ଓଡିଶା

odisha

ସାବାଡ ହେବେ ରୋମିଓ, ମହିଳାଙ୍କୁ ଅସଦାଚରଣ କଲେ ମାରିବ କରେଣ୍ଟ ଝଟକା

By

Published : Dec 1, 2022, 12:22 PM IST

ଏଣିକି ସାବାଡ ହେବେ ରୋଡ ରୋମିଓ । ମହିଳାଙ୍କୁ ଛୁଇଁଲେ ମାରିବ ବିଦ୍ୟୁକ୍ ଝଟକା । ଏହାସହ ପୋଲିସ ପାଖକୁ ଯିବ ଲାଇଭ ଲୋକେସନ । ଏଭଳି କାର୍ଯ୍ୟକୁ ସମ୍ଭବ କରି ଦେଖାଇପାରିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ ବିଜୟଲକ୍ଷ୍ମୀ । ଅଧିକ ପଢନ୍ତୁ

ସାବାଡ ହେବେ ରୋମିଓ
ସାବାଡ ହେବେ ରୋମିଓ

ବେଙ୍ଗାଲୁରୁ: ଆମ ଦେଶରେ ଦିନକୁ ଦିନ ଅସଦାଚାରଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହି ଘଟଣାକୁ ନେଇ ମହିଳାମାନେ ନିଜକୁ ଅସୁରକ୍ଷିତ ମନେ କରିଥାନ୍ତି । ତେବେ ଏଣିକି ଆଉ ଭୟ କରିବାକୁ ପଡିବନି । କାହିଁକି ନା କର୍ଣ୍ଣାଟକର ଜଣେ ଦଶମ ଶ୍ରେଣୀ ଛାତ୍ରୀ ବିଜୟଲକ୍ଷ୍ମୀ ବିରଦରା ଏକ ଚପଲ ଉଦ୍ଭାବନ କରିଛନ୍ତି । ଯାହା ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବ । ବିପଦ ସମୟରେ ପୋଲିସକୁ ସୂଚନା ପଠାଇବ । ଏହାକୁ ଆଣ୍ଟି ରେପ ସ୍ମାର୍ଟ ଫୁଟଓ୍ବେର କୁହାଯାଉଛି ।

ମହିଳାଙ୍କୁ ଦେବ ସୁରକ୍ଷା

ଦୁଇଟି ଚପଲରେ ଦୁଇ ପ୍ରକାରର ମହିଳାଙ୍କ ସୁରକ୍ଷା ସଫ୍ଟୱେର୍ ଉପରେ ଅନୁସନ୍ଧାନ କରାଯାଇଛି । ଏହି ସ୍ମାର୍ଟ ଜୋତାରେ, 'ବ୍ଲିଙ୍କ୍ ଆପ୍ ଲିଙ୍କ୍' ଟେକ୍ନୋଲୋଜି ପ୍ରୟୋଗ କରାଯାଇଛି । ଗୋଟିଏ ଜୋତାରେ ଇଲେକ୍ଟ୍ରିକ୍ ସର୍କିଟ ରହିଛି ଏବଂ ଅନ୍ୟଟିରେ ଜିପିଏସ୍ ମାଧ୍ୟମରେ ବାର୍ତ୍ତା ପଠାଇବା ପାଇଁ ଏକ ବ୍ୟବସ୍ଥା କରାଯାଇଛି । ଏହି ସ୍ୟାଣ୍ଡେଲ ପିନ୍ଧିବା ପରେ ସମ୍ପୃକ୍ତ ମହିଳାଙ୍କୁ କେହି ଛୁଇଁବାକୁ ଚେଷ୍ଟା କଲେ ବଟନ ଚିପିବା ମାତ୍ରେ ତୁରନ୍ତ 0.5mpsର କରେଣ୍ଟର ଝଟକା ଲାଗିବ । ଯଦି ଏକରୁ ଅଧିକା ଦୁର୍ବୃତ୍ତ ରହିଥିବେ ତାହାଲେ ତେବେ ବ୍ଲିକ ଆପ ଲିଙ୍କ ଟେକ୍ନୋଲୋଜି ସହିତ ଜିପିଏସ ଯୋତାର ବଟନକୁ ଚିପିବା ମାତ୍ରକେ ପୋଲିସ ସହ ପରିବାର ଲୋକଙ୍କୁ ଲାଇଭ ଲୋକେସନ ଯାଇପାରିବ।

ଜୋତା ପିନ୍ଧାବାରେ ଭୟ ନାହିଁ

ଛାତ୍ରଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ଏହି ଜୋତା ସୁରକ୍ଷା ଯେତିକି ପ୍ରଦାନ କରିବ ସେତିକି ସୁରକ୍ଷିତ ମଧ୍ୟ । ଏହି ଜୋତାରେ ଜଟିଳ ବୈଦୁତିକ ଉପକରଣ ସ୍ଥାପନ ହୋଇନାହିଁ । ତେଣୁ ବିଦ୍ୟୁତ ଆଘାତ ପାଇବାର କୌଣସି ସମ୍ଭାବନା ନାହିଁ । ଏହି ଚପଲରେ ସେଲ ଏବଂ ବ୍ୟାଟେରୀର ବ୍ୟବହାର ହୋଇଛି । ଯାହାକି ପିନ୍ଧିବା ମାତ୍ରେ ଚାର୍ଜ ହୋଇପାରିବ।

ଏହା ମଧ୍ୟ ପଢନ୍ତୁ: Sukesh Chandrasekhar Case: ଇଭେଣ୍ଟ ମ୍ୟାନେଜର ପିଙ୍କି ଇରାନୀ ଗିରଫ

ସୂଚନାଅନୁସାରେ, 10ମ ଶ୍ରେଣୀ ଛାତ୍ରା ବିଜୟଲକ୍ଷ୍ମୀ ନିଜର ବିଜ୍ଞାନ ଶିକ୍ଷକଙ୍କ ସାହାଯ୍ୟରେ 13 ମାସର ଅନୁସନ୍ଧାନରେ ଏହି ଚପଲ ଉଦ୍ଭାବନ କରିଛନ୍ତି । ଗୋଟିଏ ହଳ ଚପଲ ବ୍ୟବହାର ପାଇଁ 3 ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ରହିଛି । ତେବେ ବିଜୟଲକ୍ଷ୍ମୀ କହିଛନ୍ତି ଯଦି ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତି ତେବେ ବୈଜ୍ଞାନିକମାନେ ଏହାରି ଉପରେ ଅନୁସନ୍ଧାନ କରିପାରନ୍ତେ । ଯାହାଦ୍ବାରା ବଜାରରେ ଏହି ଚପଲ ଉପଲବ୍ଧ ହୋଇପାରିବ । ମହିଳାମାନେ ମଧ୍ୟ ସୁରକ୍ଷିତ ଭାବେ ବିଚରଣ କରିପାରନ୍ତେ ।

ଗୋଆରେ ଆୟୋଜିତ ଇଣ୍ଡିଆ ଆନ୍ତର୍ଜାତୀୟ ଉଦ୍ଭାବନ ଏବଂ ଇନୋଭେସନ୍ ଏକ୍ସପୋ -2022ରେ ଏହି ଚପଲ ରୋପ୍ୟ ପଦକ ହାସଲ କରିଛି । 2023ରେ ହେବାକୁ ଥିବା ଅନ୍ତର୍ଜାତୀୟ ବିଜ୍ଞାନ ଏକ୍ସପୋ ପାଇଁ ମଧ୍ୟ ଏହାକୁ ଚୟନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details