ଓଡିଶା

odisha

ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 40 ରୁ ଉର୍ଦ୍ଧ୍ବ ଦୋକାନ

By

Published : Apr 1, 2021, 5:34 PM IST

ଉତ୍ତର ପଶ୍ଚିମ ଦିଲ୍ଲୀର ପ୍ରିତମପୁରା ଅଞ୍ଚଳରେ ଥିବା ଏକ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା 40 ଉର୍ଦ୍ଧ୍ବ ପରିବା ଦୋକାନ । ଅଧିକ ପଢନ୍ତୁ...

ଦିଲ୍ଲୀର ପ୍ରିତମପୁରା ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 40 ରୁ ଉର୍ଦ୍ଧ୍ବ ଦୋକାନ
ଦିଲ୍ଲୀର ପ୍ରିତମପୁରା ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 40 ରୁ ଉର୍ଦ୍ଧ୍ବ ଦୋକାନ

ନୂଆଦିଲ୍ଲୀ: ଉତ୍ତର ପଶ୍ଚିମ ଦିଲ୍ଲୀର ପ୍ରିତମପୁରା ଅଞ୍ଚଳରେ ଥିବା ଏକ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାୟ 30 ରୁ 40 ଦୋକାନ ଜଳିଯାଇଥିବା ସୂଚନା ରହିଛି । ନିଆଁକୁ ଆୟତ କରିବା କାମ ଜାରି ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ଆୟତକୁ ଆସିପାରିନାହିଁ । ଦମକଳ ବାହୀନିର 7 ଟି ଟିମ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଆଶ୍ବସ୍ତିର କଥା ନିଆଁରେ ବ୍ୟାପକ କ୍ଷତି ହୋଇଥିଲେ ସୁଦ୍ଧା ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।

ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 40 ରୁ ଉର୍ଦ୍ଧ୍ବ ଦୋକାନପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 40 ରୁ ଉର୍ଦ୍ଧ୍ବ ଦୋକାନ

ସ୍ବାଭାବିକ ଭାବେ ମାର୍କେଟ ଚାଲିଥିବାବେଳେ ହଠାତ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ଦେଖୁ ଦେଖୁ ନିଆଁ ବିଭିନ୍ନ ଦୋକାନକୁ ମାଡି ଯାଇଥିଲା । ନିଆଁ ଏତେ କ୍ଷିପ୍ର ବେଗରେ ବ୍ୟାପିଥିଲା ଯେ ଦୋକାନରୁ ସାମଗ୍ରୀ ଉଦ୍ଧାର କରିବା ମଧ୍ୟ ସମ୍ଭବ ହୋଇନଥିଲା । ଫଳରେ ଲକ୍ଷାଧିକ ଟଙ୍କାର ପରିବା ସହ ଅନ୍ୟ ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ସମୟରେ ପବନର ବେଗ ଅଧିକ ଥିବା ଯୋଗୁ ନିଆଁ ବ୍ୟାପି ଯାଇଥିବା କୁହାଯାଉଛି । ତେବେ ନିଆଁ କେମିତି ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ଦମକଳ ଓ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details