ଓଡିଶା

odisha

76ତମ ସ୍ୱାଧୀନତା ଦିବସ ପାଳୁଛି ଭାରତ, ବିଶ୍ୱବ୍ୟାପୀ ଶୁଭେଚ୍ଛା ସୁଅ

By

Published : Aug 15, 2022, 4:57 PM IST

ସ୍ବାଧୀନତା ଦିବସ ଅବସରରେ ଭାରତକୁ ଶୁଭେଚ୍ଛାର ସୁଅ । ବିଭିନ୍ନ ଦେଶରୁ ଆସିଲା ଶୁଭେଚ୍ଛା ବାର୍ତ୍ତା । ଅଧିକ ପଢନ୍ତୁ

76ତମ ସ୍ବାଧୀନତା ଦିବସ ପାଳୁଛି ଭାରତ, ବିଶ୍ବବ୍ୟାପୀ ଶୁଭେଚ୍ଛାର ସୁଅ
76ତମ ସ୍ବାଧୀନତା ଦିବସ ପାଳୁଛି ଭାରତ, ବିଶ୍ବବ୍ୟାପୀ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଆଜି 76ତମ ସ୍ୱାଧୀନତା ଦିବସ ପାଳନ କରୁଛି ଭାରତ । ଦିଲ୍ଲୀରୁ ପଲ୍ଲୀ ସବୁଠି ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀ ସ୍ବାଧୀନତା ଦିବସ ପାଳନ କରିଛନ୍ତି । ବିଶ୍ବର ବିଭିନ୍ନ ରାଷ୍ଟ୍ରରୁ ଭାରତକୁ ସ୍ବାଧୀନତା ଦିବସର ଶୁଭେଚ୍ଛାର ସୁଅ ମଧ୍ୟ ଛୁଟିବାରେ ଲାଗିଛି । ଏହି ଜାତୀୟ ଅବସରରେ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଫ୍ରାନ୍ସ, ଜାପାନ, ଆମେରିକା, ଋଷ, ନେପାଳ ଭଳି ପ୍ରମୁଖ ଦେଶ । ସେହିପରି ଇଂଲଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ମଧ୍ୟ ଭାରତକୁ ସ୍ବାଧୀନତା ଦିବସରେ ଶୁଭେଚ୍ଛା ଜଣାଇବା ଦୁଇ ଦେଶର ସମ୍ପର୍କର ଦୃଢତା କଥା କହିଛନ୍ତି ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ହିନ୍ଦୀରେ ଟ୍ବିଟ କରି ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ମାକ୍ରୋନ ଲେଖିଛନ୍ତି, ପ୍ରିୟ ଭାରତୀୟ, ସ୍ୱାଧୀନତା ଦିବସର ଶୁଭେଚ୍ଛା । ଆପଣ ଗର୍ବର ସହିତ ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ମଧ୍ୟରେ ଭାରତର ଅଦ୍ଭୁତପୂର୍ବ ସଫଳତାକୁ ପାଳନ କରୁଛନ୍ତି । ଫ୍ରାନ୍ସ ସର୍ବଦା ଆପଣଙ୍କ ସହିତ ରହିଛି । ସେହିପରି ନୂଆଦିଲ୍ଲୀରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ମଧ୍ୟ ସ୍ବାଧୀନତା ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତରେ ଅବସ୍ଥାପିତ ଫ୍ରାନ୍ସର କୂୂଟନୈତିଜ୍ଞମାନେ ଜନ ଗଣ ମନ ଗାନ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।

ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ମଧ୍ୟ ଭାରତକୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ବୋରିଶ କହିଛନ୍ତି, ସ୍ବାଧୀନତାର 75ବର୍ଷ ପୂର୍ତ୍ତି ଅବସରରେ ଭାରତୀୟଙ୍କୁ ଶୁଭେଚ୍ଛା । ସେ ଏହି ଅବସରରେ ଭାରତ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ମଧ୍ୟ ମନେ ପକାଇଛନ୍ତି । ସେ ଭାରତ ଗସ୍ତରେ ଆସିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗୃହରାଜ୍ୟ ଗୁଜୁରାଟ ମଧ୍ୟ ଗସ୍ତ କରିଥିଲେ । ସେଠାରେ ସେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ କର୍ମସ୍ଥଳୀ ସାବରମତି ଆଶ୍ରମ ମଧ୍ୟ ପରିଦର୍ଶନ କରିଥିଲେ । ସେତେବେଳର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ସେହିପରି ଦୁଇ ଦେଶ ଭାରତ ଓ ବ୍ରିଟେନ ମଧ୍ୟ ପରସ୍ପର ସହଯୋଗୀ ଭାବେ ରହିଆସିଛନ୍ତି ବୋଲି ଜନସନ କହଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details