ETV Bharat / business

Adani-Hindenburg Row: ତଦନ୍ତ ସାରିବା ପାଇଁ ସେବିକୁ ମିଳିପାରେ 3ମାସ ସମୟ, ୧୫ରେ ଶୁଣାଣି

author img

By

Published : May 13, 2023, 9:49 AM IST

ଆଦିନୀ-ହିଣ୍ଡେନବର୍ଗ ମାମଲାରେ ଶୁକ୍ରବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସେବି ପକ୍ଷରୁ ୬ମାସ ସମୟ ମଗାଯାଇଥିବା ବେଳେ ସୁପ୍ରିମକୋର୍ଟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ୩ ମାସ ସମୟ ଦିଆଯିବା ନେଇ କହିଥିବା ବେଳେ ଏନେଇ ଆସନ୍ତା ୧୫ ତାରିଖରେ ଶୁଣାଣି ହେବ । ଅଧିକ ପଢନ୍ତୁ

Adani Hindenburg row
Adani Hindenburg row

ନୂଆଦିଲ୍ଲୀ: ଥମୁଛି ଆଦାନୀ ଗ୍ରୁପ ବିବାଦ । ଆଦାନୀ ଗ୍ରୁପ ବିରୋଧରେ ଆମେରିକୀୟ ଶର୍ଟସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ ଅଣାଯାଇଥବା ଦୁର୍ନୀତି ଅଭିଯୋଗର ତଦନ୍ତ ସମ୍ପୂର୍ଣ୍ଣ କରିବାକୁ ଆଉ ୬ମାସ ସମୟ ମାଗିଥିଲା ସେବି(ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ) । ଏହା ଉପରେ ଶୁଣାଣି ଗତକାଲି(ଶୁକ୍ରବାର) ସେବିକୁ ଭତ୍ସର୍ନା କରିଛନ୍ତି ସୁପ୍ରିମକୋର୍ଟ । ୬ମାସ ନୁହେଁ ବରଂ ତଦନ୍ତ ଶେଷ କରିବା ପାଇଁ ୩ମାସ ସମୟ ଦିଆଯାଇ ପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ପ୍ରକାଶଥାଉକି, ଆଦାନୀ ଗ୍ରୁପର ଯାଞ୍ଚ କରିବା ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତି ଏଏମ୍‌ ସାପ୍ରେଙ୍କ ଅଧ୍ୟକ୍ଷତାରେ ୬ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ ହୋଇଥିଲା । ଏହି କମିଟି ଯାଞ୍ଚ କରି ଏକ ରିପୋର୍ଟ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଛନ୍ତି । ଏହି ରିପୋର୍ଟ ହସ୍ତଗତ ହେବାପରେ ସୋମବାର ଏହାକୁ ନେଇ ଶୁଣାଣି କରିବେ ଆପେକ୍ସ କୋର୍ଟ । ଆଦାନୀ ହିଣ୍ଡେନବର୍ଗ ବିବାଦକୁ ନେଇ ଦୁଇମାସ ଭିତରେ ରିପୋର୍ଟ ଦେବା ପାଇଁ ସେବିକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଗତକାଲି(ଶୁକ୍ରବାର) ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି କରାଯାଇଥିଲା । ତଦନ୍ତର ପୁଙ୍ଖାନୁପୁଙ୍ଖ ରିପୋର୍ଟ ପାଇଁ ସେବି ପକ୍ଷରୁ ୬ମାସ ସମୟ ମଗାଯାଇଥିଲା, ତେବେ 6 ମାସ ନୁହେଁ ଅଧିକରୁ ଅଧିକ 3 ମାସ ସମୟ ଦେବେ ସୁପ୍ରିମକୋର୍ଟ । ଆଦାନୀ ହିଣ୍ଡେନବର୍ଗ ବିବାଦକୁ ନେଇ ଦାଖଲ ହୋଇଥିବା ଅନ୍ୟ ଜନ ସ୍ବାର୍ଥ ମାମଲା ସହ ସେବି ପକ୍ଷରୁ ମଗା ଯାଇଥିବା ମହଲତ ବାବଦରେ ମେ 15 ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠ ।

ସୂଚନାଯୋଗ୍ୟ, ଆମେରିକାର ବ୍ୟବସାୟିକ ସଂସ୍ଥା ରିସର୍ଚ୍ଚ ଫାର୍ମ ହିଣ୍ଡେନବର୍ଗ ୨୦୨୩ ଜାନୁଆରୀ ୨୪ ତାରିଖରେ ଆଦାନୀ ଗ୍ରୁପ ବିରୋଧରେ ଏକ ରିପୋର୍ଟ ଜାରି କରିଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଆଦାନୀ ଗ୍ରୁପର କମ୍ପାନୀ ସେୟାରକୁ ୮୦ ପ୍ରତିଶତ ଅଧିକ ମୂଲ୍ୟବାନ କରି ଦେଖାଇଛି । ଏହାସହ ଗ୍ରୁପ ଷ୍ଟକ୍‌ ହେରଫେର କରି ସେୟାର ମୂଲ୍ୟ ବୃଦ୍ଧି କରୁଥିବା ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: Adani-Hindenburg row: ତଦନ୍ତ ସାରିବାକୁ ଆଉ ୬ମାସ ସମୟ ମାଗିଲା ସେବି

ଏହାପରେ ସେୟାର ମାର୍କେଟରେ ହଇଚଇ ସୃଷ୍ଟି ହୋଇଥିଲା । ସେୟାର ମୂଲ୍ୟ ଲଗାତାର ହ୍ରାସ ପାଇବାକୁ ଲାଗିଲା । ସଂସଦରେ ମଧ୍ୟ ଏହି ଘଟଣାକୁ ନେଇ ହଙ୍ଗାମା ହୋଇଥିଲା । ମୋଦିକୁ ଟାର୍ଗେଟ କରିଥିଲେ ବିରୋଧୀ । ଏହାପରେ ମାମଲା ସୁପ୍ରିମକୋର୍ଟ ନିକଟକୁ ଯାଇଥିଲା । ଆଦାନୀ ବିରୁଦ୍ଧରେ ଆସିଥିବା ଅଭିଯୋଗର ତଦନ୍ତ କରିବା ପାଇଁ ସେବିକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ସେବି ତଦନ୍ତ ଶେଷ କରିବା ପାଇଁ ଅଧିକ ୬ ମାସ ସମୟ ମାଗିଥିବା ବେଳେ ଏହାକୁ ଭତ୍ସର୍ନା କରିଛନ୍ତି ସୁପ୍ରିମକୋର୍ଟ। ସେବି ତଦନ୍ତରେ ତତ୍ପରତା ଆଣିବା ଆବଶ୍ୟକ ବୋଲି କହିଛନ୍ତି କୋର୍ଟ।

ସେହିଭଳି ସୁପ୍ରିମକୋର୍ଟ ସେବି ପକ୍ଷରୁ ଅନିୟମିତତା ହେଉଥିବା ନେଇ ଶୁଣାଣି କରିଥିବା ପିଟିସନର ଜୟା ଠାକୁର ପ୍ରଚାର କରିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ ତାଗିଦ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, "ସେବି ପକ୍ଷରୁ ଅନିୟମିତତା ହୋଇଥିବା ନେଇ ସୁପ୍ରିମକୋର୍ଟ କେବେ ଶୁଣାଣି କରି ନାହାନ୍ତି । ଏହା ଆବେଦନକାରୀଙ୍କ ପିଟିସନରେ ଅଭିଯୋଗ କରାଯାଉଛି । ଏଭଳି ମନ୍ତବ୍ୟ ବା ଅଭିଯୋଗରୁ ନିବୃତ୍ତ ରୁହନ୍ତୁ, ଏହା ଦ୍ବାରା ଷ୍ଟକ୍‌ ମାର୍କେଟ୍ ପ୍ରଭାବିତ ହୋଇ ପାରେ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.