ଓଡିଶା

odisha

Punjab Poll Result: AAPର କ୍ଲିନସ୍ବିପ ପରେ ଏମିତି କହିଲେ ଖଟ୍ଟର-ବୋମାଇ

By

Published : Mar 10, 2022, 5:30 PM IST

ପଞ୍ଜାବରେ ସିଟ ପୋଛି ନେଇଛି ଆପ । ଝାଡୁ ମାଡରେ ସଫା ହୋଇଛନ୍ତି ଅନେକ ହେବିୱେଟ ନେତା । ବହୁ ବଡ ବଡ ଚେହେରା ପଞ୍ଜାବରେ ଚିତପଟାଙ୍ଗ ହୋଇଛନ୍ତି । ପଞ୍ଜାବରେ ଆପ୍ ଏକ ଦମଦାର ବିଜୟ ହାସଲ କରିଛି। ଆପର ଏହି ବଜୟ ପରେ ଅନେତ ନେତା ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

AAPର ବିଜୟକୁ ନେଇ ଏମିତି କହିଲେ ହରିୟାଣା ସିଏମ୍
AAPର ବିଜୟକୁ ନେଇ ଏମିତି କହିଲେ ହରିୟାଣା ସିଏମ୍

ଚଣ୍ଡିଗଡ:ପଞ୍ଜାବରେ ସିଟ ପୋଛି ନେଇଛି ଆପ । ଝାଡୁ ମାଡରେ ସଫା ହୋଇଛନ୍ତି ଅନେକ ହେବିୱେଟ ନେତା । ବହୁ ବଡ ବଡ ଚେହେରା ପଞ୍ଜାବରେ ଚିତାପଟଙ୍ଗ ହୋଇଛନ୍ତି । ପଞ୍ଜାବରେ ଆପ୍ ଏକ ଦମଦାର ବିଜୟ ହାସଲ କରିଛି। ଆପର ଏହି ବଜୟ ପରେ ଅନେତ ନେତା ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ଆପ ଆଗକୁ କିପରି ଶାସନ କରୁଛି ତାହା ଦେଖିବାକୁ ବାକି ରହିଲା ବୋଲି କହିଛନ୍ତି ହରିୟାଣା ମୁଖ୍ୟମନନ୍ତ୍ରୀ ତଥା ବିଜେପି ନେତା ମନୋହର ଲାଲ ଖଟ୍ଟର ।

ସେ ଆହୁରି କହିଛନ୍ତି, ଯେହେତୁ AAP ସରକାର ଦିଲ୍ଲୀ ଏବଂ ପଞ୍ଜାବରେ ଆମର ପଡ଼ୋଶୀ ହେବ ଜଳ ଓ ପ୍ରଦୂଷଣ ସମସ୍ୟା ଅଧିକରୁ ଅଧିକ ହେବ । ଜଳ ସମସ୍ୟା ପାଇଁ ପଞ୍ଜାବ-ହରିୟାଣା ଏବଂ ଜଳ ଯୋଗାଣ ପାଇଁ ଦିଲ୍ଲୀ-ହରିୟାଣା ମଧ୍ୟରେ ବିବାଦ ରହିଛି | ସେମାନେ କିପରି ଶାସନ କରିବେ ଆମେ ଦେଖିବୁ ବୋଲି କହିଛନ୍ତି ହରିୟାଣା ସିଏମ୍ ମନୋହର ଲାଲ ଖଟ୍ଟର |

ଆଜି ବି ଅଧିକାଂଶ ଅଞ୍ଚଳରେ ବିଜେପି ଓ କଂଗ୍ରେସ କେବଳ ଦୁଇଟି ରାଜନୈତିକ ଦଳ ରହିଛନ୍ତି କିନ୍ତୁ ଲୋକମାନେ କଂଗ୍ରେସର ଆଦର୍ଶ ପ୍ରତି ଆଗ୍ରହ ହରାଉଛନ୍ତି । କଂଗ୍ରେସର ଉପସ୍ଥିତି ଏପର୍ଯ୍ୟନ୍ତ AAP ଠାରୁ ଅଧିକ ବୋଲି କହିଛନ୍ତି ହରିୟାଣା ସିଏମ ମନୋହର ଲାଲ ଖଟ୍ଟର ।

ସେହିପରି କର୍ଣ୍ଣାଟକ ସିଏମ ବସଭାରାଜ ବୋମାଇ କହିଛନ୍ତି ୪ଟି ରାଜ୍ୟରେ ବିଜେପି ସରକାର ଗଢିବ । ଏହା ସ୍ପଷ୍ଟ ଯେ 2024 ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ପୁଣି ଥରେ ବିଜେପି ସରକାର ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ 'ନୂଆ ଭାରତ'ର ସ୍ବପ୍ନ ପୂରଣ ହେବ। ମୁଁ ନିଶ୍ଚିତ ଯେ 2023 ରେ ଆମେ କର୍ଣ୍ଣାଟକରେ କ୍ଷମତାକୁ ଫେରିବୁ ବୋଲି କହିଛନ୍ତି କର୍ଣ୍ଣାଟକ ସିଏମ ବାସବରାଜ ବୋମାଇ ।

ଏହା ବି ପଢନ୍ତୁ...Punjab Assemly Poll Result: ହାରିଲେ ଚନ୍ନି, ସିଦ୍ଧୁ ଓ କ୍ୟାପଟେନ

ପ୍ରକାଶ ଥାଉ କି, ପଞ୍ଜାବରେ ଫେବୃଆରୀ ୨୦ରେ ଗୋଟିଏ ପର୍ଯ୍ୟାୟରେ ୧୧୭ ଆସନରେ ମତଦାନ ହୋଇଥିଲା । ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ସରକାର ଗଠନ କରିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି । ଆପ୍‌ ୯୦ ଆସନରେ ଲିଡ କରୁଥିବା ବେଳେ କଂଗ୍ରେସ ୧୮ଟି, ଅକାଳୀ ମେଣ୍ଟ ୬, ବିଜେପି ମେଣ୍ଟ ୨ ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗରେ ରହିଛନ୍ତି ।

@ANI

ABOUT THE AUTHOR

...view details