ଓଡିଶା

odisha

Mini Lockdown in Jharkhand: ଜାନୁଆରୀ ୧୫ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ, ୫୦ ପ୍ରତିଶତ କ୍ଷମତାରେ ଚାଲିବ କାର୍ଯ୍ୟାଳୟ

By

Published : Jan 3, 2022, 9:05 PM IST

ଝାଡଖଣ୍ଡରେ ବଢୁଛି କୋଭିଡ ସଂକ୍ରମଣ । ରାଜ୍ୟରେ ଜାନୁଆରୀ ୧୫ ତାରିଖ ଯାଏଁ ମିନି ଲକଡାଉନ । ସମସ୍ତ ଶିକ୍ଷାନୁଷ୍ଠାନ ସହ ଅନ୍ୟ କିଛି ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ । ମାତ୍ର ଅଧା କ୍ଷମତା ସହ ସଞ୍ଚାଳିତ ହେବ କାର୍ଯ୍ୟାଳୟ । ଅଧିକ ପଢନ୍ତୁ

Mini lockdown in Jharkhand: ଜାନୁଆରୀ ୧୫ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ, ୫୦ ପ୍ରତିଶତ କ୍ଷମତାରେ ଚାଲିବ କାର୍ଯ୍ୟାଳୟ
Mini lockdown in Jharkhand: ଜାନୁଆରୀ ୧୫ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ, ୫୦ ପ୍ରତିଶତ କ୍ଷମତାରେ ଚାଲିବ କାର୍ଯ୍ୟାଳୟ

ରାଞ୍ଚି:ରାଜ୍ୟରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ସରକାର କୋଭିଡ କଟକଣାକୁ ବୃଦ୍ଧି କରିଛନ୍ତି । ରାଜ୍ୟରେ ଏବେ ପ୍ରାୟ ମିନି ଲକଡାଉନ ପରି କଟକଣା ଘୋଷଣା କରିଛନ୍ତି ହେମନ୍ତ ସରକାର । ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ସହ ଷ୍ଟାଡିୟମ, ଇନଡୋର, ସୁଇମିଂପୁଲ, ପର୍ଯ୍ୟଟନ ସ୍ଥାନ ଇତ୍ୟାଦି ଚଳିତ ମାସ ୧୫ ତାରିଖ ଯାଏଁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ମାତ୍ର ଅଧା କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଜାରି ରଖିବା ପାଇଁ ନିର୍ଦ୍ଦେଶ ରହିଛି ।

ରାଜ୍ୟ ପ୍ରୋଜେକ୍ଟ ଭବନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଆଜି ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟରେ କୋରୋନାର ନୂତନ ପ୍ରଜାତି ଓମିକ୍ରନ ସଂକ୍ରମଣ ସ୍ଥିତି ମୁକାବିଲା ସମ୍ପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ।

ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି ଯେ ସରକାର ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । 50 ପ୍ରତିଶତ କ୍ଷମତା ସହିତ ସରକାରୀ ଏବଂ ବେସରକାରୀ ସଂସ୍ଥା କାର୍ଯ୍ୟ କରିବେ । ସେହିପରି ଅନ୍ତିମ ସଂସ୍କାର ଏବଂ ବିବାହ ସମାରୋହରେ ସର୍ବାଧିକ 100 ଲୋକ ଯୋଗଦେବାକୁ ଅନୁମତି ଦିଆଯାଇଛି । ରାତି 8 ଟା ପରେ ଜରୁରୀ ସେବାକୁ ବାଦ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟକଳାପ ବନ୍ଦ ରଖିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।

ଆଜିର ଏହି ବୈଠକରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରନ ଅଧ୍ୟକ୍ଷତା କରିଥିବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା, ମୁଖ୍ୟ ସଚିବ ସୁଖଦେବ ସିଂ, ମୁଖ୍ୟମନ୍ତ୍ରୀଙ୍କ ସଚିବ ବିନୟ ଚୌବେ, ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଅମିତାଭ କୌଶଲ ଏବଂ ଅନ୍ୟାନ୍ୟ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ରହିଥିଲେ । ଆଜି ହୋଇଥିବା ନିଷ୍ପତ୍ତି ଚଳିତ ମାସ ୧୫ ତାରିଖ ଯାଏଁ ବଳବତ୍ତର ରହିବ । ପରେ ସ୍ଥିତିକୁ ଦେଖି ପରବର୍ତ୍ତୀ ନୀତି ନିର୍ଦ୍ଧାରଣ କରିବେ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details