ଓଡିଶା

odisha

ଜୋମାଟ ବିଜ୍ଞାପନ ବିବାଦ, ବିଜ୍ଞାପନ ହଟାଇବା ସହ ହ୍ରିତିକ ରୋସନଙ୍କ କ୍ଷମା ଦାବି କଲେ ମହାକାଳେଶ୍ବର ମନ୍ଦିର ସେବାୟତ

By

Published : Aug 21, 2022, 5:25 PM IST

ଜୋମାଟର ନୂତନ ବିଜ୍ଞାପନ (Zomatos thali controversial advertisement)କୁ ନେଇ ବିବାଦ । ବିଜ୍ଞାପନ ପ୍ରତ୍ୟାହାର କରିବା ସହ ଅଭିନେତା ହ୍ରିତିକ ରୋସନଙ୍କୁ ମଧ୍ୟ କ୍ଷମା ମାଗିବା ପାଇଁ ଦାବି କଲେ ମହାକାଶ ମନ୍ଦିର ସେବାୟତ । ଅଧିକ ପଢନ୍ତୁ

ଜୋମାଟ ବିଜ୍ଞାପନ ବିବାଦ, ବିଜ୍ଞାପନ ହଟାଇବା ସହ ହ୍ରିତିକ ରୋସନଙ୍କ କ୍ଷମା ଦାବି କଲେ ମହାକାଳେଶ୍ବର ମନ୍ଦିର ସେବାୟତ
ଜୋମାଟ ବିଜ୍ଞାପନ ବିବାଦ, ବିଜ୍ଞାପନ ହଟାଇବା ସହ ହ୍ରିତିକ ରୋସନଙ୍କ କ୍ଷମା ଦାବି କଲେ ମହାକାଳେଶ୍ବର ମନ୍ଦିର ସେବାୟତ

ଭୋପାଲ:ଅନଲାଇନ ଖାଦ୍ୟ ଡେଲିଭରି ସଂସ୍ଥା ଜୋମାଟର ନୂତନ ବିଜ୍ଞାପନ(Zomatos thali controversial advertisement)କୁ ନେଇ ବିବାଦ । ବଲିଉଡ ଅଭିନେତା ହ୍ରିତିକ ରୋସନଙ୍କ ଦ୍ବାରା ଅଭିନିତ ଏହି ବିଜ୍ଞାପନ ହିନ୍ଦୁମାନଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି । ମଧ୍ୟ ପ୍ରଦେଶରେ ଉଜ୍ଜୈନରେ ଥିବା ପ୍ରସିଦ୍ଧ ମହାକାଳ ମନ୍ଦିରର ସେବାୟତ ବିଜ୍ଞାପନ ନିର୍ମାଣକାରୀ ସଂସ୍ଥା ଏହି ବିଜ୍ଞାପନ ପ୍ରତ୍ୟାହାର କରିବା ସହ ଏଥିରେ ଅଭିନୟ କରିଥିବା ଅଭିନେତା ହ୍ରିତିକ ରୋସନ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି । ଜୋମାଟର ଥାଳି ବିଜ୍ଞାପନ (advertisement controversy by Zomato)ରେ ହ୍ରିତିକ ମହାକାଳ ମନ୍ଦିରର ନାମ ନେବା ସହ ଧର୍ମୀୟ ଆଘାତ ପହଞ୍ଚାଇବା ପରି ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଜୋମାଟ ପ୍ରସ୍ତୁତ କରିଥିବା ଏହି ବିଜ୍ଞାପନରେ (Zomatos thali controversial advertisement)ରେ ଅଭିନେତା ହ୍ରିତିକ ରୋସନ ଅଭିନୟ କରିଛନ୍ତି । ଏହି ଭିଡିଓରେ ହ୍ରିତିକ କହୁଛନ୍ତି‘‘ ଉଜ୍ଜୈନ ମେ ହେଁ, ମନ କିୟା ତୋ ମହାକାଲ ସେ ମଙ୍ଗାଲିୟା ।’’ ଯାହାକୁ ନେଇ ବିବାଦ ଦେଖିବାକୁ ମିଳିଛି । ମହାକାଳ ମନ୍ଦିରର ପୂଜକ ଓ ସେବାୟତ ଏପରି ବିଜ୍ଞାପନକୁ ନେଇ ଆପତ୍ତି ଉଠାଇବା ସହ ଏକ ଫୁଡ ଡେଲିଭରୀ କମ୍ପାନୀର ବିଜ୍ଞାପନକୁ ମହାକାଳ ମନ୍ଦିର ପରି ପ୍ରସିନ୍ଧ ମନ୍ଦିର ସହ କାହିଁକି ଯୋଡାଗଲା, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ମହାକାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଦୈନିକ ପ୍ରସାଦ ପ୍ରସ୍ତୁତ ହୋଇଥାଏ । ଏଠାରେ ହୋମ ଡେଲିଭରୀ କିମ୍ବା କୌଣସି ଅନଲାଇନ ସଂସ୍ଥା ମାଧ୍ୟମରେ ମଧ୍ୟ ଏହି ପ୍ରସାଦର ଡେଲିଭରୀର ପ୍ରଶ୍ନ ଉଠୁନାହିଁ । ତେଣୁ ଏପରି ସ୍ଥଳେ ଏକ ଫୁ଼ଡ ଡେଲିବରୀ କମ୍ପାନୀ କାହିଁକି ତାର ବିଜ୍ଞାପନରେ ମହାକାଳ ମନ୍ଦିରର ନାଁ ନେଇ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି ପୂଜକ ଆପତ୍ତି ଉଠାଇଛନ୍ତି ।

କେବଳ ନିନ୍ଦା ନୁହେଁ ବରଂ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମନ୍ଦିର ସେବାୟତ ସ୍ଥାନୀୟ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ସ୍ଥାନୀୟ ଜିଲ୍ଲାପାଳ ଆଶିଷ ସିଂ ମଧ୍ୟ ମନ୍ଦିର ପରିଚାଳନ ବୋର୍ଡର ଅଧ୍ୟକ୍ଷ ରହିଛନ୍ତି । ଜିଲ୍ଲାପାଳ ଆଶିଷ ସି କହିଛନ୍ତି, ‘‘ମନ୍ଦିରରେ ସାଧାରଣ ଭକ୍ତଙ୍କ ପାଇଁ ଦୈନିକ ମୁକ୍ତ ପ୍ରାସଦ ସେବନର ବ୍ୟବସ୍ଥା ରହିଛି । କୌଣସି ଡେଲିଭରୀ ବ୍ୟବସ୍ଥା ମନ୍ଦିର ପ୍ରଶାସନ ପ୍ରଦାନ କରେ ନାହିଁ । ଏହି ବିଜ୍ଞାପନକୁ ଭୁଲ ଢଙ୍ଗରେ ପ୍ରସ୍ତୁତ କରାଯାଇଛି ।’’ ତେବେ ସେବାୟତଙ୍କ ଅଭିଯୋଗ ପରେ ମଧ୍ୟ ଉକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୌଣସି ସଙ୍କେତ ଦେଇନାହାନ୍ତି ଜିଲ୍ଲାପାଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details