ଓଡିଶା

odisha

ନାତି ନାତୁଣୀ ନହେବାରୁ ପୁଅ ବୋହୂଙ୍କ ବିରୋଧରେ କୋର୍ଟ ଗଲେ ବୃଦ୍ଧ ଦମ୍ପତି

By

Published : May 12, 2022, 10:09 AM IST

ନାତି ନାତୁଣୀଙ୍କ ସୁଖ ପାଇବାରୁ ବଞ୍ଚିତ ହୋଇ ପୁଅ ବୋହୂଙ୍କ ବିରୋଧରେ କୋର୍ଟରେ ଦ୍ବାରସ୍ଥ ହେଲେ ବୃଦ୍ଧ ଦମ୍ପତି । କହିଲେ ପରିଣତ ବୟସରେ ନାତି ନାତୁଣୀ ସୁଖ ସେମାନଙ୍କ ଅଧିକାର ନହେଲେ 5 କୋଟିର କ୍ଷତିପୂରଣ ଦିଅନ୍ତୁ ପୁଅ ବୋହୂ । ଅଧିକ ପଢନ୍ତୁ

ନାତି ନାତୁଣୀଙ୍କୁ ପାଇବା ପାଇଁ ପୁଅ ବୋହୂଙ୍କ ବିରୋଧରେ କୋର୍ଟ ଗଲେ ବୃଦ୍ଧ ଦମ୍ପତି
ନାତି ନାତୁଣୀଙ୍କୁ ପାଇବା ପାଇଁ ପୁଅ ବୋହୂଙ୍କ ବିରୋଧରେ କୋର୍ଟ ଗଲେ ବୃଦ୍ଧ ଦମ୍ପତି

ଡେରାଡୁନ:ପୁଅ ବୋହୂଙ୍କ ଅନାଗ୍ରହ ପାଇଁ ନାତି ନାତୁଣୀଙ୍କ ସୁଖ ପାଇବାରୁ ବଞ୍ଚିତ ହୋଇଛନ୍ତି ବୃଦ୍ଧ ଦମ୍ପତି । ଫଳରେ ପୁଅ ବୋହୁଙ୍କ ବିରୋଧରେ କୋର୍ଟର ଆଶ୍ରୟ ନେବାକୁ ବାଧ୍ୟ ହେଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ । ହରିଦ୍ୱାରର ବୃଦ୍ଧ ଦମ୍ପତି ସଞ୍ଜୀବ ରଞ୍ଜନ ପ୍ରସାଦ ଓ ତାଙ୍କ ପତ୍ନୀ ସାଧନା ନିଜ ଏକମାତ୍ର ପୁତ୍ର ଓ ବୋହୂଙ୍କ ନାମରେ ହରିଦ୍ବାର କୋର୍ଟରେ ଏହି ମାମଲା ଦାଏର କରିଛନ୍ତି । ତାଙ୍କୁ ନାତି ନାତୁଣୀ ନମିଳିଲେ 5 କୋଟି ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବାକୁ ଆବେଦନରେ ଦର୍ଶାଇଛନ୍ତି ଏହି ଦମ୍ପତି । ଗୁରୁତ୍ବପୂର୍ଣ୍ଣ କଥା ହେଲେ ସମାନଙ୍କ ପୁଅ ବୋହୁ ଏପର୍ଯ୍ୟନ୍ତ ପରିବାର ନିୟୋଜନ ନେଇ କୌଣସି ଯୋଜନା କରିନାହାନ୍ତି ।

ସୂଚନା ଅନୁସାରେ, ହରିଦ୍ୱାରର ବାସିନ୍ଦା ସଞ୍ଜୀବ ରଞ୍ଜନ ପ୍ରସାଦ BHEL ରେ କାର୍ଯ୍ୟରତ ଥିବା ବେଳେ ନିକଟରେ ଅବସର ନେଇଛନ୍ତି । ସେ ବର୍ତ୍ତମାନ ପତ୍ନୀ ସାଧନାଙ୍କ ସହ ଏକ ହାଉସିଂ ସୋସାଇଟି ରହୁଛନ୍ତି । 2016 ମସିହାରେ ଏହି ଦମ୍ପତି ନିଜ ଏକମାତ୍ର ପୁଅ ଶ୍ରେୟ ସାଗରଙ୍କୁ ନୋଏଡା ବାସିନ୍ଦା ଶୁଭାଙ୍ଗୀ ସିହ୍ନାଙ୍କ ସହ ବିବାହ କରାଇଥିଲେ । ପୁଅ ପାଇଲଟ ଥିବା ବେଳେ ଏବଂ ବୋହୂ ନୋଏଡାରେ ଚାକିରି କରନ୍ତି । ତେବେ ଉଭୟ ସନ୍ତାନ ପାଇଁ ଏପର୍ଯ୍ୟନ୍ତ କୌଣସି ଯୋଜନା କରିନାହାନ୍ତି । ତେଣୁ ପରିଣତ ବୟସରେ ସେମାନଙ୍କୁ ନାତି ନାତୁଣି ସୁଖରୁ ବଞ୍ଚିତ ହେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଦମ୍ପତି ।

ଦମ୍ପତି ଏହା ମଧ୍ୟ ଆବେଦନରେ ଦର୍ଶାଇଛନ୍ତି, ସେମାନଙ୍କ ଏକମାତ୍ର ପୁଅର ପାଠ ପଢା ଲାଗି ସେମାନେ ସମସ୍ତ ଅର୍ଜିତ ସମ୍ପତି ଓ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ପରିଣତ ବୟସରେ ତାଙ୍କ ଅଧିକାରରୁ ତାଙ୍କୁ ବଞ୍ଚିତ କଲେ ସେ ଖର୍ଚ୍ଚ କରିଥିବା ଟଙ୍କା କ୍ଷତି ପୂରଣ ବାବଦରେ ପୁଅ ଓ ବୋହୁଙ୍କୁ ଦେବାକୁ ହେବ । ହରିଦ୍ୱାର ଜିଲ୍ଲା କୋର୍ଟରେ ଦାଏର ଏହି ମାମଲା ବର୍ତ୍ତମାନ ଚର୍ଚ୍ଚାର ଶୀର୍ଷରେ ରହିଛି । ଏହାର ପରବର୍ତ୍ତୀ ଶୁଣାଣି ମେ’ 17 ତାରିଖରେ ହେବା ନେଇ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details