ଓଡିଶା

odisha

ଇମାର ଉମର ଇଲିଆସିଙ୍କୁ ଭେଟିଲେ RSS ମୁଖ୍ୟ, ଭାଗବତଙ୍କୁ କହିଲେ ରାଷ୍ଟ୍ରପିତା

By

Published : Sep 22, 2022, 8:43 PM IST

ଆରଏସଏସ (RSS) ମୁଖ୍ୟ ମୋହନ ଭାଗବତ ଏକ ମସଜିଦରେ ଅଲ ଇଣ୍ଡିଆ ଇମାମ ସଂଗଠନର ମୁଖ୍ୟ ଇମାମ ଉମର ଅହମ୍ମଦ ଇଲିଆସିଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ଭାଗବତଙ୍କୁ ରାଷ୍ଟ୍ରପିତା କହିଛନ୍ତି ଇଲିଆସି । ଅଧିକ ପଢନ୍ତୁ

ଇମାର ଉମର ଇଲିଆସିଙ୍କୁ ଭେଟିଲେ RSS ମୁଖ୍ୟ, ଭାଗବତଙ୍କୁ କହିଲେ ରାଷ୍ଟ୍ରପିତା
ଇମାର ଉମର ଇଲିଆସିଙ୍କୁ ଭେଟିଲେ RSS ମୁଖ୍ୟ, ଭାଗବତଙ୍କୁ କହିଲେ ରାଷ୍ଟ୍ରପିତା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (RSS) ମୁଖ୍ୟ ମୋହନ ଭାଗବତ ଗୁରୁବାର ଏକ ମସଜିଦରେ ଅଲ ଇଣ୍ଡିଆ ଇମାମ ସଂଗଠନର ମୁଖ୍ୟ ଇମାମ ଉମର ଅହମ୍ମଦ ଇଲିଆସି (Imam Maulana Umar Ilyasi)ଙ୍କୁ ଭେଟିଛନ୍ତି । ଏକ ଘଣ୍ଟାରୁ ଅଧିକ ସମୟ ଧରି କସ୍ତୁରବା ଗାନ୍ଧୀ ମାର୍ଗ ମସଜିଦର ଏକ ବନ୍ଦ କୋଠରୀରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ଅଲ ଇଣ୍ଡିଆ ଇମାମ ସଂଗଠନର କାର୍ଯ୍ୟାଳୟ ଏଠାରେ ରହିଥିବା ବେଳେ ଭାଗବତଙ୍କ ସମେତ ବରିଷ୍ଠ ଆରଏସଏସ କାର୍ଯ୍ୟକର୍ତ୍ତା କୃଷ୍ଣ ଗୋପାଳ, ରାମ ଲାଲ ଏବଂ ଇନ୍ଦ୍ରଶ କୁମାର ଉପସ୍ଥିତ ଥିଲେ ।

ଏକ ଘରୋଇ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଅଖିଳ ଭାରତୀୟ ଇମାମ ସଂଗଠନର ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିବା ପରେ ତାଙ୍କୁ 'ରାଷ୍ଟ୍ର ଋଷି' ଓ 'ରାଷ୍ଟ୍ରପିତା' ବୋଲି କହିଛନ୍ତି । ଇଟିଭି ଭାରତକୁ ନିଜର ପ୍ରତିକ୍ରିୟାରେ ସେ କହିଛନ୍ତି, "ଆମେ ସମସ୍ତେ ବିଶ୍ବାସ କରୁ ଯେ ଦେଶ ସବୁଠାରୁ ମହତ୍ତ୍ବପୂର୍ଣ୍ଣ । ଆମର ଡିଏନଏ ଏକ, କେବଳ ଆଲ୍ଲାଙ୍କୁ ପୂଜା କରିବାର ଉପାୟ ଅଲଗା । ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନର ମୁଖ୍ୟ ମୋହନ ଭଗବତ ମୋ ନିମନ୍ତ୍ରଣ କ୍ରମେ ଆସିଥିଲେ । ପିଲାମାନଙ୍କ ସହ କଥାବାର୍ତ୍ତା କରିଥିଲେ। କୌଣସି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସେମାନେ ଏଠାରେ ନଥିଲେ କିନ୍ତୁ ଏହା ଏକ ପାରିବାରିକ ସଭା ଥିଲା ।"

ଏହା ବି ପଢନ୍ତୁ- Ind vs Aus: ୩ୟ ଟି୨୦ ମ୍ୟାଚ୍‌ ଟିକେଟ ବିକ୍ରିବେଳେ ଦଳାଚକଟା, ହାଇଦ୍ରାବାଦ ପୋଲିସର ଲାଠିଚାର୍ଜ

ଅହମ୍ମଦ ଇଲିଆସିଙ୍କ ଭାଇ ସୁହୈବ ଇଲିଆସି ବୈଠକ ସମ୍ପର୍କରେ କହିଛନ୍ତି, "ବହୁତ ଭଲ ଯେ ଭାଗବତ ଆମ ପିତାଙ୍କ ମୃତ୍ୟୁ ବାର୍ଷିକୀରେ ଆମନ୍ତ୍ରଣ କ୍ରମେ ଆସିଥିଲେ । ଏହା ମଧ୍ୟ ଦେଶକୁ ଏକ ଭଲ ବାର୍ତ୍ତା ପଠାଇଛି ।" ସାମ୍ପ୍ରଦାୟିକ ସମନ୍ବୟକୁ ମଜବୁତ କରିବା ପାଇଁ RSS ମୁଖ୍ୟ ମୁସଲମାନ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରୁଛନ୍ତି । ସେ ନିକଟରେ ଦିଲ୍ଲୀର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନଜୀବ ଜଙ୍ଗ, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ. ୱାଇ କ୍ୟୁରେସୀ, ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଲେଫ୍ଟ ଜେନେରାଲ ଜାମିରୁଦ୍ଦିନ ଶାହା, ପୂର୍ବତନ ସାଂସଦ ସହିଦ ସିଦ୍ଦିକି ଏବଂ ବ୍ୟବସାୟୀ ସୟଦ ଶେରୱାନୀଙ୍କୁ ଭେଟିଥିଲେ ।

ଏହି ବୈଠକରେ ଭାଗବତ ହିନ୍ଦୁମାନଙ୍କ ପାଇଁ 'କାଫିର' ଶବ୍ଦ ବ୍ୟବହାର କରିବା ପ୍ରସଙ୍ଗ ଉଠାଇ ଏହା ଏକ ଭଲ ବାର୍ତ୍ତା ପଠାଉ ନାହିଁ ବୋଲି କହିଥିଲେ । ଏଥି ସହିତ ମୁସଲମାନ ବୁଦ୍ଧିଜୀବୀମାନେ କିଛି ଦକ୍ଷିଣପନ୍ଥୀ ସଂଗଠନ ଦ୍ବାରା ମୁସଲମାନ ମାନଙ୍କୁ 'ଜିହାଦି' ଏବଂ 'ପାକିସ୍ତାନୀ' ନାମରେ ନାମିତ କରିବାକୁ ବିରୋଧ କରିଥିଲେ । ମୁସଲମାନ ବୁଦ୍ଧିଜୀବୀମାନେ ଭାଗବତଙ୍କୁ ମଧ୍ୟ କହିଥିଲେ ଯେ 'କାଫିର' ଶବ୍ଦର ବ୍ୟବହାର ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ଅଛି, କିନ୍ତୁ କେତେକ ବର୍ଗ ଏହାକୁ ବର୍ତ୍ତମାନ ଏକ 'ଅପଶବ୍ଦ' ଭାବରେ ବ୍ୟବହାର କରୁଥିବା କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details