ଓଡିଶା

odisha

12 କେଜି ସୁନା ଚୋରି, 10 ଘଣ୍ଟାରେ ପୋଲିସ ହାତରେ ଲୁଟେରା

By

Published : Feb 16, 2021, 9:27 PM IST

12 କେଜି ସୁନା ଚୋରି କରିବା ପରେ ଏଭଳି ଲୁଟେରାକୁ କାବୁ କରିଛି କର୍ଣ୍ଣାଟକର ପୋଲିସ। ଚୋରି ହୋଇଥିବା ସୁନାର ମୂଲ୍ୟ 4.58 କୋଟି ବୋଲି ଜଣାପଡିଛି। ଅଧିକ ପଢନ୍ତୁ...

12 କେଜି ସୁନା ଚୋରି,  10 ଘଣ୍ଟାରେ ପୋଲିସ ହାତରେ ଲୁଟେରା
12 କେଜି ସୁନା ଚୋରି, 10 ଘଣ୍ଟାରେ ପୋଲିସ ହାତରେ ଲୁଟେରା

ବେଙ୍ଗାଲୁରୁ: ପୋଲିସ ହାତରେ ହାଇପ୍ରୋଫାଇଲ ସୁନା ଚୋର। 12 କେଜି ସୁନା ଚୋରି କରିବା ପରେ ଏଭଳି ଲୁଟେରାକୁ କାବୁ କରିଛି କର୍ଣ୍ଣାଟକର ପୋଲିସ। ଚୋରି ହୋଇଥିବା ସୁନାର ମୂଲ୍ୟ 4.58 କୋଟି ବୋଲି ଜଣାପଡିଛି। ପୋଲିସ ଦ୍ବାରା ଗିରଫ ହୋଇଥିବା ଅଭିଯୁକ୍ତ ସ୍ବପନିଲ ଗାଡେ। ବ୍ୟକ୍ତି ଜଣକ ପିୟୁସି ସମାପ୍ତ କରି ବାଙ୍ଗାଲୋରରେ କାମ କରୁଛି। ପୂର୍ବରୁ ହାଇଦ୍ରାବାଦର ଏକ ଅଳଙ୍କାର ଦୋକାନରେ କାମ କରୁଥିଲେ।

କରୋନା କାରଣରୁ ସେ ଗତ ବର୍ଷ ନଭେମ୍ବରରେ ନିଜ ସହରକୁ ଫେରିଥିଲେ। 3 ମାସ ପୂର୍ବରୁ ସେ ବେଙ୍ଗାଲୁରୁରେ ପହଞ୍ଚି ସନ୍ ସ୍କୋର ରିଫାଇନାରୀ ଉଦ୍ୟୋଗରେ କାମ ଆରମ୍ଭ କରିଥିଲେ, ଯେଉଁଠାରେ ସେ ସୁନା ବାର୍ ଚୋରି କରିଥିଲେ ।

ମାଲିକଙ୍କ ଆଦେଶ ଅନୁଯାୟୀ ବ୍ୟକ୍ତି ଜଣକ 12 କିଲୋଗ୍ରାମ ସୁନା ତରଳାଇ ମାଲିକଙ୍କ ସମ୍ପର୍କୀୟ ଘରୁ ନେଇଥିଲେ। ପରେ ମିଛ କହି ସୁନାକୁ ସେଠାରୁ ନେବା ସହ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଘଟଣା ପରେ ମାଲିକ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପରେ 10 ଘଣ୍ଟା ମଧ୍ୟରେ ୱିଲସନ ଗାର୍ଡେନ ପୋଲିସ ଅଭିଯୁକ୍ତକୁ ଗିରଫ କରି ସୁନା ବାରକୁ ଜବତ କରିଛି।

ABOUT THE AUTHOR

...view details