ଓଡିଶା

odisha

US presidential poll: ନିର୍ବାଚନ ଲଢିବାକୁ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଘୋଷଣା

By

Published : Feb 22, 2023, 8:54 PM IST

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ଆଗ୍ରହୀ ଆଉ ଜଣେ ଭାରତୀୟ ।ଆମେରିକୀୟ-ଭାରତୀୟ ବଂଶୋଦ୍ଭବ ଉଦ୍ୟୋଗପତି ବିବେକ ରାମାସ୍ବାମୀ କଲେ ଘୋଷଣା । ଅଧିକ ପଢନ୍ତୁ

ନିର୍ବାଚନ ଲଢିବାକୁ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଘୋଷଣା
ନିର୍ବାଚନ ଲଢିବାକୁ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଘୋଷଣା

ହାଇଦ୍ରାବାଦ:ଆସନ୍ତାବର୍ଷ 2024 ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ତେବେ ନିର୍ବାଚନକୁ ବର୍ଷେ ଥିବା ବେଳେ ଏବେ ଠାରୁ ପ୍ରାର୍ଥୀତ୍ବ ଦାବିଦାରି ଆରମ୍ଭ ହୋଇଗଲାଣି । ଜଣେ ପରେ ଜଣେ ରାଜନେତା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ଘୋଷଣା କରିବାରେ ଲାଗିଛନ୍ତି । ନିକଟରେ ଜଣେ ଭାରତୀୟ- ଆମେରିକୀୟ ରାଜନେତ୍ରୀ ସେଲିଙ୍କ ପରେ ଏବେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ତଥା ଆମେରୀକୀୟ ନାଗରିକ ବିବେକ ରାମାସ୍ବାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି ।

37 ବର୍ଷୀୟ ବିବେକ ରାମାସ୍ବାମୀ ହେଉଛନ୍ତି ଆମେରିକାର ଜଣେ ଟେକ୍ନୋଲୋଜି ଉଦ୍ୟୋଗୀ । ବିବେକ କହିଛନ୍ତି, ଆମେ ଆମର 'ବିବିଧତା' କୁ ଏତେ ପାଳନ କରିଛୁ ଯେ ଆମେ ସମସ୍ତ ଉପାୟ ଭୁଲି ଯାଇଛୁ ଯେ ଆମେ ପ୍ରକୃତରେ ଆମେରିକୀୟ ଅଟୁ, ଆଦର୍ଶ ଦ୍ୱାରା ବନ୍ଧା, ଯାହା 250 ବର୍ଷ ପୂର୍ବେ ଏକ ବିଭାଜିତ, ଜିଦଖୋର ଗୋଷ୍ଠୀକୁ ଏକତ୍ର କରିଥିଲା । ମୁଁ ମୋର ହାଡରେ ଗଭୀର ଭାବରେ ବିଶ୍ବାସ କରେ ଯେ ସେହି ଆଦର୍ଶଗୁଡ଼ିକ ବିଦ୍ୟମାନ ଅଛି । ମୁଁ ସେମାନଙ୍କୁ ପୁନର୍ଜୀବିତ କରିବାକୁ ରାଷ୍ଟ୍ରପତି ପ୍ରାର୍ଥୀ କରୁଛି।

ଏହା ମଧ୍ୟ ପଢନ୍ତୁ:-ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ନିକି ହାଲି, ଟ୍ରମ୍ପଙ୍କ ସହ ହୋଇପାରେ ଟକ୍କର

ପର୍ବରୁ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମୈଦାନକୁ ଓହ୍ଲାଇବା ପାଇଁ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ରାଜନେତ୍ରୀ ମଧ୍ୟ ଘୋଷଣା କରିସାରିଛନ୍ତି । ରିପବ୍ଲିକାନ ପାର୍ଟିର ନେତ୍ରୀ ନିକ୍କି ହାଲି ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ଲଢିବା ନେଇ 14 ତାରିଖରେ ଘୋଷଣା କରିସାରିଛନ୍ତି । ନିକ୍କି ଆମେରିକା ରାଜନୀତିରେ ବେଶ ସକ୍ରିୟ । ସେ ପୂର୍ବରୁ ଦକ୍ଷିଣ କାରୋଲିନାର ପୂର୍ବତନ ରିପବ୍ଲିକାନ୍ ଗଭର୍ଣ୍ଣର ରହିସାରିଥିବା ବେଳେ ଏବେ ଜାତିସଂଘରେ ଆମେରିକାକୁ ପ୍ରତିନିଧିତ୍ବ ମଧ୍ୟ କରି ସାରିଛନ୍ତି ।

14 ତାରିଖରେ ନିକ୍କି ହାଲି ନିଜେ ଏକ ଭିଡିଓ ଟ୍ବିଟ ମାଧ୍ୟମରେ ଏହି ଘୋଷଣା କରିଥିଲେ । ଭାରତୀୟ-ଆମେରିକୀୟ ରିପବ୍ଲିକାନ୍ ନେତା ନିକ୍କି ହାଲି ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରି 2024 ମସିହାରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଘୋଷଣା କରିଥିଲେ । ଆମେରିକାରେ 2019 ରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଡୋନାଲ୍ଡ ଟ୍ରମ୍ପକୁ ପରାଜିତ କରି ଜୋ ବାଇଡେନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଆମେରିକା ଇତିହାସରେ ସେ ହେଉଛନ୍ତି ସର୍ବାଧିକ ବୟସାଧିକ ରାଷ୍ଟ୍ରପତି । ସେହିପରି ପ୍ରତି 4 ବର୍ଷରେ ଥରେ ନିର୍ବାଚନ ହେଉଥିବା ବେଳେ ଜଣେ ରାଷ୍ଟ୍ରପତି ସର୍ବାଧିକ 2 ଥର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାରର ନିୟମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details