ଓଡିଶା

odisha

ବର୍ଷାରେ ବେହାଲ ତାମିଲନାଡୁ; ଟ୍ରେନ ଚଳାଚଳ ବାଧାପ୍ରାପ୍ତ, ସ୍କୁଲ୍‌ କଲେଜ ଛୁଟି ଘୋଷଣା

By ETV Bharat Odisha Team

Published : Dec 18, 2023, 11:20 AM IST

Tamil Nadu Rains: ତାମିଲନାଡ଼ୁରେ ପ୍ରବଳରୁ ଅତିପ୍ରବଳ ବର୍ଷା । ସ୍କୁଲ୍‌ କଲେଜ ଛୁଟି ଘୋଷଣା । ଅଧିକ ପଢ଼ନ୍ତୁ

rainfall continues in Tamil Nadu
rainfall continues in Tamil Nadu

ଚେନ୍ନାଇ: ତାମିଲନାଡୁରେ ବର୍ଷାର ତାଣ୍ଡବ । ବର୍ଷାରେ ଉବୁଟୁବୁ ତାମିନଲାଡ଼ୁର ଦକ୍ଷିଣ ଜିଲ୍ଲା । ଜୁଆଡେ ଚାହିଁଲେ ଖାଲି ପାଣି ହିଁ ପାଣି । ବର୍ଷାରେ ଭାଙ୍ଗିଲା ଘର, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେଲେ ଲୋକେ । ପାଲାୟାମକୋଟାଇରେ 26 ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ କନ୍ୟାକୁମାରୀ 17 ମିମି ବର୍ଷା ରେକର୍ଡ କରାଯାଇଛି । ତାଲୁକ ସମେତ 19ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳମାତ୍ରାରେ ବର୍ଷା ହୋଇଥିବା ବେଳେ ଏବେ ମଧ୍ୟ ଜାରି ରହିଛି । ଦକ୍ଷିଣ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବା ଆକଳନ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଥୋଥୁକୁଡି, କନ୍ୟାକୁମାରୀ, ତିରୁନେଲଭେଲି, ଏବଂ ଟେନକାସୀ ଜିଲ୍ଲାର ଅନେକ ଅଞ୍ଚଳକି ବନ୍ଦେ ଭାରତ ସମେତ ଅନ୍ୟ ଟ୍ରେନ୍ ସେବା ବାତିଲ କରାଯାଇଛି।

ତିରୁନେଲଭେଲି ଜିଲ୍ଲାର ବର୍ଷ ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକ ମାନଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଚୁଥଖୁଡ଼ି ଜିଲ୍ଲାର ତାଲୁକ ଶ୍ରୀଭାଇକୁନ୍ତମରେ ରବିବାର ଦିନ 525 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏହି ଅଞ୍ଚଳରେ ଆଜି ମଧ୍ୟ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ତିରୁଚେଣ୍ଡର, ସ୍ଥଙ୍କୁଲମ୍, କାୟାଥର୍, ଓଟାପ୍ରିଡାମରେପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏହି ସ୍ଥାନରେ ବର୍ଷରେ କୌଣସି ଘର ଭାଙ୍ଗିବାର ଖବର ଆସି ନାହିଁ । ଟୁଖଖୋଡ଼ିରେ ବର୍ଷା ଯୋଗୁଁ ବହୁ ପଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-Weather Update: ଆଜି ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା, କାଲିଠୁ ପ୍ରବଳ ବର୍ଷିବ

ତିରୁନେଲଭେଲିର ପାଲାୟାମକୋଟାଇରେ ରବିବାର ଅପରାହ୍ନ ପର୍ଯ୍ୟନ୍ତ 260 ମିଲିମିଟର ବର୍ଷା ହୋଇଥିଲା । ବିରୁଧୁନଗର ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଏହି ଜିଲ୍ଲାରେ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତିରୁନେଲଭେଲି, ଥିତୁକୁଡି, କନ୍ୟାକୁମାରୀ ଏବଂ ଟେନକାସୀ ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ, ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ ଗୁଡିକୁ ଛୁଟି ଘୋଷଣା କରାଯାଇଛି ।

ଆଜି କନ୍ୟାକୁମାରୀ, ତିରୁନେଲଭେଲି ଏବଂ ଥିତୁକୁଡିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ପୁଡୁଚେରୀ ଏବଂ କରାଇକାଲର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଏବଂ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଯୋଗୁ ଅନେକ ନୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ତାମିଲନାଡ଼ୁର ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବର୍ଷା ଜାରି ରହିଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶେଷ କରି ବର୍ଷା ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ରାଜ୍ୟର ମନ୍ତ୍ରୀ ଏବଂ ଦୁଇ ଜଣ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ନିଆଯାଇଥିବା ପଦକ୍ଷେପ ଉପରେ ନଜର ରଖିଛନ୍ତି । କନ୍ୟାକୁମାରୀ, ତିରୁନେଲଭେଲି, ଥୋଥୁକୁଡ଼ି ଏବଂ ଟେନକାସୀ ଜିଲ୍ଲାରେ 250 ଜଣିଆ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଏବଂ ଏନ୍‌ଡିଆର୍‌ଏଫ୍‌ ଫୋର୍ସ ମୁତୟନ କରାଯାଇଛି । ତିରୁନେଲଭେଲିରେ 19ଟି ରିଲିଫ କ୍ୟାମ୍ପ, କନ୍ୟାକୁମାରୀରେ ଚାରୋଟି, ଥୋଥୁକୁଡିରେ ଦୁଇଟି ଏବଂ ଟେନକାସୀ ଜିଲ୍ଲାର ଗୋଟିଏ ରିଲିଫ କ୍ୟାମ୍ପରେ ଜନସାଧାରଣଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଏଠାକୁ ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କୁ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ABOUT THE AUTHOR

...view details