ଓଡିଶା

odisha

‘ବିଶ୍ବର କୌଣସି କୋଣରେ ଭାରତୀୟ ସଙ୍କଟରେ ପଡିଲେ, ସଜାଗ ଅଛି ସରକାର’

By

Published : Aug 28, 2021, 10:55 PM IST

ଦେଶବାସୀଙ୍କୁ ଆଶ୍ବସ୍ତ କଲେ ପ୍ରଧାନମନ୍ତ୍ରୀ, କହିଲେ ବିଶ୍ବର କୌଣସି କୋଣରେ ଭାରତୀୟ ସଙ୍କଟରେ ଥଲେ ସଜାଗ ରହିଛି ଭାରତ ସରକାର । ଅଧିକ ପଢନ୍ତୁ...

‘ବିଶ୍ବର କୌଣସି କୋଣରେ ଭାରତୀୟ ସଙ୍କଟରେ ଥିଲେ ସଜାଗ ଅଛି ସରକାର’
‘ବିଶ୍ବର କୌଣସି କୋଣରେ ଭାରତୀୟ ସଙ୍କଟରେ ଥିଲେ ସଜାଗ ଅଛି ସରକାର’

ନୂଆଦିଲ୍ଲୀ:ଆଫାଗନିସ୍ତାନରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଭାରତ ତାର ନାଗରିକଙ୍କୁ ଯୁଦ୍ଧକଳାନୀନ ଭିତ୍ତିରେ ଉଦ୍ଧାର କରି ଦେଶକୁ ଫେରାଇବା ଅପରେସନ ଜାରି ରଖିଛି । ଏହି ଅପରେସନ ସମସ୍ତ ଭାରତୀୟ ଉଦ୍ଧାର ହେବା ଯାଏ ଚାଲୁ ରହିବ । ତେବେ ବିଶ୍ବର ଯେକୌଣସି କୋଣରେ ସଙ୍କଟରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ସରକାର ସର୍ବଦା ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଜାଲିଆନାଓ୍ବାଲାବାଗରେ ସ୍ମାରକୀ କମ୍ପ୍ଲେକ୍ସ ଲୋକାର୍ପଣ ଉତ୍ସବରେ ଜନସଭାକୁ ଭର୍ଚୁଆଲରେ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏପରି ଭରସା ଦୋଇଥିବା ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି କୋରୋନା କାଳରେ ଆଫଗାନିସ୍ତାନରେ ଦେଖାଯାଇଥିବା ଗୃହଯୁଦ୍ଧ ସଙ୍କଟ ବିଶ୍ବବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଭାରତ ତାର ନାଗରିକଙ୍କୁ ସୁରକ୍ଷିତ ସ୍ବେଦେଶ ଫେରାଇ ଆଣିବା ପାଇଁ ଅପରେସନ ‘ଦେବୀଶକ୍ତି ’ଜାରି ରଖିଛି । ଏହି ଅପରେସନ ସଫଳାତାର ଚାଲିଥିବାବେଳେ ବର୍ତ୍ତମାନ ସୁଦ୍ଧା କାବୁଲରେ ଥିବା ଭାରତୀୟ କୁଟନୀତିଜ୍ଞ, ଦୂତାବାସ ଅଧିକାରୀଙ୍କୁ ସ୍ବଦେଶ ଫେରାଇ ଅଣାସରିଛି । ଏବେ ସୁଦ୍ଧା ସେଠାରେ ଥିବା ଅବଶିଷ୍ଟ ଭାରତୀୟ ନାଗରିକଙ୍କୁ ମଧ୍ୟ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରାଯିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେହିପରି ଆଜି ଜାଲିଆନାଓ୍ବାଲାବାଗରେ ଆଧୁନିକୀକରଣ ପରେ ସ୍ମାରକୀ ଗ୍ୟାଲେରୀକୁ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସ୍ମାରକୀର ପ୍ରତେକ କୋଣରେ ଦେଶର ପୂର୍ବ ଗୌରବଶାଳୀ ଇତିହାସର ଛାପ ରହିଛି । ଦେଶପାଇଁ ବଳୀଦାନ ଦେଇଥିବା ଶହୀଦଙ୍କ ପରାକ୍ରମକୁ ପ୍ରତ୍ୟେକ ଭାରତୀୟ ପାଇଁ ପ୍ରେରଣା । ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କମ୍ପ୍ଲେକ୍ସକୁ ଉଦ୍ଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଆଜିର କାର୍ଯ୍ୟକ୍ରମରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ ଉପସ୍ଥିତ ଥିଲେ ।

@ANI

ABOUT THE AUTHOR

...view details