ଓଡିଶା

odisha

Explosion At Rohini Court: ରୋହିଣୀ କୋର୍ଟରେ ବିସ୍ଫୋରଣ, ପୋଲିସର ତଦନ୍ତ ଜାରି

By

Published : Dec 9, 2021, 12:59 PM IST

ଦିଲ୍ଲୀ ରୋହିଣୀ କୋର୍ଟରେ ବିସ୍ଫୋରଣ (Delhi Rohini Court Blast)। ବିସ୍ଫୋରଣରେ ଜଣ ଆହତ ହୋଇଥିବା ଅଗ୍ନିଶମ ବିଭାଗ(Fire Department )ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଦିଲ୍ଲୀ ରୋହିଣୀ କୋର୍ଟରେ ବିସ୍ଫୋରଣ, ଜଣେ ଆହତ
ଦିଲ୍ଲୀ ରୋହିଣୀ କୋର୍ଟରେ ବିସ୍ଫୋରଣ, ଜଣେ ଆହତ

ନୂଆଦିଲ୍ଲୀ: ଦିଲ୍ଲୀ ରୋହିଣୀ କୋର୍ଟରେ ବିସ୍ଫୋରଣ (Delhi Rohini Court Blast)। ବିସ୍ଫୋରଣରେ ଜଣ ଆହତ ହୋଇଥିବା ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକାରୀଙ୍କ କହିବା ଅନୁସାରେ, ୧୦ଟା ୪୦ ମିନିଟରେ ଚ୍ୟାମ୍ବର ନମ୍ବର ୧୦୨ରେ ବିସ୍ଫୋରଣ ହେବା ନେଇ ଏକ କଲ ଆସିଥିଲା । ଏହା ପରେ ୭ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଏହି ଘଟଣାରେ କେହି ମୃତହାତ ହୋଇନଥିବା ବେଳେ ବିସ୍ଫୋରଣର ତିବ୍ରତା କମ ରହିଥିଲା ଏବଂ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବିସ୍ଫୋରଣ ଘଟିବା ପରେ କୋର୍ଟ କାମ ବନ୍ଦ ରହିଥିବା ଜଣେ ଓକିଲ ସୂଚନା ଦେଇଛନ୍ତି । ଏନେଇ ଡେପୁଟି କମିଶନର ଅଫ ପୋଲିସ ପ୍ରଣବ ତୟାଲ (Deputy Commissioner of Police Pranav Tayal) ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ତେବେ ଗତ ସେପ୍ଟେମ୍ବର ୨୪ ରେ ଦିଲ୍ଲୀର ରୋହିଣୀ କୋର୍ଟରେ ଗୁଳିକାଣ୍ଡ ଘଟିଥିଲା । ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଦିଲ୍ଲୀ ସ୍ପେଶାଲ ସେଲ ପୋଲିସ ଗିରଫ କରିଥିଲା । ଏହି ଗୁଳିକାଣ୍ଡରେ ୩ଜଣଙ୍କର ମୃତ୍ୟୁ ଘଟିଥିଲା ।

ABOUT THE AUTHOR

...view details