ଓଡିଶା

odisha

ମୁହଁ ଖୋଲିଲେ ମନମୋହନ ସିଂହ, ବେରୋଜଗାରୀ ପାଇଁ ନୋଟବନ୍ଦୀକୁ କଲେ ଦାୟୀ

By

Published : Mar 2, 2021, 9:21 PM IST

2016ରେ ବିନା ବୁଝି ବିଚାରି କରାଯାଇଥିବା ନୋଟବନ୍ଦୀର ନିଷ୍ପତ୍ତି ଯୋଗୁଁ ଦେଶର ବେରୋଜଗାରୀ ଚରମ ସ୍ଥିତିରେ ରହିଛି ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ଅଧିକ ପଢନ୍ତୁ...

ମୁହଁ ଖୋଲିଲେ ମନମୋହନ ସିଂହ, ବେରୋଜଗାରୀ ପାଇଁ ନୋଟବନ୍ଦୀକୁ କଲେ ଦାୟୀ
ମୁହଁ ଖୋଲିଲେ ମନମୋହନ ସିଂହ, ବେରୋଜଗାରୀ ପାଇଁ ନୋଟବନ୍ଦୀକୁ କଲେ ଦାୟୀ

ନୂଆଦିଲ୍ଲୀ: ଦୀର୍ଘ ଦିନର ବ୍ୟବଧାନ ପରେ ପୂନର୍ବାର କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମନମୋହନ କହିଛନ୍ତି, 2016ରେ ବିନା ବୁଝି ବିଚାରି କରାଯାଇଥିବା ନୋଟବନ୍ଦୀର ନିଷ୍ପତ୍ତି ଯୋଗୁଁ ଦେଶର ବେରୋଜଗାରୀ ଚରମ ସ୍ଥିତିରେ ରହିଛି ।

ରାଜ୍ୟଗୁଡିକ ସହ ପରାମର୍ଶ ନ କରିବାକୁ ନେଇ ମଧ୍ୟ କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ମନମୋହନ ସିଂହ । ଆର୍ଥିକ ବିଷୟ ଉପରେ ଆଧାରିତ ଥିଙ୍କ ଟ୍ୟାଙ୍କ୍‌ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଡେଭଲପମେଣ୍ଟ ଷ୍ଟଡିଜ ଦ୍ବାରା ଡିଜିଟାଲ ମାଧ୍ୟମରେ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇ ଏହି ଟିପ୍ପଣୀ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ।

ମନମୋହନ ସିଂହ କହିଛନ୍ତି, ଆର୍ଥିକ ସଙ୍କଟ ବୃଦ୍ଧିକୁ ଲୁଚାଇବା ପାଇଁ ଭାରତ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଦ୍ବାରା କରାଯାଇଥିବା ଅସ୍ଥାୟୀ ଉପାୟ ଯୋଗୁଁ ଋଣ ସଙ୍କଟ ଦେଖାଦେଇଛି । ଏହା ପ୍ରଭାବରେ କ୍ଷୁଦ୍ର ଉଦ୍ୟୋଗ ଅଧିକ ପ୍ରଭାବିତ ହୋଇଛନ୍ତି । ଏହାକୁ ଆମେ ଅଣଦେଖା କରିପାରିବା ନାହିଁ ବୋଲି କହିଛନ୍ତି ସିଂହ ।

ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି, ବେରୋଜଗାରୀ ଚରମ ସ୍ଥିତିରେ ରହିଛି । ଏହି ସଙ୍କଟ 2016ରେ ବିନା ବୁଝି ବିଚାରି କରାଯାଇଥିବା ନୋଟବନ୍ଦୀ ନିଷ୍ପତ୍ତି କାରଣରୁ ସୃଷ୍ଟି ହୋଇଛି ।

ABOUT THE AUTHOR

...view details