରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବା ଏକ ପ୍ରକାର ନିଶ୍ଚିତ ଥିଲା । ସେହିପରି ତାଙ୍କ ବିରୋଧରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ଥିରୁଅନନ୍ତପୁରମ ସାଂସଦ ଶଶୀ ଥରୁର ନିର୍ବାଚନ ଲଢିଥାନ୍ତେ । ଏବେ ରାଜସ୍ଥାନ ସଙ୍କଟ ମଧ୍ୟରେ ଗେହଲଟଙ୍କ ନିର୍ବାଚନରୁ ପ୍ରତିଦ୍ବନ୍ଦ୍ବିତାରୁ ଓହରିଯିବା ପରି ସ୍ଥିତି ଦେଖିବାକୁ ମିଳିଲାଣି । ଏପରି ସ୍ଥଳେ ଚର୍ଚ୍ଚାରେ ଯୋଡି ହୋଇଛି ବଂଶଲଙ୍କ ନାମ ।

ABOUT THE AUTHOR

...view details