ଓଡିଶା

odisha

5 ଦିନ ପରେ ଆଖି ବୁଜିଲା ପୀଡିତା, ଦୁଷ୍କର୍ମ ଉଦ୍ୟମ ବେଳେ ବିରୋଧ କରିବାରୁ ଆକ୍ରମଣ କରିଥିଲେ ଅଭିଯୁକ୍ତ

By

Published : Sep 17, 2022, 6:48 PM IST

5 ଦିନ ପରେ ଆଖି ବୁଜିଲା ଦୁଷ୍କର୍ମ ଉଦ୍ୟମ ପୀଡିତା (girl opposed rape died in lakhimpur )। ବିରୋଧ କରିବାରୁ ନିସ୍ତୁକ ମାଡ ମାରି ଗୁରୁତର କରିଥିଲେ ଦୁଇ ଅଭିଯୁକ୍ତ । ପରିବାର ସଦସ୍ୟ ଉଠାଇଲେ ପୋଲିସ ଅବେହଳାର ଅଭିଯୋଗ । ଖଣ୍ଡନ କରିବା ସହ ତଦନ୍ତ ଜାରି ରହିଥିବା ପୋଲିର ସୂଚନା । ଅଧିକ ପଢନ୍ତୁ

5 ଦିନ ପରେ ଆଖି ବୁଜିଲା ପୀଡିତା, ଦୁଷ୍କର୍ମ ଉଦ୍ୟମ ବେଳେ ବିରୋଧ କରିବାରୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ
5 ଦିନ ପରେ ଆଖି ବୁଜିଲା ପୀଡିତା, ଦୁଷ୍କର୍ମ ଉଦ୍ୟମ ବେଳେ ବିରୋଧ କରିବାରୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ

ଲକ୍ଷ୍ନୌ: 5 ଦିନ ପରେ ଆଖି ବୁଜିଲା ଦୁଷ୍କର୍ମ ଉଦ୍ୟମ ପୀଡିତା । ଉତ୍ତର ପ୍ରଦେଶ ଲଖୀମପୁର ଖେରୀରେ 5ଦିନ ପୂର୍ବରୁ ଦୁଷ୍କର୍ମ ଉଦ୍ୟମକୁ ବିରୋଧ କରିବାରୁ ଅଭିଯୁକ୍ତଙ୍କ ଆକ୍ରମଣ ଶିକାର ହୋଇ ଗୁରୁତର ହୋଇଥିଲେ ପୀଡିତା । ଗତକାଲି (ଶୁକ୍ରବାର) ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପୀଡିତା ଆଖି ବୁଜିଛି (girl opposed rape died in lakhimpur )। ଗତ 12 ତାରିଖରେ (ସେପ୍ଟେମ୍ବର) ଏହି ଘଟଣା ଘଟିଥିବା ବେଳେ ଥାନାରେ ଏତଲା ମଧ୍ୟ ହୋଇଥିଲା । ତେବେ ଗତକାଲି ପୀଡିତାଙ୍କ ମୃତ୍ୟୁ ପରେ ପୋଲିସର ତଦନ୍ତରେ ଅବହେଳା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ସୂଚନା ଅନୁସାରେ, ଏହି 18 ବର୍ଷୀୟା ଯୁବତୀ ଘରେ ଏକାକୀ ଥିବାବେଳେ ସଲ୍ଲିମୁଦ୍ଦିନ ଓ ଆସିଫ ନାମକ ଦୁଇ ସ୍ଥାନୀୟ ଯୁବକ ଘରେ ପଶି ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏଥିରେ ଯୁବତୀଜଣଙ୍କ ବିରୋଧ କରିବାରୁ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ ଏହି ଦୁଇ ଅଭିଯୁକ୍ତ । ଯୁବତୀଙ୍କ ମା’ ମଧ୍ୟ ଯୁବତୀଙ୍କୁ ରକ୍ଷା କରିବାକୁ ଉଦ୍ୟମ କରିବାରୁ ଅଭିଯୁକ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ । ପରେ ଏନେଇ ଥାନାରେ ସମ୍ପୃକ୍ତ ପୀଡାତାଙ୍କ ପରିବାର ଏତଲା ଦେବା ସହ ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ତେବେ ପୀଡିତାଜଣଙ୍କ ହସ୍ପିଟାଲରୁ ଆସି ଘରେ ଚିକିତ୍ସାଧୀନ ଥିବା ବେଳେ ଗତକାଲି ରାତିରେ ହଠାତ ଗୁରୁତର ହୋଇପଡିବା ସହ ତାଙ୍କର ମୃତ୍ୟୁ ହୋଇଥିଲା (girl opposed rape died in lakhimpur )।

ତେବେ ଏସମ୍ପର୍କରେ ସ୍ଥାନିୟ ଥାନା ଅଧିକାରୀ ବିମଲ ଗୌତମ କହିଛନ୍ତି, ପୀଡିତାଙ୍କ ପରିବାର ସଦସ୍ୟ କରିଥିବା ଅଭିଯୋଗ ଅନୁସାରେ ତଦନ୍ତ ଜାରି ରହିଛି । ଗତକାଲି ରାତିରେ ପୀଡିତାର ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି (Rape cases in Lakhimpur Kheri)। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ମିଳିବା ପରେ ସେହି ଆଧାରରେ ପୋଲିସ ପରବର୍ତ୍ତୀ ପଦକ୍ଷପ ଗ୍ରହଣ କରିବ । ଅନ୍ୟପଟେ ପୀଡିତାଙ୍କ ଭାଇ ପୋଲିସର ଅବହେଳା ଓ ପକ୍ଷପାତିତାକୁ ଦାୟୀ କରିଛନ୍ତି । ସେମାନେ ରିପୋର୍ଟ ଲେଖାଇବାକୁ ଆସିଥିବା ବେଳେ ପୋଲିସ କେବଳ ଦୁଷ୍କର୍ମ ଉଦ୍ୟମରେ ମାମଲା ରୁଜୁ କରିଥିବା ବେଳେ ଆକ୍ରମଣ ନେଇ କୌଣସି ଦଫା ଲଗାଇନଥିଲା । ଏପରି କୋହଳ ଦଫା ଲଗାଇ ଅଭିଯୁକ୍ତଙ୍କୁ ପୋଲିସ ଖସାଇ ଦେବାକୁ ଚାହୁଁଥିବା ପୀଡିତାର ଭାଇ ଓ ମା’ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details