ଓଡିଶା

odisha

Hate Speech Case: ପୁଣି ଆଜମ ଖାନଙ୍କୁ ଝଟକା, ଖାରଜ ହେଲା ଦଣ୍ଡାଦେଶ ବିରୋଧରେ କରିଥିବା ମାମଲା

By

Published : Nov 10, 2022, 6:49 PM IST

ସାମାଜବାଦୀ ପାର୍ଟିର ଅଯୋଗ୍ୟ ଘୋଷିତ ବିଧାୟକ ଆଜମ ଖାନଙ୍କୁ ପୁଣି କୋର୍ଟରୁ ଝଟକା । ଖାରଜ ହେଲା ଦଣ୍ଡାଦେଶ ବିରୋଧରେ କରିଥିବା ମାମଲା (Court reject appeal of Azam Khan) । ଦୋଷୀ ସାବ୍ୟସ୍ତ ସହ ବିଧାୟକ ପଦ ରଦ୍ଦ ରାୟ ବିରୋଧରେ କରିଥିଲେ ଆବେଦନ । ଅଧିକ ପଢନ୍ତୁ

ଆଜମ ଖାନ
ଆଜମ ଖାନ

ଲକ୍ଷ୍ନୌ:ସାମାଜବାଦୀ ପାର୍ଟି ନେତା ତଥା ରାମପୁରର ଅଯୋଗ୍ୟ ଘୋଷିତ ବିବାଦୀୟ ବିଧାୟକ ଆଜମ ଖାନଙ୍କୁ ପୁଣି କୋର୍ଟରୁ ଝଟକା ଲାଗିଛି । ହେଟ ସ୍ପିଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବିଧାୟକ ପଦ ରଦ୍ଦ ହେବା ରାୟ ବିରୋଧରେ ଆଜମ କରିଥିବା ମାମଲାକୁ ଉତ୍ତର ପ୍ରଦେଶର ରାମପୁର ସେସନ କୋର୍ଟ ଖାରଜ କରିଦେଇଛନ୍ତି (Court reject appeal of Azam Khan)। ଆଜମଙ୍କ ଦ୍ବାରା କରାଯାଇଥିବା ମାମଲାର ଶୁଣାଣି ଚଳିତ ମାସ (ନଭେମ୍ବର) 15 ତାରିଖରେ ହେବା ନେଇ ପୂର୍ବରୁ ସ୍ଥିର କରାଯାଇଥିଲା । ତେବେ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ମାମଲାର ଶୁଣାଣି 10 ତାରିଖରେ କରି ରାୟ ପ୍ରକାଶ କରିଛନ୍ତି ସ୍ଥାନୀୟ ସେସନ କୋର୍ଟ ।

ଅକ୍ଟୋବର 27 ତାରିଖରେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅପମାନଜନକ ତଥା ଘୃଣା ସୃଷ୍ଚିକାରୀ ଭାଷଣ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଆଜାମ ଖାନ । ଏହି ମାମଲାରେ ତାଙ୍କୁ 6 ହଜାର ଟଙ୍କା ଜୋରିମାନା ସହ 3ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ (Court reject appeal of Azam Khan)। ସେହିପରି ତାଙ୍କ ବିଧାୟକ ପଦ ମଧ୍ୟ ରଦ୍ଦ ହୋଇଥିଲା । ସେ ଦୋଷୀ ସାବ୍ୟସ୍ତ ହେବାର ଗୋଟିଏ ଦିନ ପରେ ଅର୍ଥାତ ଅକ୍ଟୋବର 28ରେ ତାଙ୍କ ବିଧାୟକ ପଦକୁ ମଧ୍ୟ ରଦ୍ଦ କରି ଦିଆଯାଇଥିଲା । ଏବେ ରାମପୁର ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଯାଉଛି ।

ତେବେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ଓ ତାଙ୍କ ବିଧାୟକ ପଦ ଖାରଜ କରିବା ରାୟ ବିରୋଧରେ ଆଜମ ନଭେମ୍ବର 7 ତାରିଖରେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସର୍ବୋଚ୍ଚ କୋର୍ଟ ନଭେମ୍ବର 15 ପରିବର୍ତ୍ତେ 10 ତାରିଖରେ ଏହି ଶୁଣାଣି କରିବା ସହ ସେହି ଦିନ ହିଁ ରାୟ ପ୍ରକାଶ କରିବା ପାଇଁ ସେସନ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ରାମପୁର ସେସନ କୋର୍ଟ ଏହି ମାମଲାରେ ଆଜମଙ୍କ ଆବେଦନକୁ ଖାରଜ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିବି ଭାରତ

ABOUT THE AUTHOR

...view details