ଓଡିଶା

odisha

JNU ୟୁନିଭର୍ସିଟି କାନ୍ଥରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ, ମୁହଁ ଖୋଲିଲେ କୁଳପତି

By

Published : Dec 2, 2022, 9:37 PM IST

ପୁଣି ଗଣମାଧ୍ୟମରେ ହେଡଲାଇନ ଜେଏନୟୁ ବିଶ୍ବବିଦ୍ୟାଳୟ (JNU University)। ୟୁନିଭର୍ସିଟି କାନ୍ଥରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ପୁଣି ଚର୍ଚ୍ଚାରେ JNU ୟୁନିଭର୍ସିଟି, କାନ୍ଥରେ ମିଳିଲା ବ୍ରାହ୍ମଣ ବିରୋଧୀ ସ୍ଲୋଗାନ
ପୁଣି ଚର୍ଚ୍ଚାରେ JNU ୟୁନିଭର୍ସିଟି, କାନ୍ଥରେ ମିଳିଲା ବ୍ରାହ୍ମଣ ବିରୋଧୀ ସ୍ଲୋଗାନ

ନୂଆଦିଲ୍ଲୀ:ପୁଣି ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (JNU)ରେ ବିବାଦ ମୁଣ୍ଡ ଟେକିଛି । ୟୁନିଭର୍ସିଟିର ସ୍କୁଲ ଅଫ ଇଣ୍ଟରନ୍ୟାସନାଲ ଷ୍ଟଡିଜ (School of International Studies)ର ଦ୍ବିତୀୟ ଓ ୩ୟ ମହଲା ଚଟାଣ ଓ କାନ୍ଥରେ ବ୍ରାହ୍ମଣଙ୍କ ବିରୋଧରେ ଧମକପୂର୍ଣ୍ଣ ସ୍ଲୋଗାନ ଲେଖାଯାଇଛି । ବ୍ରାହ୍ମଣ ଧର୍ମାବଲମ୍ବୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସ ଛାଡ଼ିବାକୁ ଏଥିରେ ଲେଖାଯାଇଛି । ଏହା କେବଳ କାନ୍ଥରେ ନୁହେଁ ଏନେକ ଅଧ୍ୟାପକଙ୍କ ଚାମ୍ବରର କବାଟରେ ମଧ୍ୟ ଲେଖାଯାଇଛି । ଏହି ସ୍ଲୋଗାନ କିଏ ଓ କାହିଁକି ଲେଖିଛି ସେ ନେଇ କୌଣସି ସୂଚନା ମିଳିନାହିଁ ।

ଏପଟେ ଘଟଣା ସାମ୍ନାକୁ ଆସିବା ପରେ କୁଳପତି କହିଲେ, ଏହା ଏକ ଗମ୍ଭୀର ପ୍ରସଙ୍ଗ । ଏହାକୁ ଆମେ ଗୁରୁତ୍ୱର ସହ ଦେଖୁଛୁ । ତେବେ କାର୍ଯ୍ୟାନୁଷ୍ଠାନ ପାଇଁ କମିଟି ଗଠନ ହୋଇଛି ।

ପୁଣି ଚର୍ଚ୍ଚାରେ JNU ୟୁନିଭର୍ସିଟି, କାନ୍ଥରେ ମିଳିଲା ବ୍ରାହ୍ମଣ ବିରୋଧୀ ସ୍ଲୋଗାନ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ସଭାପତି ରୋହିତ କୁମାର ଅଭିଯୋଗ ଆଣିଛନ୍ତି ଯେ ଏଭଳି କାର୍ଯ୍ୟ ବାମପନ୍ଥୀ ଛାତ୍ରମାନେ କରିଥାନ୍ତି । ଖୋଲା ବିଚାରଧାରା ରଖୁଥିବା ଅଧ୍ୟାପକଙ୍କୁ ଭୟଭୀତ କରିବା ଲାଗି ବାମପନ୍ଥୀ ଛାତ୍ରମାନେ ଏପରି ଧମକପୂର୍ଣ୍ଣ ସ୍ଲୋଗାନ ଲେଖିଥିବା ସେ ଅଭିଯୋଗ କରିଛନ୍ତି । ଏହାସହିତ ଏବିଭିପି ଏହାର ଦୃଢ ନିନ୍ଦା କରୁଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ସୂଚନା ଫଳକର ଏପରି ଅପବ୍ୟବହାର କରାନଯାଉ । ଏହାକୁ ସମାଜର ହିତରେ କରିବା ଉଚିତ ।

ପୁଣି ଚର୍ଚ୍ଚାରେ JNU ୟୁନିଭର୍ସିଟି, କାନ୍ଥରେ ମିଳିଲା ବ୍ରାହ୍ମଣ ବିରୋଧୀ ସ୍ଲୋଗାନ

ଏହା ବି ପଢନ୍ତୁ- Viral Leave Application: ୨ଦିନ ପରେ ହେବ ମାର ମୃତ୍ୟୁ, ଛୁଟି ମାଗିଲେ ଶିକ୍ଷକ

ବାଦ ବିବାଦ ଲାଗି ସୂଚନା ଫଳକର ବ୍ୟବହାର ନ କରି କୌଣସି ପ୍ରସଙ୍ଗ ଉପରେ ଆଲୋଚନା ଲାଗି ବ୍ୟବହାର କରିବା ଉଚିତ । ରୋହିତଙ୍କ ଅଭିଯୋଗ ଅନୁସାରେ ବାମପନ୍ଥୀ ଛାତ୍ର କୌଣସି ନିର୍ଦ୍ଦିଷ୍ଟ ସମାଜ ବିରୋଧରେ ଏପରି ଆପତ୍ତିଜନକ ସ୍ଲୋଗାନ ଲେଖିବା ଅନୁଚିତ । ବିଶ୍ବବିଦ୍ୟାଳୟର କାନ୍ଥରେ ଲାଲ ରଙ୍ଗରେ ଏପରି ଧମକପୂର୍ଣ୍ଣ ସ୍ଲୋଗାନ ଲେଖାଯାଇଛି । ତେବେ ସୂଚନା ଥାଉ କି ଜେଏନୟୁ ଏହି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ବିଶ୍ବବିଦ୍ୟାଳୟ କାନ୍ଥରେ ଏପରି ଆପତ୍ତିଜନକ ମନ୍ତବ୍ୟ (Hate Speech) ଲେଖାଯାଇଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details