ଓଡିଶା

odisha

Covishieldର ଦୁଇ ଡୋଜ ନେଇଛନ୍ତି ଜାତିସଂଘ ସାଧାରଣ ପରିଷଦ ଅଧ୍ୟକ୍ଷ

By

Published : Oct 2, 2021, 8:26 PM IST

ଭାରତ ପ୍ରସ୍ତୁତ କୋଭିଡ ଟିକା Covishieldର ଦୁଇ ଡୋଜ ନେଇଛନ୍ତି ଜାତିସଂଘ ସାଧାରଣ ପରିଷଦର 76ତମ ଅଧିବେଶନର ଅଧ୍ୟକ୍ଷ ଅବଦୁଲ୍ଲା ସାହିଦ । ଗୁଣବତ୍ତାକୁ ନେଇ କଲେ ପ୍ରଂଶସା । ଅଧିକ ପଢନ୍ତୁ...

covishildର ଦୁଇ ଡୋଜ ନେଇଛନ୍ତି ଜାତିସଂଘ ସାଧାରଣ ପରିଷଦ ଅଧ୍ୟକ୍ଷ
covishildର ଦୁଇ ଡୋଜ ନେଇଛନ୍ତି ଜାତିସଂଘ ସାଧାରଣ ପରିଷଦ ଅଧ୍ୟକ୍ଷ

ଓ୍ବାଶିଂଟନ: ଭାରତ ପ୍ରସ୍ତୁତ କୋଭିଡ ଟିକା Covishieldର ଗୁଣବତ୍ତା ଓ ପ୍ରଭାବକୁ ପ୍ରଶଂସା କଲେ ଜାତିସଂଘ ସାଧାରଣ ପରିଷଦର 76ତମ ଅଧିବେଶନର ଅଧ୍ୟକ୍ଷ ଅବଦୁଲ୍ଲା ସାହିଦ। ଅବଦୁଲ୍ଲା କହିଛନ୍ତି ସେ ଭାରତ ପ୍ରସ୍ତୁତ ଭାରତରେ ପ୍ରସ୍ତୁତ Covishieldର ଦୁଇଟି ଡୋଜ ସେ ନିଜେ ଓ ବ୍ୟତିକ୍ରମ ସେ ଅନୁଭବ କରିନାହାନ୍ତି । ଭାରତ ପ୍ରସ୍ତୁତ କୋଭିସିଲ୍ଡ ବିଶ୍ବର ଅନେକ ଦେଶ ବ୍ୟବହାର କରୁଛନ୍ତି ଓ ଏହା ଅନ୍ୟଦେଶରେ ପ୍ରସ୍ତୁତ କୋଭିଡ ଟିକା ଠାରୁ ତୁଳନାତ୍ମକ ଭାବେ ଗୁଣବତ୍ତାରେ ଅଧିକ ପ୍ରଭାବଶାଳୀ ବୋଲି କହିଛନ୍ତି ଅବଦୁଲ୍ଲା।

କୋଭିଡ ଟିକା Covishield ବ୍ରିଟିଶ ଫାର୍ମା କମ୍ପାନୀ ‘ଅଷ୍ଟ୍ରାଜେନିକା’ ଦ୍ବାରା ବିକଶିତ ହୋଇଥିବାବେଳେ ଭାରତର ପୁଣେରେ ଅବସ୍ଥିତ ସେରମ ଇନଷ୍ଟିଚ୍ୟୁଟରେ ଉତ୍ପାଦିତ ହୋଇଛି । ତେବେ ବିଶ୍ବର ବିଭିନ୍ନ ଦେଶ ଏବେ କୋଭିସିଲ୍ଡ ବ୍ୟବହାରକୁ ଅନୁମତି ଦେଇଛନ୍ତି । ସେ ମଧ୍ୟ ଏହାର 2 ଡୋଜ ପୂରଣ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅଧ୍ୟକ୍ଷ ସାହିଦ।

ଭାରତ ବର୍ତ୍ତମାନ ସୁଦ୍ଧା ପ୍ରାୟ 100 ଦେଶକୁ 66 ମିଲିୟନ Covishield ଡୋଜ ରପ୍ତାନୀ କରି ସାରିଲାଣି । ସେହିକ୍ରମରେ ଜାତିସଂଘ ସାଧାରଣ ପରିଷଦ ଅଧ୍ୟକ୍ଷ ସାହିଦଙ୍କର ନିଜ ଦେଶ ମାଳଦ୍ବୀପ ଭାରତରୁ Covishield ଗ୍ରହଣ କରିବାରେ ପ୍ରଥମ ଦେଶ ତାଲିକାରେ ରହିଛି । ଚଳିତବର୍ଷ ଜାନୁୟାରୀରେ ପ୍ରଥମ ପର୍ଯ୍ୟାୟରେ ମାଳଦ୍ବୀପ ଭାରତ ଠାରୁ 10ହଜାର କୋଭିସିଲ୍ଡ ଡୋଜ ଗ୍ରହଣ କରିଥିଲା । ପରେ COVAX ମିଶନ ଜରିଆରେ ମୋଟ 3.12 ଲକ୍ଷ ଡୋଜ ଭାରତ ପ୍ରସ୍ତୁତ Covishield ଟିକା ଗ୍ରହଣ କରିସାରିଛି ମାଲଦ୍ବୀପ ।

ପ୍ରଥମ ପର୍ଯ୍ୟାୟରେ ୟୁକେ କୋଭିସିଲ୍ଡକୁ ମାନ୍ୟତା ଦେବା ପାଇଁ କୁଣ୍ଠାବୋଧତା ପ୍ରକାଶ କରିଥିବାବେଳେ ପରେ ଭାରତର କଡା ସମାଲୋଚନା ପରେ ନିଜ ଅଭିମୁଖ୍ୟରେ ପରିବର୍ତ୍ତନ ଆଣିଛି। ଦେଶରେ ଜାରି କରାଯାଇଥିବା ସ୍ବାସ୍ଥ୍ୟ ଗାଇଡଲାଇନରେ ପରବର୍ତ୍ତନ ଆଣିବା ସହ କୋଭିସିଲ୍ଡକୁ ବ୍ରୀଟେନରେ ବୈଧ ବୋଲି ମାନ୍ୟତା ଦେଇଛନ୍ତି ୟୁକେ କର୍ତ୍ତୃପକ୍ଷ । ସେହିପରି ଏବେ ମଧ୍ୟ ବିଭିନ୍ନ ଦେଶ ଭାରତ ଠାରୁ କୋଭିସିଲ୍ଡ କିଣିବା ପାଇଁ ଆଗ୍ରହ ଦେଖାଉଥିବାବେଳେ ଭାରତ ମଧ୍ଯ ବିଶ୍ବର ଆବଶ୍ୟକତାକୁ ଦେଖି ଉତ୍ପାଦନ ଓ ରପ୍ତାନୀ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details