ଓଡିଶା

odisha

Hindenburg Case: ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟଙ୍କ ଏକ୍ସପର୍ଟ କମିଟିର କ୍ଲିନଚିଟ୍

By

Published : May 19, 2023, 4:12 PM IST

ଆଦାନୀ ଗ୍ରୁପ ଷ୍ଟକ ବଜାରରେ କୌଣସି ପ୍ରକାର ହେରଫେର କରିନାହିଁ । ସମସ୍ତ ନିୟମକୁ ପାଳନ କରିଛି କହି ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟଙ୍କ ଏକ୍ସପର୍ଟ କମିଟି ପ୍ରଦାନ କରିଛି କ୍ଲିନଚିଟ୍ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ:ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ ମିଳିଲା ଆଶ୍ବସ୍ତି । ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ କମିଟି ଆଦାନୀ ଗ୍ରୁପକୁ କ୍ଲିନଚିଟ ପ୍ରଦାନ କରିଛନ୍ତି । କମିଟିର ରିପୋର୍ଟକୁ ସାର୍ବଜାନୀନ କରାଯାଇଥିବା ବେଳେ ଆଦାନୀ ଗ୍ରୁପ ସେୟାର ବଜାରରେ କୌଣସି ହେରଫେର କରିନଥିବା ଏଥିରେ ଉଲ୍ଲେଖ କରାଯାଇଛି । ଆଦାନୀ ଗ୍ରୁପ ବିରୋଧରେ ଷ୍ଟକ ବଜାରର ମୂଲ୍ୟକୁ ପ୍ରଭାବିତ କରିବାର ମଧ୍ୟ ଅଭିଯୋଗ ଆସିଥିଲା । ହେଲେ ଏନେଇ କୌଣସି ପ୍ରମାଣ ମିଳିନଥିବା କମିଟିର ରିପୋର୍ଟରେ ଦର୍ଶାଯାଇଛି ।

ଆଦାନୀ ଗ୍ରୁପ ପକ୍ଷରୁ ସେୟାର ବଜାରରେ ନିବେଶ ନେଇ କୌଣସି ନିୟମକୁ ଉଲ୍ଲଘଂନ କରିନାହିଁ । ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଏହି କମିଟି ଅନୁସାରେ ଆଦାନୀ ଗ୍ରୁପ ଏନେଇ ଯେଉଁ ତଥ୍ୟ ଦାଖଲ କରିଥିଲା ତାହାକୁ SEBI (ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ) ମଧ୍ୟ ଭୁଲ ଦର୍ଶାଇ ନାହିଁ । ଏହାସହ ଆଦାନୀ ଗ୍ରୁପ ସର୍ବନିମ୍ନ ପବ୍ଲିକ ଶେୟାରହୋଲ୍ଡିଂର ନିୟମକୁ ମଧ୍ୟ ପାଳନ କରିଛି । ଖାଲି ସେତିକି ନୁହେଁ ଆମେରିକୀୟ ସର୍ଟସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ ଅଭିଯୋଗ ଆସିବା ପରେ ମଧ୍ୟ ଆଦାନୀ ଗ୍ରୁପରେ ରିଟେଲ ଇନଭେଷ୍ଟରଙ୍କ ସଂଖ୍ୟା ମଧ୍ୟ ବଢିଛି । ଏହାସହ ନିଜ ନିବେଶକଙ୍କୁ ଆଶ୍ବସ୍ତି ଦେବା ଲାଗି ଗ୍ରୁପ ଉଦ୍ୟମ କରିଥିବା ଏହି ଏକ୍ସପର୍ଟ କମିଟି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ।

ଏହା ବି ପଢନ୍ତୁ- Adani-Hindenburg row: ତଦନ୍ତ ସାରିବାକୁ ଆଉ ୬ମାସ ସମୟ ମାଗିଲା ସେବି

କମିଟି ଦାବି କରିଛି ଯେ ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ସର୍ଟସେଲର (କୌଣସି କମ୍ପାନୀର ଷ୍ଟକ ମୂଲ୍ୟ ହ୍ରାସ ହେବା ପରେ ସେଥିରୁ ଟଙ୍କା ରୋଜଗାର କରୁଥିବା କ୍ଷୁଦ୍ର ବିକ୍ରେତା)ମାନେ ବହୁ ଲାଭ କରିଛନ୍ତି । ଏଣୁ ତାଙ୍କ ବିରୋଧରେ ଯାଞ୍ଚ କରାଯାଉ ବୋଲି କମିଟି ସୁପାରିଶ କରିଛି । ସେପଟେ ସୁପ୍ରିମକୋର୍ଟ ସେବିର ରିପୋର୍ଟକୁ ଅପେକ୍ଷା କରିଛନ୍ତି । ଏହି ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପ ବିରୋଧରେ ଆସିଥିବା ଅଭିଯୋଗର ନିଷ୍କର୍ସ ବାହାରିବ ବୋଲି କହିଛନ୍ତି କୋର୍ଟ । ଏକପ୍ରକାର କହିବାକୁ ଗଲେ ଏବେ ବି ସମ୍ପର୍ଣ୍ଣ ଭାବେ ଦୋଷମୁକ୍ତ ହୋଇନାହିଁ ଆଦାନୀ ଗ୍ରୁପ । ସେବିର ରିପୋର୍ଟ ଆସିବା ପରେ ସୁପ୍ରିମକୋର୍ଟ ଏ ନେଇ ନିଜ ରାୟ ଶୁଣାଇବେ ।

ଏହା ବି ପଢନ୍ତୁ- Adani-Hindenburg Row: ତଦନ୍ତ ସାରିବା ପାଇଁ ସେବିକୁ ମିଳିପାରେ 3ମାସ ସମୟ, ୧୫ରେ ଶୁଣାଣି

ଆଦାନୀ ଗ୍ରୁପ ଓ ହିଣ୍ଡେନବର୍ଗ ରିପୋର୍ଟ ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ୬ ଜଣିଆ ଏକ୍ସପର୍ଟ ଟିମ ଗଠନ କରିଥିଲେ । ଏହି କମିଟି ଷ୍ଟକ ମାର୍କେଟର ନିୟାମକ ପ୍ରଣାଳୀର ସମୀକ୍ଷା କରିବା ପରେ ଏହି ରିପୋର୍ଟ ପ୍ରକାଶ କରିଛି । ଅନ୍ୟପଟେ ସୁପ୍ରିମକୋର୍ଟ ଭାରତୀୟ ସିକ୍ୟୁରିଟି ଓ ବିନିମୟ ବୋର୍ଡ ସେବିକୁ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଆଦାନୀ ଗ୍ରୁପ ଦ୍ବାରା ଷ୍ଟକ ବଜାରରେ ଜାଲିଆତି ହୋଇଛି କି ନାହିଁ ତାହା ସେବି ଯାଞ୍ଚ କରି ରିପୋର୍ଟ ଦେବା ପରେ ଚୂଡ଼ାନ୍ତ ରାୟ ଶୁଣାଇବେ କୋର୍ଟ ।

ସୂଚନା ଥାଉ କି ଗତ ଜାନୁଆରୀ ୨୪ ତାରିଖରେ ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗର ପ୍ରତିଷ୍ଠାତା ନାଥନ ଏଣ୍ଡରସେନ ଷ୍ଟକ ବଜାରରେ ହେରଫରେ ନେଇ ଅଭିଯୋଗ ଆଣିଥିଲେ । ଏହାପରେ ଆଦାନୀ ଗ୍ରୁପ ଦୋହଲିଯାଇଥିବା ବେଳେ ସାରା ଦେଶରେ ଚହଳ ପଡ଼ିଥିଲା । ଅଭିଯୋଗ ଆସିବା ପରେ ଆଦାନୀ ଗ୍ରୁପକୁ ବହୁ କ୍ଷତି ସହିବାକୁ ପଡ଼ିଥିଲା । ଏପରିକି କମ୍ପାନୀର କ୍ରମାଗତ ଭାବେ ସେୟାର ହ୍ରାସ ପାଇବା ପରେ ଗ୍ରୁପର ମାଲିକ ତଥା ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ଧନୀ ତାଲିକାରୁ ବହୁ ତଳକୁ ଖସିଥିଲେ ।

ABOUT THE AUTHOR

...view details