ଓଡିଶା

odisha

Maharashtra Political Crisis: ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

By

Published : Jun 29, 2022, 10:00 PM IST

Updated : Jun 29, 2022, 10:29 PM IST

ସୁପ୍ରିମକୋର୍ଟ(Suprem Court) ଙ୍କ ରାୟ ପରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Chief Minister Uddhav Thackeray)ଙ୍କ ସମ୍ବୋଧନ । ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ । ଅଧିକ ପଢନ୍ତୁ

ଉଦ୍ଧବ ଠାକରେ
ଉଦ୍ଧବ ଠାକରେ

ମୁମ୍ବାଇ: ସୁପ୍ରିମକୋର୍ଟ(Suprem Court) ଙ୍କ ରାୟ ପରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Chief Minister Uddhav Thackeray)ଙ୍କ ସମ୍ବୋଧନ । ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ । ଆସନ୍ତାକାଲି ଗୁରୁବାର ଫ୍ଲୋର ଟେଷ୍ଟ (Floor Test) ପାଇଁ ନିର୍ଦ୍ଦେଶ ଦେବା ପରେ ଇସ୍ତଫା ଦେବା ପାଇଁ ଘୋଷଣା କରିଛନ୍ତି ଉଦ୍ଧବ । ସରକାରଙ୍କ ପାଖରେ ବହୁମତ ନଥିବାରୁ ଫ୍ଲୋର ଟେଷ୍ଟ ପୂର୍ବରୁ ନିଜ ପରାଜୟ ସ୍ବୀକାର କରି ଇସ୍ତଫା ଦେବାକୁ କଲେ ଘୋଷଣା । ଏହାସହ ସହିତ ମହାରାଷ୍ଟ୍ର ବିଧାନ ପରିଷଦ ସଦସ୍ୟ (ଏମଏଲସି) ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ଉଦ୍ଧବ ।

ଇସ୍ତଫା ଘୋଷଣା ପୂର୍ବରୁ ରାଜ୍ୟବାସୀ ଓ ଶିବ ସୈନିକଙ୍କୁ ସମ୍ବୋଧିତ କରି ଅତ୍ୟନ୍ତ ଭାବବିହ୍ବଳ ବାର୍ତ୍ତା ଦେଇଥିଲେ । କହିଥିଲେ ଗତ ଅଢେଇ ବର୍ଷ ଧରି ଆମେ ରାଜ୍ୟବାସୀଙ୍କ ପାଇଁ କାମ କରିଛୁ । କୋଭିଡ ସ୍ଥିତି ସତ୍ବେ ସରକାର କୌଣସି କାମ କରିବାରେ ଅବହେଳା କରିନଥିଲେ । 3 ଟି ଭିନ୍ନ ବିଚାରଧାରା ଦଳ ମିଳିତ ସରକାର ଗଠନ କରିଥିବା ସତ୍ବେ ସରକାର ସଠିକ ଦିଗରେ କାମ କରୁଥିଲା । ହେଲେ ମୋର ଲୋକ ହିଁ ମତେ ଧକ୍କା ଦେଲେ । ବାଲା ସାହେବଙ୍କ ସ୍ବପ୍ନ ସାକାର ନେଇ ଆମେ କାମ କରୁଥିଲୁ ।

ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବ କହିଛନ୍ତି ଯଦି ମୋ ପ୍ରତି କୌଣସି, ଅବିଶ୍ବାସ ଥିଲା, ମୋ ପ୍ରତି ଅଭିଯୋଗ ଥିଲା ତେବେ ମତେ କହିବାରେ କେଉଁଠି ଅସୁବିଧା ଥିଲା? କାହିଁକି ମୋ ସାମନାରେ ଆସି କହିଲେ ନାହିଁ? ସୁରଟ ଗୌହ୍ବାଟି ଯିବାର କୌଣସି ଜୁରୀର ନଥିଲା । ଆମେ ବାଲା ସାହେବଙ୍କ ମାର୍ଗଦର୍ଶନ ଆର୍ଶିବାଦରେ କାମ କରୁଛୁ । ହେଲେ ଆପଣ ମାନେ ବାଲା ସାହେବଙ୍କ ସମ୍ମାନ କୁ କେଉଁଠି ରଖିଲେ । ଯଦି ମୁଖ୍ୟମନ୍ତ୍ରୀ ହେବାର ଥିଲା କାହିଁକି ମତେ କହିଲେ ନାହିଁ । ମୁଁ ମୁଖ୍ୟମନ୍ତ୍ରୀ ହେବାକୁ କେବେ ଆଗ୍ରହୀ ନଥିଲି ।

ଶିବ ସୈନିକଙ୍କୁ ସମ୍ବୋଧିତ କରି ଉଦ୍ଧବ କହିଛନ୍ତି ଆପଣ ମାନେ ହିଁ ମୋ ପରିବାର । ଆପଣମାନଙ୍କ ବିନା ଉଦ୍ଧବ ଠାକରେ କିଛି ନୁହେଁ । ବାଲା ସାହେବ ଯେଉଁ ଶିବସେନା ସ୍ଥାପନ କରିଥିଲେ ଆଜି ସେହି ଶିବସେନାକୁ ଖଣ୍ଡ ଖଣ୍ଡ କରିବା ପାଇଁ ଷଡଷନ୍ତ୍ର ହୋଇଛି । ଆମେ ସଂଘର୍ଷ କରିବା । ଶିବସେନାକୁ ପୁଣି ଥରେ ଛିଡା କରାଇବା ବୋଲି କହିଛନ୍ତି ଉଦ୍ଧବ । କହିଛନ୍ତି ଶିବ ସୈନିକ ଧର୍ଯ୍ୟ ରଖନ୍ତୁ । ଶାନ୍ତି ବଜାୟ ରଖନ୍ତୁ । ଶିବ ସୈନିକଙ୍କୁ ଆଶ୍ବାସନ ଦେଇ କହିଛନ୍ତି ମୁଁ ସବୁଦିନ ପାଇଁ ଯାଉନାହିଁ । ଆମ ପାଖରେ ଶିବସେନା ଅଛି । ଆମେ ସଂଘର୍ଷ କରିବା । ଫେରିବା ବୋଲି କହିଛନ୍ତି । ଅଚାନକ ସରକାରକୁ ଆସିଥିଲି । ଅଚନାକ ଯାଉଛି । ଶିବସେନା ଭବନରେ ବସିବି । ରାଜ୍ୟବାସୀଙ୍କ ପାଖକୁ ଯିବି ବୋଲି କହିଛନ୍ତି । ଆଜି କୋର୍ଟ ଦେଇଥିବା ରାୟକୁ ସମ୍ମାନ ଜଣାଉଛି ବୋଲି ଉଦ୍ଧବ କହିଛନ୍ତି ।

ବିଜେପିକୁ ସମାଲୋଚନା କରି କହିଛନ୍ତି ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ସରକାରକୁ ଭାଙ୍ଗିବା ପାଇଁ ବାରମ୍ବାର ପ୍ରୟାସ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ବଦନାମ ପାଇଁ ଉଦ୍ୟମ ହୋଇଛି । ଏଭଳି ସ୍ଥିତିରେ ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହେଁ ନାହିଁ । ସେହିପରି ବିଦ୍ରୋହୀ ବିଧାୟକଙ୍କୁ ଆଶ୍ବାସନା ଦେଇ କହିଛନ୍ତି ମୁମ୍ବାଇରେ କେହି ଆପଣଙ୍କର କ୍ଷତି ପହଞ୍ଚାଇବେ ନାହିଁ । ଆପଣ ଆପଣଙ୍କ ରାଜ୍ୟରେ ଖୁସିରେ ଶାନ୍ତିରେ ଶାସନ କରନ୍ତୁ । ଆପଣଙ୍କ ରାଜନୀତି ଖେଳରେ ମୁଁ ପଶିବାକୁ ଚାହେଁ ନାହିଁ । ସେହିପରି ମୁମ୍ବାଇରେ କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷି କହିଛନ୍ତି କୌଣସି ବିଧାୟକଙ୍କ ପ୍ରତି କୌଣସି ବିପଦ ନାହିଁ । ଯଦି ସୁରକ୍ଷା ଆବଶ୍ୟକ ଥିଲା ଆମକୁ ମାଗିଲେନି କାହିଁକି? ବୋଲି କହିଛନ୍ତି ।

Last Updated :Jun 29, 2022, 10:29 PM IST

ABOUT THE AUTHOR

...view details