ଓଡିଶା

odisha

Sammed Shikhar Case: ଆଖିବୁଜିଲେ ଆଉ ଜଣେ ଜୈନ ମୁନି, ଧାରଣାରେ ଖାଲି ପାଣି ପିଉଥିଲେ

By

Published : Jan 7, 2023, 5:48 PM IST

ଝାଡଖଣ୍ଡର ଶ୍ରୀସମେଦ ଶିଖରକୁ ପର୍ଯ୍ୟଟନ ସ୍ଥଳୀ ଭାବେ ଘୋଷଣା କରିବା ବିରୋଧରେ ଧାରଣାରେ ବସିଥିବା ଜୈନ ମୁନି ସମର୍ଥ ସାଗରଙ୍କ ଦେହାନ୍ତ । ଅଧିକ ପଢନ୍ତୁ

jain monk samarth sagar samadhi maran in jaipur
jain monk samarth sagar samadhi maran in jaipur

ରାଞ୍ଚି: ସାଙ୍ଗାନୋରର ଆଚାର୍ଯ୍ୟ ସୁନୀଲ ସାଗର ମହାରାଜଙ୍କ ଅନ୍ୟ ଜଣେ ଶିଷ୍ୟଙ୍କ ଦେହାନ୍ତ ହୋଇଛି । ମୁନି ସମର୍ଥ ସାଗରଙ୍କ ଗତକାଲି ଦେହାନ୍ତ ହୋଇଥିବା ସୂଚନା ମିଳିଛି । ସାଙ୍ଗୀଜି ମନ୍ଦିରରୁ ପ୍ରୋଟେଷ୍ଟ ନଗରକୁ ତାଙ୍କ ମୃତଦେହ ନିଆଯାଇଥିଲା । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ମୁନି ସମର୍ଥ ସାଗର ମୁନି ସୁଗେୟା ସାଗରଙ୍କ ପରି ଶ୍ରୀସମେଦ ଶିଖରର ସୁରକ୍ଷା ପାଇଁ ଆନ୍ଦୋଳନ କରୁଥିଲେ ।

ମିଳିଥିବା ସୂଚନା ଅନୁୟାୟୀ, ଝାଡଖଣ୍ଡର ଗିରିଡି ଜିଲ୍ଲାରେ ପାରସନାଥ ପାହଡରେ ଜୈନ ସମ୍ପ୍ରଦାୟର ଶ୍ରୀସମେଦ ଶିଖର(Sammed Shikhar case)କୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀ ରୂପେ ଘୋଷଣା କରିଥିଲେ । କିନ୍ତୁ ଜୈନ ସମ୍ପ୍ରଦାୟ ଏହାକୁ ବିରୋଧ କରିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ଉପରେ ରୋକ ଲଗାଇଥିଲେ । ସେଠାରେ ପର୍ଯ୍ୟଟନ ଇକୋ ଟୁରିଜିମ କାର୍ଯ୍ୟକୁ ବନ୍ଦ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ସରକାର। କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୨ତାରିଖରେ ଇକୋ ସେନସିଟିଭ ଜୋନ ସହ ଜଡିତ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଚିଠି ଲେଖିଥିଲେ ।

ତେବେ ରାଜ୍ୟ ସରକାରଙ୍କ ଏହାକୁ ପର୍ଯ୍ୟଟନସ୍ଥଳୀ ଭାବରେ ଘୋଷଣା କରିବାରୁ ଏହାକୁ ବିରୋଧ କରି ଅନଶନ କରିବାରୁ ଦୁଇ ଜୈନ ମୁନିଙ୍କ ଦେହାନ୍ତ ହୋଇଛି । ପ୍ରଥମେ ମୁନି ସୁଗୟା ସାଗର ଏବଂ ବର୍ତ୍ତମାନ ମୁନି ସମର୍ଥ ସାଗରଙ୍କ ଦେହାନ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମୃତଦେହ ଦାହ କରାଯାଇଥିଲା । ସେ ଆଚାର୍ଯ୍ୟ ସୁନୀଲ ସାଗର ମହାରାଜଙ୍କ ଶିଷ୍ୟ ଥିଲେ। ତେବେ ମୃତ୍ୟୁ ପର୍ଯ୍ୟନ୍ତ ମଧ୍ୟ ମୁନି ସମର୍ଥ ସାଗର ଉପବାସରେ ଥିଲେ । ସେ ଶପଥ ନେଇଥିଲେ ଯେ ଯେପର୍ଯ୍ୟନ୍ତ ସମେଦ ଶିଖରକୁ ପବିତ୍ର ତୀର୍ଥସ୍ଥାନ ରୂପେ ଘୋଷଣା କରାନଯାଇଛି ସେପର୍ଯ୍ୟନ୍ତ ମୁଁ ଖାଦ୍ୟ ଗ୍ରହଣ କରିବି ନାହିଁ । କେବଳ ସେ ପାଣି ପିଇ ଧାରଣାରେ ବସିଥିଲେ । ଶେଷରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି ।

କେନ୍ଦ୍ର ସରକାର ଗୁରୁବାର ଦିନ ତିନି ବର୍ଷ ପୂର୍ବ ଜାରି ହୋଇଥିବା ଆଦେଶକୁ ଫେରାଇ ନେଇଥିଲେ । ଏହାକୁ ନେଇ ପରିବେଶ ମନ୍ତ୍ରଣାଳୟ ଦୁଇ ପୃଷ୍ଠାର ଏକ ଚିଠି ଜାରି କରିଥିଲା। ଏଥିରେ ଉଲ୍ଲେଖ ରହିଛି ଯେ, 'ଇକୋ ସେନ୍ସିଟିଭ୍ ଜୋନ ଅଧିସୂଚନା ଧାରା -3 ର ନିୟମାବଳୀକୁ ନିଷେଧ କରାଯାଇଛି, ଯେଉଁଥିରେ ଅନ୍ୟ ସମସ୍ତ ପର୍ଯ୍ୟଟନ ଏବଂ ଇକୋ-ଟୁରିଜିମ୍ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ। ରାଜ୍ୟ ସରକାରଙ୍କୁ ଏନେଇ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ମଦ, ଡ୍ରଗ୍ସ, ଲାଉଡ ସ୍ପିକର, ଗୃହପାଳିତ ପଶୁ ଓ ଟ୍ରାଟିଂ ଉପରେ ରୋକ ଲଗାଯାଇଛି ।

ABOUT THE AUTHOR

...view details