ଓଡିଶା

odisha

Maha Cabinet Expansion: ନାରାଜ ସିନ୍ଦେ ଗୋଷ୍ଠୀ, ଅଜିତଙ୍କୁ ମିଳିଲା ଅର୍ଥ ବିଭାଗ

By

Published : Jul 14, 2023, 5:43 PM IST

ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା ପରେ ଆଜି ହୋଇଛି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ଏନସିପି ବିଦ୍ରୋହୀ ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ମିଳିଛି ଅର୍ଥ ବିଭାଗ । ଅଧିକ ପଢନ୍ତୁ

Maharashtra Cabinet Expansion
Maharashtra Cabinet Expansion

ମୁମ୍ବାଇ:ବରିଷ୍ଠ ଏନସିପି ନେତା ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ସାମିଲ ହେବାର 12 ଦିନ ପରେ ଶୁକ୍ରବାର ସମ୍ପ୍ରସାରଣ ହୋଇଛି ମନ୍ତ୍ରୀମଣ୍ଡଳ । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ରୋହୀ ଏନସିପି ନେତା ଅଜିତଙ୍କୁ ମିଳିଛି ଅର୍ଥ ବିଭାଗ । ତେବେ ପୂର୍ବରୁ ଅଜିତଙ୍କ ଗୋଷ୍ଠୀ ଅର୍ଥ ବିଭାଗ ପାଇଁ ଅଡ଼ି ବସିଥିବା ବେଳେ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ହେଲେ ସେପଟେ ସିନ୍ଦେ ଗୋଷ୍ଠୀ ନିଜ ପାଖରେ ଅର୍ଥ ବିଭାଗ ରଖିବାକୁ ଦାବି କରୁଥିବା ପରେ ମଧ୍ୟ ଏଠାରେ ବାଜି ମାରିଛନ୍ତି ଅଜିତ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରି ବିଭାଗକୁ ବଣ୍ଟନ କରିଛନ୍ତି । ଚଳିତ ମାସ 2 ତାରିଖରେ ଏନସିପି ନେତା ଅଜିତଙ୍କ ସମେତ 8 ଜଣ ବିଧାୟକ ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିଲେ । ଅଜିତ ହେଉଛନ୍ତି ଏନିସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା । ଯିଏକି ବିଦ୍ରୋହ ସୃଷ୍ଟି କରି ମହାରାଷ୍ଟ୍ର ସରକାରରେ ନିଜର ସମର୍ଥକଙ୍କ ସହିତ ସାମିଲ ହୋଇଛନ୍ତି । ସେହିପରି କ୍ୟାବିନେଟ ମନ୍ତ୍ରୀ ଛଗନ ଭୁଜବଳଙ୍କୁ ମିଳିଛି ଖାଦ୍ୟ ଓ ନାଗରିକ ଯୋଗାଣ ବିଭାଗ । କ୍ୟାବିନେଟ ମନ୍ତ୍ରୀ ଅନିଲ ପାଟିଲଙ୍କୁ ମିଳିଛି ରିଲିଫ ଏବଂ ପୁନର୍ବାସ, ବିପର୍ଯ୍ୟୟ ପରିଚାଳନା ବିଭାଗ ।

ଏହା ବି ପଢନ୍ତୁ- Maharashtra politics: NCP ଦୁଇଫାଳ, ଶରଦଙ୍କ କାର୍ଯ୍ଯାନୁଷ୍ଠାନକୁ ଅପେକ୍ଷା

ସେହିପରି ଅଦିତି ତଟକରେଙ୍କୁ ମହାରାଷ୍ଟ୍ର ସରକାରରେ ମିଳିଛି ମହିଳା ଓ ଶିଶୁ ବିକାଶ ବିଭାଗ । ଅଦିତି ହେଉଛନ୍ତି ଶରଦଙ୍କ ଦ୍ବାରା ଦଳରୁ ବହିଷ୍କୃତ ହୋଇଥିବା NCP ସାଧାରଣ ସମ୍ପାଦକ ସୁନିଲ ତଟକରେଙ୍କ ଝିଅ । ମୁଖ୍ୟମନ୍ତ୍ରୀ ସିନ୍ଦେ ଧନଞ୍ଜୟ ମୁଣ୍ଡେଙ୍କୁ କୃଷି ବିଭାଗର ଦାୟିତ୍ବ ଦେଇଛନ୍ତି । ଧନଞ୍ଜୟ ହେଉଛନ୍ତି ସ୍ବର୍ଗତ ବିଜେପି ନେତା ଗୋପିନାଥ ମୁଣ୍ଡେଙ୍କ ପୁତୁରା । ଦିଲ୍ଲୀପ ୱାଲସେ ପାଟିଲଙ୍କୁ ମିଳିଛି ରାଜସ୍ବ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ।

ଏହା ବି ପଢନ୍ତୁ- Maharashtra: ଅଜିତ ପାଓ୍ବର ମହାରାଷ୍ଟ୍ରର ନୂଆ ଉପମୁଖ୍ୟମନ୍ତ୍ରୀ, NDA ରେ ସାମିଲ ହୋଇ ନେଲେ ଶପଥ

ସୂଚନା ଥାଉ କି ଅଜିତ ପାୱାରଙ୍କ ସହ ଏନସିପିର ବରିଷ୍ଠ ନେତା ଛଗନ ଭୁଜବଳ, ଦିଲୀପ ୱାଲସେ ପାଟିଲ, ହାସନ ମୁଶ୍ରିଫ, ରାମରାଜ ନିମ୍ବଲକର, ଧନଞ୍ଜୟ ମୁଣ୍ଡେ, ଆଦିତ୍ୟ ଟାଟକେରେ, ସଞ୍ଜୟ ବନସୋଡେ ଏବଂ ଅନିଲ ଭାଇଦାସ ପାଟିଲ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ପୂର୍ବରୁ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ଥିବା ବେଳେ ଏବେ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ସଂଖ୍ୟା 2ରେ ପହଞ୍ଚିଛି । ମହାରାଷ୍ଟ୍ର ସରକାରରେ ସାମିଲ ହେବା ପରେ ପୁରା ଏନସିପି ତାଙ୍କୁ ସମର୍ଥନ କରେ ବୋଲି ସେ କହିଥିବା ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details