ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନ (Gujurat Assembly Election) ରେ ବିଜେପିର ବମ୍ପର ବିଜୟ ହୋଇଛି । ଦଳର ବୃହତ ବିଜୟ ପରେ ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରୁ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ବିଜେପିକୁ ସମର୍ଥନ ସହ ବିଶ୍ବାସ କରିଥିବାରୁ ଗୁଜୁରାଟ ବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ମୋଦି । ହିମାଚଳରେ ଦଳ କ୍ଷମତାଚ୍ୟୁତ ହୋଇଥିଲେ ମଧ୍ୟ ହିମାଚଳ ବିକାଶ ପାଇଁ ବିଜେପି ଶତ ପ୍ରତିଶତ କାମ କରିବ ବୋଲି ପ୍ରତିଶୃତି ଦେଇଛନ୍ତି । ନିଜ ସମ୍ବୋଧନରେ ମୋଦି କହିଛନ୍ତି ମୁଁ ଗୁଜରାଟର ଜନତାଙ୍କୁ କହିଥିଲି ଏଥର ଭୂପେନ୍ଦ୍ରଙ୍କ ପାଇଁ ନରେନ୍ଦ୍ରଙ୍କ ରେକର୍ଡ ଭାଙ୍ଗିବା ଜରୁରୀ । ଏହାର ଜବାବ ଦେଇ ଗୁଜରାଟର ଜନତା ରେକର୍ଡ ଉପରେ ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି ।