ଓଡିଶା

odisha

Uttarakhand Polls: କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ସିଦ୍ଧୁ ଆଉଟ୍

By

Published : Feb 3, 2022, 6:52 AM IST

ଉତ୍ତରାଖଣ୍ଡ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ । ତାଲିକାରେ ନାହାନ୍ତି ନବଜୋତ ସିଂହ ସିଦ୍ଧୁ । ଅଧିକ ପଢନ୍ତୁ

Uttarakhand Polls: କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ସିଦ୍ଧୁ ଆଉଟ୍
Uttarakhand Polls: କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ସିଦ୍ଧୁ ଆଉଟ୍

ନୂଆଦିଲ୍ଲୀ:ଉତ୍ତରାଖଣ୍ଡ ନିର୍ବାଚନ ପାଇଁ ବୁଧବାର କଂଗ୍ରେସ ତା'ର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି । ଏହି ୩୦ ଜଣିଆ ଷ୍ଟାର କ୍ୟାମ୍ପେନର ଲିଷ୍ଟରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ ଗାନ୍ଧି, ପାର୍ଟିର ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ସିଦ୍ଧୁ ରହିଛନ୍ତି । ହେଲେ ଏହି ଲିଷ୍ଟରୁ ବାଦ୍ ପଡିଛନ୍ତି ସିଦ୍ଧୁ । ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ନାମ ଏଥିରେ ନାହିଁ । ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।

ତାଲିକାରେ କଂଗ୍ରେସର ଅନ୍ୟାନ୍ୟ ନେତୃବୃନ୍ଦ ଯଥା, ସଚିନ ପାଇଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ହାର୍ଦ୍ଦିକ ପଟେଲ, ରାଜସ୍ଥାନ ସିଏମ୍ ଅଶୋକ ଗେହଲଟ୍, ହରକ ସିଂହ ରାୱତ, ହରିଶ ରାୱତ, ହାର୍ଦ୍ଦିକ ପଟେଲ, ଭାରତୀୟ ଯୁବ କଂଗ୍ରେସ ମୁଖ୍ୟ ଶ୍ରୀନିବାସ ବିଭି, କଂଗ୍ରେସ ପ୍ରବକ୍ତା ରଣଦୀପ ସିଂହ ସୂର୍ଯ୍ୟେୱାଲା, ଉତ୍ତରାଖଣ୍ଡ କଂଗ୍ରେସ ମୁଖ୍ୟ ଗଣେଶ ଗୋଡିୟାଲ ଏବଂ ଘୁଲମ୍ ନବି ଆଜାଦ୍‌ଙ୍କ ନାମ ରହିଛି ।

ପ୍ରକାଶଥାଉ କି, ଫେବୃୟାରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ୭୦ ଆସନ ପାଇଁ ଉତ୍ତରାଖଣ୍ଡରେ ଭୋଟ ଗ୍ରହଣ ହେବ । ମାର୍ଚ୍ଚ ୧୦ ତାରିଖ ଦିନ ଗଣତି କରାଯିବ ।

@ANI

ABOUT THE AUTHOR

...view details