ଓଡିଶା

odisha

ରହସ୍ୟ ଘେରରେ ସୁବର୍ଣ୍ଣରେଖା ନଦୀ, ଅନବରତ ଭାସୁଛି ସୁନା

By

Published : Feb 21, 2022, 2:28 PM IST

ଦେଶରେ ଏପରି ଏକ ନଦୀ ଅଛି ଯାହାକୁ ସୁନାର ନଦୀ କୁହାଯାଏ। ଏହି ନଦୀରେ ଅନବରତ ଭାସୁଛି ସୁନା ।

gold flows with water in swarnarekha river
ରହସ୍ୟ ଘେରରେ ସୁବର୍ଣ୍ଣରେଖା ନଦୀ, ଅନବରତ ଭାସୁଛି ସୁନା

ନୂଆଦିଲ୍ଲୀ: ଭାରତରେ ୪୦୦ରୁ ଅଧିକ ନଦୀ ପ୍ରବାହିତ ହେଉଛି। ପ୍ରତ୍ୟେକ ନଦୀର କିଛି ନା କିଛି ବିଶେଷତା ରହିଛି। ହେଲେ ଦେଶରେ ଏପରି ଏକ ନଦୀ ଅଛି ଯାହାକୁ ସୁନାର ନଦୀ କୁହାଯାଏ। ଏହି ନଦୀରୁ ମିଳିଥାଏ ସୁନା ।

ରହସ୍ୟ ଘେରରେ ସୁବର୍ଣ୍ଣରେଖା ନଦୀ, ଅନବରତ ଭାସୁଛି ସୁନା

ସୂଚନା ଅନୁଯାୟୀ, ଶହ ଶହ ବର୍ଷର ଅନୁଧ୍ୟାନ ପରେ ମଧ୍ୟ ନଦୀରେ ସୁନା ମିଳିବାର କାରଣ ବି ବୈଜ୍ଞାନିକଙ୍କୁ ଅଜଣା । ଝାଡଖଣ୍ଡରେ ବହୁଥିବା ସୁବର୍ଣ୍ଣରେଖା ନଦୀର ସତ୍ୟତା ଆଜି ମଧ୍ୟ ରହସ୍ୟ ଘେରରେ ରହିଛି। ଏଠାରେ ପାଣି ସହ ସୁନା ପ୍ରବାହିତ ହେବା ଦ୍ବାରା ଏହାର ନାମ ସୁବର୍ଣ୍ଣରେଖା ନଦୀରେ ପରିଚିତ। ଏହି ନଦୀଟି ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡିଶାରେ ପ୍ରବାହିତ ହେଉଛି। ଏହାର ଉତ୍ପତ୍ତି ଝାଡଖଣ୍ଡର ରାଞ୍ଚି ସହରଠାରୁ ପ୍ରାୟ ୧୬ କିଲୋମିଟର ଦୂରରେ ଅବସ୍ଥିତ।

ରହସ୍ୟ ଘେରରେ ସୁବର୍ଣ୍ଣରେଖା ନଦୀ, ଅନବରତ ଭାସୁଛି ସୁନା

ଏହି ନଦୀ ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହା ସିଧାସଳଖ ଯାଇ ବଙ୍ଗୋପସାଗରରେ ମିଶିଛି। ଏହି ନଦୀ ଉତ୍ପତ୍ତି ସ୍ଥଳରୁ ବାହାରିବା ପରେ ସେଠାରେ ଥିବା କୌଣସି ଅନ୍ୟ ନଦୀ ସହିତ ମିଶି ନାହିଁ ବୋଲି ସୂଚନା ମିଳିଛି। ଏହି ଉପକୂଳରେ ରହୁଥିବା ସ୍ଥାନୀୟ ଆଦିବାସୀ ମାନେ ସୁନା କଣିକା ଖୋଜିବାରେ ଲାଗିପଡ଼ିଥାନ୍ତି। ଗୋଟିଏ କଣିକାର ମୂଲ୍ୟ ୮୦ ରୁ ୧୦୦ ଟଙ୍କାରେ ଏମାନେ ବିକ୍ରି କରିଥାନ୍ତି। ତେଣୁ ଆଦିବାସୀଙ୍କ ପାଇଁ ଏହା ଏକ ରୋଜଗାରର ମାଧ୍ୟମ ପାଲଟିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଯେଉଁ ଭୂବିଜ୍ଞାନୀ ଏଠାରେ ଅନୁସନ୍ଧାନ କରିଛନ୍ତି ସେମାନେ ବିଶ୍ବାସ କରନ୍ତି ଯେ ଏହି ନଦୀରେ ପଥରଗୁଡ଼ିକ ପ୍ରବାହିତ ହୁଏ। ଯାହା ଫଳରେ ଏଥିରେ ସୁନା କଣିକା ଗୁଡ଼ିକ ଆସିଯାଏ। ତେବେ ଏଥିରେ କେତେ ସତ୍ୟତା ରହିଛି ତାହା ଆଜି ପର୍ଯ୍ୟନ୍ତ ଜଣାପଡିନାହିଁ।

ABOUT THE AUTHOR

...view details