ସ୍ତନ କର୍କଟ ଓ ଗୁଗଲ୍ର ଆର୍ଟିଫିସିଆଲ ଇଂଟେଲିଜେନ୍ସ ସ୍ତନ କର୍କଟ ଚିହ୍ନଟ କ୍ଷେତ୍ରରେ ଗୁଗୁଲ ଏକ ପଦକ୍ଷେପ ନେଇକ୍ତି । ସ୍ତନ କର୍କଟ ଚିହ୍ନଟ ନେଇ ଲାଗୁଥିବା ସମୟ କିପରି ଆହୁରି କମ କରାଯାଇପାରିବ ସେ ନେଇ ସର୍ଚ୍ଚ ଇଂଜିନର ହେଲଥ ଡିଭିଜନ ଆମେରିକାର ନର୍ଥୱେଷ୍ଟର୍ନ ମେଡିସିନ ସହ ମିଳିତ ଭାବେ ଏକ ଗବେଷଣା ଆରମ୍ଭ କରିବାକୁ ଯାଉଛି । ଆର୍ଟିଫିସିଆଲ ଇଂଟେଲିଜେନ୍ସ –ଏଆଇ ମଡେଲ ଦ୍ୱାରା ସ୍ତନ କର୍କଟ ଚିହ୍ନଟର ସମୟ ହ୍ରାସ ଆସସେମେଂଟ୍ ଗ୍ୟାପ୍ ସଂକୋଚନ କରାଯାଇପାରିବ କି ନାହିଁ , ସେ ନେଇ ଗବେଷଣା ହେବ ।
ଯେଉଁ ମହିଳାମାନେ ଏହି ଅଧ୍ୟୟନରେ ଭାଗ ନେବେ, ସେମାନଙ୍କର ମାମୋଗ୍ରାମ ଏକ ଅନୁସନ୍ଧାନକାରୀ ଏଆଇ ମଡେଲ ଦ୍ୱାରା ସମୀକ୍ଷା ହେବ । ଯଦି ମହିଳାମାନେସ୍ତନ କର୍କଟ ଦ୍ୱାରା ପୀଡିତ ହେବା ଆଶଙ୍କା ଥାଏ, ତାହା ହେଲେଜଣେ ରେଡିଓଲୋଜିଷ୍ଟଙ୍କ ଦ୍ୱାରା ତୁରନ୍ତ ମାମୋଗ୍ରାମର ସମୀକ୍ଷା ହେବ । ଯଦି ରେଡିଓଲୋଜିଷ୍ଟ ଅଧିକ ଇମେଜିଂ ପାଇଁ କହନ୍ତି, ତାହା ହେଲେ ସଂପୃକ୍ତ ମହିଳାଙ୍କୁ ସେହି ଦିନ ହିଁ ଇମେଜିଂର ସମ୍ମୁଖୀନ ହେବାକୁ ପଡିବ । ଗୁଗଲର ଏହି ଅଧ୍ୟୟନ ଦ୍ୱାରା ସ୍ତନ କର୍କଟ ଟିହ୍ନଟ ନେଇ ଲାଗୁଥିବା ସମୟ ହ୍ରାସ ହୋଇପାରିବ କି ନାହିଁ, ତାହା ଜଣାପଡିବ । ଯଦି ସମୟ ହ୍ରାସ ହୋଇପାରିବ, ତାହା ହେଲେ ମହିଳାଙ୍କି ଡାଇଗ୍ନୋଷ୍ଟିକ ଆସେସମେଂଟ ପାଇଁ ଲମ୍ବା ପ୍ରତୀକ୍ଷା କରିବାକୁ ପଡିବ ନାହିଁ । ଯେଉଁ ମହିଳାମାନଙ୍କ ମାମୋଗ୍ରାମ ଫ୍ଲାଗ୍ ହୋଇ ନ ଥାଏ, ନିୟମିତ ସମୟସୀମାରେ ସେମାନଙ୍କ ଇମେଜ୍ ସମୀକ୍ଷା ଜାରି ରହିବ ।