ଓଡିଶା

odisha

ହିମାଚଳରେ ବିକଶିତ ହେଉଛି ଏମିତୁ ଛତୁ, ଖାଇଲେ ହେବନି କ୍ୟାନ୍ସର

By

Published : Apr 24, 2021, 9:04 AM IST

ବିଭିନ୍ନ ପ୍ରକାର ଛତୁ ଆପଣ ଖାଇଥିବେ ଓ ଦେଖିଥିବେ ମଧ୍ୟ। କିନ୍ତୁ ଏହି ଛତୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସକ୍ଷମ। ମଶରୁମ ସିଟି ଅଫ ଇଣ୍ଡିଆରେ ବିକଶିତ ହୋଇଛି ଏହି ଔଷଧୀୟ ଛତୁ। ଅଧିକ ପଢ଼ନ୍ତୁ...

ଛତୁ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ହେବନି କ୍ୟାନ୍ସର
ଛତୁ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ହେବନି କ୍ୟାନ୍ସର

ଧର୍ମଶାଳା:ମଶରୁମ ସିଟି ଅଫ୍ ଇଣ୍ଡିଆ ନାମରେ ଏହି ଜିଲ୍ଲା ସୁପରିଚିତ । ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାକୁ ଏଭଳି ଆଖ୍ୟା ମିଳିବାର ପୂରା ଶ୍ରେୟ ନେଇଛି ଖୁମ୍ବ୍ ଅନୁସନ୍ଧାନ କେନ୍ଦ୍ର । ଇତିହାସ ଉପରେ ନଜର ପକାଇଲେ ଜାଣିବାକୁ ମିଳେ, 1961 ମସିହାରେ ସୋଲନସ୍ଥିତ ଭାରତୀୟ ଅନୁସନ୍ଧାନ କେନ୍ଦ୍ର ଆରମ୍ଭ କରିଥିଲା ଛତୁକୁ ନେଇ ଗବେଷଣା । 1983 ସମିହାରେ ଛତୁ ପାଇଁ ବିଶେଷ ଭାବରେ ଖୁମ୍ବ୍ ଅନୁସନ୍ଧାନ କେନ୍ଦ୍ରର ସ୍ଥାପନା ହୋଇଥିଲା । 1997 ମସିହା ସେପ୍ଟେମ୍ବର 10 ତାରିଖରେ ସୋଲନକୁ ଆଖ୍ୟା ଦିଆଯାଇଥିଲା ମଶରୁମ ସିଟି ଅଫ ଇଣ୍ଡିଆ । ବର୍ତ୍ତମାନ ସୁଦ୍ଧା ଏହି ଗବେଷଣା କେନ୍ଦ୍ର 30ରୁ ଅଧିକ ଭେରାଇଟିର ଛତୁ ବିକଶିତ କରିଛି।

ଛତୁ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ହେବନି କ୍ୟାନ୍ସର

ପ୍ରାୟ 4 ବର୍ଷ କଠିନ ପରିଶ୍ରମ ପରେ ଡିଏମଆର ସୋଲନର ବୈଜ୍ଞାନିକମାନେ ବିକଶିତ କରିଛନ୍ତି କ୍ୟାନ୍ସର ରୋଗର ଉପସମ କ୍ଷମତା ରଖିଥିବା ଏକ ନୂଆ କିସମର ଛତୁ । ଏହାର ନାମ ହେଉଛି ଗ୍ରାଇଫୋଲା ଛତୁ। ବୈଜ୍ଞାନିକଙ୍କ ମତରେ ଏହି ଛତୁରେ କ୍ୟାନ୍ସରଠୁ ଆରମ୍ଭ କରି ମଧୂମେହ ଭଳି ରୋଗର ଉପସମ କରିପାରୁଥିବା ଔଷଧୀୟ ଗୁଣ ରହିଛି। ଛତୁରେ ଆଣ୍ଟି ବାୟୋଟିକ, ଆଣ୍ଟି କ୍ୟାନ୍ସର ଓ ଫୁସଫୁସକୁ ରକ୍ଷା କରି ପାରୁଥିବା ଉପାଦାନ ରହିଛି।

ବୈଜ୍ଞାନିକଙ୍କ ମତରେ ଗ୍ରାଇଫୋଲା ଛତୁରେ ରହିଛି ବହୁ ଭିଟାମିନ ଓ ମିନେରାଲ । ଏହି ଛତୁ ମାଗ୍ନେସିୟମ, କ୍ୟାଲସିୟମ ଓ ପୋଟାସିୟମର ଏକ ଉଚ୍ଚ ସ୍ରୋତ। ଛତୁକୁ କିଭଳି ଭାବରେ ବ୍ୟବହାର କରିହେବ ତାହାକୁ ନେଇ ମଧ୍ୟ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।

ଏହାକୁ ଲୋଗ କଲିନରୀ ମେଡିସିନାଲ ମଶରୁମ ମଧ୍ୟ କୁହାଯାଏ। କାରଣ ଏହାକୁ ଆପଣ ସାଧାରଣ ଛତୁ ଭଳି ଖାଇ ପାରିବେ। ଗୈନୋଡର୍ମା ଛତୁରେ ମଧ୍ୟ ଔଷଧୀୟ ଗୁଣ ରହିଛି। କିନ୍ତୁ ଏହାକୁ ଖାଇ ହେବ ନାହିଁ । ଏହାର ସ୍ବାଦ ଅତି ପିତା। ତେବେ ଗ୍ରାଇଫୋଲାକୁ ଆମେ ଖାଦ୍ୟ ଭାବରେ ଗ୍ରହଣ କରି ହେବ। କଞ୍ଚା ନହେଲେ ବି ଏହାକୁ ଶୁଖାଇବା ପରେ ଏହାକୁ ଗୁଣ୍ଡ କରି ଖାଇ ହେବ। ଏହାକୁ ରିହାଇଡ୍ରେଟ କରି ମଧ୍ୟ ଖାଇ ହୁଏ।

ଏଭଳି ପ୍ରଜାତିର ଅନେକ ଛତୁ ବିକଶିତ କରି ଖାଦ୍ୟ ଭାବରେ ବ୍ୟବହାର କରୁଛନ୍ତି ଚୀନ ଓ ଜାପାନ ବାସିନ୍ଦା। ଡିଏମଆର ସୋଲନର ବୈଜ୍ଞାନିକମାନେ ଲ୍ୟାବରେ ବିକଶିତ କରିଛନ୍ତି ଔଷଧୀୟ ଗୁଣରେ ଭରପୁର ଗ୍ରାଇଫୋଲା ଛତୁ। ଚାଷୀଙ୍କୁ ଏହି ଛତୁଚାଷ ବିଷୟରେ ବର୍ତ୍ତମାନ ସୁଦ୍ଧା ପ୍ରଶିକ୍ଷଣ ମଧ୍ୟ ଦିଆଯାଇ ନାହିଁ। ନିକଟ ଭବିଷ୍ୟତରେ ଖୁବଶୀଘ୍ର ଏହି ଛତୁ ସହ ଅନ୍ୟ ଔଷଧୀୟ ଗୁଣ ଥିବା ଛତୁ ବିଷୟରେ ପ୍ରଶିକ୍ଷଣ ଦେବାକୁ ଯୋଜନା କରାଯାଇଛି। ଏହି ଚାଷ ସହ ଚାଷୀଙ୍କୁ ଯୋଡ଼ିବାକୁ ପ୍ରୟାସ କରାଯିବ।

କ୍ୟାନ୍ସର ରୋଗକୁ ରୋକିବା କ୍ଷେତ୍ରରେ ଗ୍ରାଇଫୋଲା ମଶରୁମ ପ୍ରଜାତି ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି। କାଠ ଓ କାଠ ଗୁଣ୍ଡକୁ ନେଇ ଗ୍ରାଇଫୋଲା ଛତୁ ଚାଷ ହୁଏ। ଏଥିପାଇଁ 22ରୁ 24 ଡିଗ୍ରୀ ତାପମାତ୍ରା ଆବଶ୍ୟକ । 2 ମାସ ମଧ୍ୟରେ ଏହି ଚାଷରୁ ଫସଲ ମିଳିଯାଏ। ପୂର୍ବରୁ ଚୀନରେ ଏହି ଛତୁ ବହୁ ପରିଚିତ ରହିଥିଲା। ଇକ୍ସକ୍ଲୁସିବଲୀ ମଧ୍ୟ ସମାନ ରୂପରେ ପ୍ରସିଦ୍ଧ ଥିଲା। ଔଷଧୀୟ ଗୁଣ ଯୋଗୁଁ ଏହି ମଶରୁମ ବ୍ୟବହାର କରାଯାଏ। ଏଭଳି ଛତୁ ବ୍ୟବହାର ମାମଲାରେ ଗୈନୋଡର୍ମା ପରେ ଗ୍ରାଇଫୋଲା ଛତୁର ନାମ ଆସୁଛି। ଗ୍ରାଇଫୋଲା ଛତୁରେ ସ୍କୋନୀ ସାଇଟ୍ରେଟ ମିଳିଯାଏ। ଏଥିରେ ଆଣ୍ଟି କ୍ୟାନ୍ସର ଉପାଦାନ ରହିଛି।

ଖୁମ୍ବ ଅନୁସନ୍ଧାନ କେନ୍ଦ୍ର ବର୍ତ୍ତମାନ ସୁଦ୍ଧା ଏଭଳି ବିକଶିତ କରିଛି 10ରୁ 15 ପ୍ରଜାତିର ଛତୁ, ଯାହା କ୍ୟାନ୍ସର ସହ ଲଢ଼ିବା ପାଇଁ ବୃଦ୍ଧି କରିଥାଏ ରୋଗ ପ୍ରତିରୋଧକ ଶକ୍ତି। ବିଭିନ୍ନ ପ୍ରଜାତିର ଛତୁ ବିକଶିତ ହେବାପରେ ଛତୁ ଚାଷୀଙ୍କୁ ମଧ୍ୟ ଫାଇଦା ମିଳିଛି। ବଜାରରେ ଏହି ଛତୁର ଭଲ ଦାମ ପାଇ ପାରୁଛନ୍ତି ଚାଷୀ। ଖାଲି ସେତିକି ନୁହେଁ ଔଷଧ କମ୍ପାନୀ ମଧ୍ୟ ଚାଷୀଙ୍କଠାରୁ ଏହିସବୁ ଛତୁ କିଣିବା ଆରମ୍ଭ କରିଛି। ରବି ଓ ଖରିପ ଋତୁରେ ଅନ୍ୟ ଚାଷ କରି କ୍ଷତି ସହିବା ବଦଳରେ ଏହି ଚାଷ ପ୍ରମାଣିତ ହେଉଛି ଅଧିକ ଲାଭଦାୟକ । ଚାଷୀମାନେ ମଧ୍ୟ ଛତୁଚାଷ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି।

ଖୁମ୍ବ ଅନୁସନ୍ଧାନ କେନ୍ଦ୍ର ବୈଜ୍ଞାନିକଙ୍କ ମୁତାବକ ଏହି ଛତୁକୁ ନେଇ ଜାରି ରହିଛି ଅଧିକ ଗବେଷଣା। ଆଗାମୀ ଦିନରେ ଚାଷୀମାନଙ୍କୁ ଏହାକୁ ନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଖୁମ୍ବ ଅନୁସନ୍ଧାନ କେନ୍ଦ୍ରର ଏଭଳି ଗବଷଣା ଯୋଗୁଁ ବହୁ ରୋଗର ଉପସମ କରି ପାରୁଥିବା ଛତୁ ବିକଶିତ ହୋଇଛି। କିଛି ଛତୁ ଔଷଧ କମ୍ପାନୀ କିଣିବା ଆରମ୍ଭ ମଧ୍ୟ କରିଛନ୍ତି। ଏଭଳି ଗବେଷଣା ଜାରି ରହିଲେ ଭାରତ ଚିକିତ୍ସା କ୍ଷେତ୍ରରେ ନିଶ୍ଚିତ ଭାବରେ ଆଉ ପାଦେ ଆଗରେ ରହିବ, ଏଥିରେ କୌଣସି ସନ୍ଦେହ ନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details