ଓଡିଶା

odisha

ଆଜି ଶପଥ ନେବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ

By

Published : Aug 11, 2022, 8:32 AM IST

Updated : Aug 11, 2022, 9:47 AM IST

ଆଜି ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖଡ । ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

ଆଜି ଶପଥ ନେବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ
ଆଜି ଶପଥ ନେବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ

ନୂଆଦିଲ୍ଲୀ:ନବ ନିର୍ବାଚିତ ଉପରାଷ୍ଟ୍ରପତି(Vice President Of India) ଜଗଦୀପ ଧନଖଡଙ୍କ ଆଜି (ଗୁରୁବାର) ଶପଥ ଗ୍ରହଣ । ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖଡ । ଆଜି ପୂର୍ବାହ୍ନ ସାଢେ ୧୨ଟା ସମୟରେ ରାଷ୍ଟ୍ରପତି ଭବନର ଦରବାର ହଲରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଧନଖଡଙ୍କୁ ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ରହିବେ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଆଜି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଜଗଦୀପ ଧନଖଡ ସକାଳ 8.30ରେ ପ୍ରଥମେ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଗତ ୬ ତାରିଖରେ ଜଗଦୀପ ଧନଖଡ ମିଳିତ ବିରୋଧି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇ ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଧନଖଡକୁ ମୋଟ ୫୨୮ ଖଣ୍ଡ ଭୋଟ ମିଳିଥିଲା । ଯାହା ମୋଟ ଭୋଟର ୭୨.୮ ପ୍ରତିଶତ ଥିଲା । ଧନଖରଙ୍କ ପ୍ରତିଦ୍ବନ୍ଦୀ ମାର୍ଗରେଟ ଅଲଭା ପାଇଥିଲେ ମାତ୍ର ୧୮୨ ଭୋଟ । ମୋଟ ୭୨୫ ଜଣ ସାଂସଦ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଥିଲେ । କହିରଖୁଛୁ କି, ଦେଶର ଉପରାଷ୍ଟ୍ରପତି ରାଜ୍ୟସଭା ଅଧ୍ୟକ୍ଷ ମଧ୍ୟ ଅଟନ୍ତି ।

Last Updated : Aug 11, 2022, 9:47 AM IST

ABOUT THE AUTHOR

...view details