ହାଇଦ୍ରାବାଦ:ଘୃଣା ସୃଷ୍ଟିକାରୀ ବା ଉତ୍ତେଜକ ଭାଷଣ (Hate Speech) ଦେବା ମାମଲାରେ AIMIM ନେତା ଅକବରୁଦ୍ଦିନ ଓଓ୍ବେସୀଙ୍କୁ ବଡ ଆଶ୍ବସ୍ତି । 10 ବର୍ଷ ତଳର ଏହି ମାମଲାରେ ଅକବରୁଦ୍ଦିନଙ୍କୁ ଦୋଷମୁକ୍ତ କରିଛନ୍ତି ହାଇଦ୍ରାବାଦ ସ୍ବତନ୍ତ୍ର କୋର୍ଟ । 2ଟି ମାମଲାରେ କରାଯାଇଛି ଦୋଷମୁକ୍ତ ।
10 ବର୍ଷ ପୁରୂଣା 2012ରେ ଅକବରୁଦ୍ଦିନଙ୍କ ବିରୋଧରେ ମାମଲା ଦାଏର ହୋଇଥିଲା । ଏକ ଭାଷଣରେ ସାମ୍ପ୍ରଦାୟିକ ତଥା ଘୃଣାସୃଷ୍ଟିକାରୀ ମନ୍ତବ୍ୟ ଦେଇଥିଲେ ଅକବରୁଦ୍ଦିନ ଓଓ୍ବେସୀ । ବିବଦୀୟ ଭାଷଣରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଗତକାଲି ଏହି ମାମଲାରେ ହାଇଦ୍ରାବାଦ ସ୍ବତନ୍ତ୍ର ସେସନ୍ କୋର୍ଟ ଶୁଣାଣି କରିଥିଲେ । ଆଜି ରାୟ ପ୍ରକାଶ ପାଇବା ସହ ତାଙ୍କୁ ଦୋଷମୁକ୍ତ ଦର୍ଶାଇଛନ୍ତି କୋର୍ଟ ।