ଓଡିଶା

odisha

ଜାତିସଂଘରେ ‘ନମସ୍ତେ ଭାରତ’ କହି ସମ୍ବୋଧିତ କଲେ ଜୟଶଙ୍କର, ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ଦେଲେ ଜବାବ

By ETV Bharat Odisha Team

Published : Sep 26, 2023, 9:23 PM IST

ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କଲେ ବିଦେଶ ମନ୍ତ୍ରୀ ଜୟଶଙ୍କର । ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ଦେଲେ ଜବାବ । ଜାତିସଂଘ ନୀତିରେ ସଂଶୋଧନ ପାଇଁ ଉଠାଇଲେ ଦାବି । ଅଧିକ ପଢନ୍ତୁ

ଜାତିସଂଘରେ ‘ନମସ୍ତେ ଭାରତ’ କହି ସମ୍ବୋଧିତ କଲେ ଜୟଶଙ୍କର, ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ପରୋକ୍ଷ ଟାର୍ଗେଟ
ଜାତିସଂଘରେ ‘ନମସ୍ତେ ଭାରତ’ କହି ସମ୍ବୋଧିତ କଲେ ଜୟଶଙ୍କର, ଆତଙ୍କବାଦ ପ୍ରସଙ୍ଗରେ କାନାଡାକୁ ପରୋକ୍ଷ ଟାର୍ଗେଟ

ହାଇଦ୍ରାବାଦ:ଆତଙ୍କବାଦ ପ୍ରସଙ୍ଗରେ ଭାରତ-କାନାଡା ମଧ୍ୟରେ ଜାରି ରହିଥିବା ତିକ୍ତତା ଉପରେ ସାରା ବିଶ୍ବର ନଜର ରହିଥିବା ବେଳେ ଆଜି (ମଙ୍ଗଳବାର) ଜାତିିସଂଘକୁ ସମ୍ବୋଧିତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଆଜି ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରି ଭାରତର ଉପଲବ୍ଧି ସହ ବିଭିନ୍ନ ବୈଶ୍ବିକ ପ୍ରସଙ୍ଗ ଉଠାଇଛନ୍ତି ଜୟଶଙ୍କର । ଜୟଶଙ୍କର ଆଜି ଜାତିସଂଘରୁ ହିଁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଆତଙ୍କବାଦ ପ୍ରସଙ୍ଗରେ କଡା ଜବାବ ଦେଇଛନ୍ତି । ଆତଙ୍କବାଦ କିମ୍ବା ଉଗ୍ରବାଦକୁ ରାଜନୈତିକ ସୁବିଧା ପ୍ରଦାନ କରିବା ସପକ୍ଷରେ କୌଣସି ଦେଶର ପ୍ରତିକ୍ରିୟା ହୋଇପାରିବ ନାହିଁ ବୋଲି ଜୟଶଙ୍କର କହିଛନ୍ତି ।

ଆଜି ସମ୍ବୋଧନରେ ‘ନମସ୍ତେ ଭାରତ’ ଶବ୍ଦରୁ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ଜୟଶଙ୍କର । ଏବେ ଜାରି ରହିଥିବା ଏହି ଦ୍ବିପାକ୍ଷିକ ବିବାଦ ପ୍ରସଙ୍ଗରେ ଜୟଶଙ୍କର ସିଧା କାନାଡାର ଆଭିମୁଖ୍ୟ ଓ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବୟାନକୁ ପରୋକ୍ଷରେ କଡା ସମାଲୋଚନା କରିଛନ୍ତି । କୌଣସି ଦେଶ ଆତଙ୍କବାଦ, ଉଗ୍ରବାଦ ଏବଂ ହିଂସାକୁ ରାଜନୈତିକ ସୁବିଧା ପ୍ରଦାନ କରିବା ଉଚିତ ନୁହେଁ । ଏପରି କରି କୌଣସି ଦେଶର ଆଞ୍ଚଳିକ ଅଖଣ୍ଡତା ଏବଂ ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ ହୋଇପାରିବ ନାହିଁ ।

ବର୍ତ୍ତମାନ ବିଶ୍ୱରେ ଅଶାନ୍ତିର ଏକ ଅସାଧାରଣ ସମୟ ଦେଖାଦେଇଛି । ଭାରତର ‘ଗୋଟିଏ ବିଶ୍ବ ଗୋଟିଏ ପରିବାର’ ଏକ ଭବିଷ୍ୟତ ଦର୍ଶନ କେବଳ ଅଳ୍ପ କେତେକଙ୍କ ପାଇଁ ସାମାନ୍ୟ ଲାଭର ପ୍ରସଙ୍ଗ ନୁହେଁ, ମାତ୍ର ଏହା ଅନେକଙ୍କ ଚିନ୍ତାଧାରାକୁ ଅନ୍ତର୍ଭୁକ୍ତ କରୁଛି । ସେହିପରି ସେ ପରିବର୍ତ୍ତିତ ବୈଶ୍ବିକ ସ୍ଥିତିରେ ଜାତିସଂଘ ସୁରକ୍ଷା ପରିଷଦ ନୀତିରେ ପରିବର୍ତ୍ତନ କଥା ମଧ୍ୟ ଉଠାଇଥିଲେ । ଭାରତକୁ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ଦେବା ପାଇଁ ଯେଉଁ ଦାବି ଦୀର୍ଘ ବର୍ଷ ହେବ ହୋଇଆସୁଛି, ତାକୁ ଆଜି ଜୟଶଙ୍କର ଜାତିସଂଘ ମଞ୍ଚରେ ଉଠାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Rozgar Mela: ଆଜି 51 ହଜାର ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ, 10 ମାସରେ 5 ଲକ୍ଷଙ୍କୁ ମିଳିଛି ଚାକିରି

ସେ ସମୟ ଶେଷ ହୋଇଛି, ଯେତେବେଳେ କିଛି ମାତ୍ର ଦେଶ ଏଜେଣ୍ଡା ସ୍ଥିର କରୁଥିଲେ ଏବଂ ଅନ୍ୟମାନେ ମଧ୍ୟ ଏଥିରେ ଯୋଗଦେବେ ବୋଲି ଆଶା କରୁଥିଲେ । ଏବେ ଅଣ-ଗୋଷ୍ଠୀଭୂକ୍ତ ଯୁଗରୁ ଆମେ ବର୍ତ୍ତମାନ ବିଶ୍ୱବନ୍ଧୁତା ଯୁଗରେ ପହଞ୍ଚି ସାରିଛୁ । ଏବେ ଆମେ ଏକ ଅଗ୍ରଣୀ ଶକ୍ତି ହେବାକୁ ଇଚ୍ଛା ପ୍ରକାଶ କରଛୁ । ହେଲେ ଏହା କୌଣସି ଆତ୍ମପ୍ରଶଂସା ପାଇଁ ନୁହେଁ ବରଂ ଅଧିକ ଦାୟିତ୍ବ ଗ୍ରହଣ କରିବା ସହ ବୈଶ୍ବିକ ପରିବର୍ତ୍ତନରେ ଯୋଗଦାନ କରିବା ଉଦ୍ଦେଶ୍ୟରେ ଆମେ ଏହି ଆଭିମୁଖ୍ୟ ଗ୍ରହଣ କରିଛୁ । ଭାରତ 'ଅମୃତ କାଳ'ରେ ପ୍ରବେଶ କରିଛି । ଆମର ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ -3’ ଚନ୍ଦ୍ରରେ ଅବତରଣ କଲା, ମହିଳାଙ୍କୁ ଶାସନ ବ୍ୟବସ୍ଥାରେ ଏକ-ତୃତୀୟାଂଶ ଆସନ ସଂରକ୍ଷଣ ଦେବାରେ ମଧ୍ଯ ଭାରତ ବଡ ପଦକ୍ଷେପ ଗ୍ରହଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details